Advertisment

କଟକରେ ସିରିଜ ଦୁର୍ଘଟଣା; ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟି ଚାଲିଲେ ନିଶାସକ୍ତ ଡ୍ରାଇଭର

ଗତକାଲି ଜଣେ କାର୍‌ ଚାଳକ କଟକ ସହରରେ ଦ୍ରୁତ ଯାଉଥିଲେ। ଏହା ମଧ୍ୟରେ ଭାରସାମ୍ୟ ହରାଇ ସେ ବାରବାଟୀ ଷ୍ଟାଡିୟମ , ଯୋବ୍ରା, ଚାଉଳିଆଗଞ୍ଜ ସହ ଏକାଧିକ ସ୍ଥାନରେ ବହୁ ଗାଡ଼ି ସହ ଧକ୍କା କରି ଘଟଣାସ୍ଥଳରୁ ପଳାଇଥିଲେ।

author-image
Niharika Rout
tension

tension

ନିଶାସକ୍ତ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ। ନିଜ ଉପରୁ ନିୟନ୍ତ୍ରଣ ହରାଇ ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟି ଆଗକୁ ବଢ଼ି ଚାଲିଲେ। ଆଉ ଶେଷରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେବା ସହ ପୁଲିସ୍‌ ଜିମା ଦେଲେ। ଏପରି ଏକ ଅଘଟଣ ଗତକାଲି କଟକ ସହରରେ ଘଟିଛି।

Advertisment

ଗତକାଲି ଜଣେ କାର୍‌ ଚାଳକ କଟକ ସହରରେ ଦ୍ରୁତ ଯାଉଥିଲେ। ଏହା ମଧ୍ୟରେ ଭାରସାମ୍ୟ ହରାଇ ସେ ବାରବାଟୀ ଷ୍ଟାଡିୟମ , ଯୋବ୍ରା, ଚାଉଳିଆଗଞ୍ଜ ସହ ଏକାଧିକ ସ୍ଥାନରେ ବହୁ ଗାଡ଼ି ସହ ଧକ୍କା କରି ଘଟଣାସ୍ଥଳରୁ ପଳାଇଥିଲେ।

ଉତ୍ତ୍ୟକ୍ତ ଲୋକେ ପିଛା କରି ରାଜେନ୍ଦ୍ରନଗର ନିକଟରେ ତାଙ୍କୁ କାବୁ କରିଥିଲେ । ଏହାପରେ ସେମାନେ ଗାଡି ଚାଳକକୁ ଅଟକାଇ ମାଡ ମାରିବା ସହ ଗାଡିଟିକୁ ସଂମ୍ପୁର୍ଣ୍ଣ ଭଙ୍ଗାରୁଜା କରିଥିଲେ।

Advertisment

ଘଟଣା ସ୍ଥଳରେ ମଧୁପାଟଣା ଆଇଆଇସିଙ୍କ ସହ ଅନ୍ୟ ଥାନାଧିକାରୀ ଓ ଏସିପି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଅନ୍ୟପଟେ ଦୁର୍ଘଟଣା ଘଯାଇଥିବା ଗାଡ଼ିକୁ ଜବତ ସହ ଗାଡି ଚାଳକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ।

ଏହି ଦୁର୍ଘଟଣାରେ ବହୁ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆହତଙ୍କ ସମ୍ପର୍କରେ ଜଣାପଡ଼ିନି ।

Accident Cuttack Road Accident