Advertisment

‘ଏସସିବି ସବୁବେଳେ ପ୍ରସ୍ତୁତ, ଗୁରୁତର ଯାତ୍ରୀଙ୍କ ପାଇଁ ଡାକ୍ତରୀ ଟିମ୍‌ ରେଡି ’

ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନାନ୍ଦ ମହାରଣା କହିଛନ୍ତି, ବାହାନଗାରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାରେ ଗୁରୁତର ଯାତ୍ରୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଗତ ରାତିରୁ ଡାକ୍ତରୀ ଟିମ୍‌ ମେଡିକାଲରେ ଉପସ୍ଥିତ ଅଛନ୍ତି ।

Train Tragedy

Train Tragedy

Advertisment

ଗତକାଲି ରାତିରେ ବାଲେଶ୍ୱରର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୩୦ ଟପି ସାରିଲାଣି। ସେହିପରି ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୯ଶହରୁ ଅଧିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଆପାତ୍ତକାଳୀନ ଚିକିତ୍ସା ସୁବିଧା ଯୋଗାଇବାକୁ ଭଦ୍ରକ, ଯାଜପୁର, ବାଲେଶ୍ୱର ଓ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ଏସସିବିରେ ଆଜି ସକାଳ ସୁଦ୍ଧା ୩୭ ଜଣ ଆଡମିଟ ହୋଇଥିବା ଏସ୍‌ସିବି କର୍ତ୍ତୃପକ୍ଷ କହିଛନ୍ତି।

Advertisment

ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନାନ୍ଦ ମହାରଣାଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ବାହାନଗାରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀଙ୍କୁ ଏସସିବିକୁ ଅଣାଯାଉଛି। ସେମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ଗତ ରାତିରୁ ଡାକ୍ତରୀ ଟିମ୍‌ ମେଡିକାଲରେ ଉପସ୍ଥିତ ଅଛନ୍ତି ।

ଟ୍ରେନ୍‌ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଏସସିବିରେ ଅଧିକ ସଂଖ୍ୟକ ଡାକ୍ତର ଉପସ୍ଥିତ ଅଛନ୍ତି। ବିଭିନ୍ନ ବିଭାଗୀୟ ମୁଖ୍ୟଙ୍କୁ ନେଇ ଟିମ୍‌ ଗଠିତ ହେଉଛି ବୋଲି ସେ କହିଛନ୍ତି।

Advertisment

ଏଥିସହ ସେ କହିଛନ୍ତି, ସମସ୍ତଙ୍କର ଏକାଧିକ ସ୍ଥାନରେ ଆଘାତ ଲାଗିଛି। ସେମାନଙ୍କ ଟେଷ୍ଟ ଚାଲିଛି। ୩,୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଜଣଙ୍କୁ ଆଇସିୟୁରେ ରଖାଯାଇଥିବା ବେଳେ ୱାର୍ଡରେ ଅନ୍ୟମାନଙ୍କର ଚିକିତ୍ସା ଚାଲିଛି। 

ଗତକାଲି ରାତିରେ ଏପରି ଭୟଙ୍କର ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଆମ୍ବୁଲାନ୍ସ ପହଞ୍ଚିଥିଲା। ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୋର, ବାଲେଶ୍ୱର, ଭଦ୍ରକ ଓ ଏସସିବିକୁ ପଠାଯାଇଥିଲା। 

Odisha Balasore Train Accident TrainMishapInOdisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe