କଟକ ସୂର୍ଯ୍ୟବିହାର ଅଞ୍ଚଳରେ ଚାଲିଥିଲା ଦେହ ବେପାର। କୌଣସି ସୂତ୍ରରୁ ଖବର ପାଇ ବାଦାମବାଡ଼ି ଥାନା ପୁଲିସ୍ ଅଚାନକ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ୍ ରାଣୀ ମହୁମାଛି ସମେତ ୪ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା। ଏହି ମାମଲାରେ ପୁଲିସ୍ ଦୁଇ ଜଣ ଗ୍ରାହକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ୍।
Also Read
ଚଢ଼ଉ ସମୟରେ ପୁଲିସ୍ ସେଠାରୁ ମୋବାଇଲ ଓ ଡାଏରୀ ଜବତ କରିଛି। ଜବତ ହୋଇଥିବା ଡାଏରୀ କାହାର ଓ ସେଥିରେ କ’ଣ ଅଛି- ସେ ନେଇ ପୁଲିସ୍ ମୁହଁ ଖୋଲି ନାହିଁ। ଅନ୍ୟପକ୍ଷରେ ସେଠାରେ କେତେଦିନ ଧରି ଦେହ ବେପାର ଚାଲିଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। କମିଶନରେଟ୍ ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Nabarangpur
କ୍ୱାକ୍ ପାଖକୁ ଚିକିତ୍ସା ପାଇଁ ଆସୁଥିଲେ ହାର୍ଡକୋର ମହିଳା ନକ୍ସଲ! ଜଙ୍ଗଲ ଭିତରେ ମାଡ଼ି ବସିଲେ
ଗିରଫ ଦୁଇ ନକ୍ସଲ ମେନପୁର-ନୂଆପଡ଼ା ଡିଭିଜନ ପାଇଁ କାମ କରୁଥିଲେ। ବହୁ ଫାୟାରିଂ ମାମଲାରେ ସମ୍ପୃକ୍ତ ଅଛନ୍ତି!
National
କେନ୍ଦ୍ର ବନାମ ନ୍ୟାୟପାଳିକା: ପୁଣି ସୁପ୍ରିମକୋର୍ଟକୁ ବିରୋଧ କଲେ ଆଇନମନ୍ତ୍ରୀ
ପ୍ରତିଦିନ କେନ୍ଦ୍ର ପକ୍ଷରୁ ଆଇନମନ୍ତ୍ରୀ କିରେନ ରିଜିଜୁ ସାମ୍ନାକୁ ଆସି ସୁପ୍ରିମକୋର୍ଟଙ୍କୁ ପରୋକ୍ଷରେ ଟାର୍ଗେଟ କରିବାରେ ଲାଗିଛନ୍ତି। ଏହିକ୍ରମରେ ଆଜି ସେ ପୁଣିଥରେ ସୁପ୍ରିମକୋର୍ଟଙ୍କୁ ବିରୋଧ କରିଛନ୍ତି।
National
ପୁଣି ହୋଇପାରିଲାନି ଦିଲ୍ଲୀ ମେୟର ନିର୍ବାଚନ
ଆଜି ଏମସିଡିରେ ମେୟର ନିର୍ବାଚନ ପାଇଁ ଆପ୍ ଓ ବିଜେପିର ନବ ନିର୍ବାଚିତ କର୍ପୋରେଟରମାନେ ଉପସ୍ଥିତ ଥିଲେ। ହେଲେ ଉଭୟ ପକ୍ଷ ନାରାବାଜୀ କରିବାରୁ ଗୃହ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଦିଆଯାଇଛି।
Puri
କାଲି ଗଡ଼ିବ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍
ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍ ବୁଧବାର ଦିଲ୍ଲୀ ସଫଦରଜଙ୍ଗ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ। ଟ୍ରେନ୍ର ପ୍ରଥମ ରହଣୀ ବାରଣାସୀରେ ହେବ।