Advertisment

କଟକରେ ଚାଲିଥିଲା ଦେହ ବେପାର, ରାଣୀ ମହୁମାଛି ସହ ୪ ଯୁବତୀ ଉଦ୍ଧାର

ଜବତ ହୋଇଥିବା ଡାଏରୀ କାହାର? କଣ ସେଥିରେ ରହିଛି?

ଅଦ୍ୟତନ ହୋଇଛି
Cuttack

Cuttack

Advertisment

କଟକ ସୂର୍ଯ୍ୟବିହାର ଅଞ୍ଚଳରେ ଚାଲିଥିଲା ଦେହ ବେପାର। କୌଣସି ସୂତ୍ରରୁ ଖବର ପାଇ ବାଦାମବାଡ଼ି ଥାନା ପୁଲିସ୍‌ ଅଚାନକ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ୍‌ ରାଣୀ ମହୁମାଛି ସମେତ ୪ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା। ଏହି ମାମଲାରେ ପୁଲିସ୍‌ ଦୁଇ ଜଣ ଗ୍ରାହକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ୍‌।

Advertisment

ଚଢ଼ଉ ସମୟରେ ପୁଲିସ୍‌ ସେଠାରୁ ମୋବାଇଲ ଓ ଡାଏରୀ ଜବତ କରିଛି। ଜବତ ହୋଇଥିବା ଡାଏରୀ କାହାର ଓ ସେଥିରେ କ’ଣ ଅଛି- ସେ ନେଇ ପୁଲିସ୍‌ ମୁହଁ ଖୋଲି ନାହିଁ। ଅନ୍ୟପକ୍ଷରେ ସେଠାରେ କେତେଦିନ ଧରି ଦେହ ବେପାର ଚାଲିଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। କମିଶନରେଟ୍‌ ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

Cuttack Sex Racket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe