Advertisment

ହେପାଜତ ମୃତ୍ୟୁ: ୨ ଏସିଏଫ୍, ଜଣେ ରେଞ୍ଜର ଓ ୭ ବନ କର୍ମଚାରୀ ଥାନାରେ ଅଟକ

ଆଠଗଡ଼ ପୁଲିସ୍ ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ୭ ବନ କର୍ମଚାରୀଙ୍କୁ ଥାନାକୁ ଆଣି ଅଟକ ରଖିଛି।

ଅଦ୍ୟତନ ହୋଇଛି
Forest Officials

Forest Officials

Advertisment

ବନ ବିଭାଗ ହେପାଜତରେ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ଦୁଇ ଏସିଏଫ୍‌, ଜଣେ ରେଞ୍ଜର ଓ ୭ ଅନ୍ୟ ବନ କର୍ମଚାରୀଙ୍କୁ ଅଟକ ରଖିଛି। କଟକ ଜିଲ୍ଲା ଆଠଗଡ଼ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା।

Advertisment

ମୃତ ଅଭିଯୁକ୍ତଙ୍କ ନାଁ ଧନେଶ୍ୱର ବେହେରା (୫୯)। ତାଙ୍କ ଘର ଖୁଣ୍ଟକଟା ସାତଗୋଛିଆ ଗାଁରେ। ହାତୀ ଶିକାର କରିବା ଓ ଦାନ୍ତ କାଟି ନେବା ଅଭିଯୋଗରେ ଗତକାଲି ବଡ଼ମ୍ବା ରେଞ୍ଜର ବନକର୍ମୀଚାରୀମାନେ ତାଙ୍କୁ ଘରୁ ଉଠାଇ ନେଇଥିଲେ। ତାଙ୍କୁ ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ହେପାଜତରେ ରଖି ପଚରାଉଚରା କରାଯାଉଥିଲା। ତେବେ ଆଜି ଭୋରରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ପୁଲିସ୍ ପାଖରେ ସୂଚନା ପହଞ୍ଚିଥିଲା।

ଏହା ପରେ ଆଠଗଡ଼ ପୁଲିସ୍ ଆଠଗଡ଼ ବନଖଣ୍ଡର ୨ ଏସିଏଫ୍‌ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ, ରେଞ୍ଜର ସୁବ୍ରତ ବେହେରା ଏବଂ ଅନ୍ୟ ୭ ବନ କର୍ମଚାରୀଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି। କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି ସେମାନଙ୍କୁ ପଚରାଉଚରା କରୁଛନ୍ତି। 

Advertisment

ACF      ଥାନାରେ ଅଟକ ଦୁଇ ଏସିଏଫ୍‌

ଅନ୍ୟପକ୍ଷରେ ଧନେଶ୍ୱର ବେହେରାଙ୍କ ମୃତଦେହକୁ ଆଠଗଡ଼ ହସ୍‌ପିଟାଲ୍‌ରେ ରଖାଯାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଧନେଶ୍ୱରଙ୍କୁ ବନ କର୍ମଚାରୀମାନେ ପିଟି ପିଟି ମାରି ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହି ହେପାଜତ ମୃତ୍ୟୁ ପରେ ସାତଗୋଛିଆ ଗାଁ ଲୋକେ ତାତି ଯାଇଛନ୍ତି। ସେମାନେ ବଡ଼ବାରସିଂହ ନିକଟରେ ୬୫ ନଂ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ରେଞ୍ଜର ଓ ଏସିଏଫ୍ ଧନେଶ୍ୱରଙ୍କୁ ପିଟିପିଟି ମାରି ଦେଇଥିବା ଗାଁ ଲୋକଙ୍କ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି। 

ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ମାଣିଆବନ୍ଧ ବିଟ୍‌ର ହିପିଣ୍ଡା ସଂରକ୍ଷିତ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଠାବ କରାଯାଇଥିଲା। ତା’ର ଦାନ୍ତ ଦୁଇଟି ଗାଏବ ହୋଇଯାଇଥିଲା। 

Cuttack Death In Jail Odisha Forest Dept Custodial Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe