Advertisment

ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପକ୍ଷରୁ ହୋଇଥିବା ଏତଲା ଆଧାରରେ ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ।

ଅଦ୍ୟତନ ହୋଇଛି
undefined

Archana Nag

Advertisment

ହନିଟ୍ରାପ୍ ତଥା ବ୍ଲାକମେଲ ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ଆଜି ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି ହାଇକୋର୍ଟ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପକ୍ଷରୁ ହୋଇଥିବା ଏତଲା ଆଧାରରେ ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ। ତେବେ ତଦନ୍ତରେ ସହଯୋଗ କରିବା, ବାହାରକୁ ନଯିବାକୁ, ସାକ୍ଷୀଙ୍କୁ ପ୍ରଭାବତି ନ କରିବା ପାଇଁ କୋର୍ଟ ଅର୍ଚ୍ଚନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ତେବେ ଅର୍ଚ୍ଚନାଙ୍କ ବିରୋଧରେ ଆଉ ଦୁଇଟି ମାମଲା ରହିଥିବାରୁ ଅର୍ଚ୍ଚନା ଜେଲରୁ ମୁକୁଳିବେନି ବୋଲି ଅନ୍ୟପଟେ ସ୍ପଷ୍ଟ ହୋଇଛି। ଅର୍ଚ୍ଚନାଙ୍କ ବିରୋଧରେ ଶ୍ରଦ୍ଧାଞ୍ଚଳି କରିଥିବା ଏତଲା ଆଧାରରେ ଖଣ୍ଡଗିରି ଥାନାରେ ହୋଇଥିବା ମାମଲା ଓ ଇଡି ପକ୍ଷରୁ ଚାଲିଥିବା ତଦନ୍ତ ମାମଲା ଏବେ ବି କୋର୍ଟରେ ବିଚାରାଧୀନ ରହିଛି।

ଅନ୍ୟପଟେ ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁଙ୍କ ମୋବାଇଲ ସେଣ୍ଟ୍ରାଲ ଫୋରେନସିକ୍ ଲ୍ୟାବ୍ ପଠାଇବାକୁ ଇଡି କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଦୁହିଁଙ୍କ ଠାରୁ ଜବତ ହୋଇଥିବା ୩ଟି ମୋବାଇଲ ଏସଡିଜେଏମ୍ କୋର୍ଟରେ ଜମା କରିବାକୁ ଖଣ୍ଡଗିରି ପୁଲିସକୁ ନିର୍ଦ୍ଦେଶ ଦେଇଛି ଇଡ଼ି କୋର୍ଟ। ରାଜ୍ୟ ଫୋରେନସିକ ଲ୍ୟାବ ଯାଞ୍ଚରେ ବିଫଳ ହେବାରୁ କୋର୍ଟ ଯାଇଥିଲା ଇଡି। ଯାହା ପରେ ଏହି ନର୍ଦ୍ଦେଶ ଆସିଛି।

Advertisment

ସୂଚନା ଥାଉକି, ଅର୍ଚ୍ଚନା ନାଗ ବହୁ ଜଣାଶୁଣା ଲୋକଙ୍କୁ ତାଙ୍କ ହନିଟ୍ରାପ୍ ଜାଲରେ ଫସାଇ ବ୍ଲାକମେଲ କରୁଥିବା ଅଭିଯୋଗ ଜଣାପଡ଼ିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ମାମଲାରେ ଅନେକ ନେତା, ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ମଧ୍ୟ ଆସିଥିଲା। ଏହାକୁ ନେଇ ଶାସକ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିଲେ। ପୁଲିସ ଏହି ମାମଲାରେ ତଦନ୍ତ ଶୀଥିଳତା ଦେଖି ଇଡ଼ି ଚଢ଼ାଉ କରିଥିଲା। ମାମଲାରେ ଲିଙ୍କ ରହିଥିବା ଫିଲ୍ମ ପ୍ରଯୋଜକ, ଶିଳ୍ପପତି ଓ ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଡାକି ଇଡି ଜେରା କରିଥିଲା। ଏଥିସହ ଅର୍ଚ୍ଚନାଙ୍କ ସାଢ଼େ ୩ କୋଟି ଟଙ୍କାର ଘର, ବ୍ୟାଙ୍କ ଆକାଉଣ୍ଟରେ ରହିଥିବା ଟଙ୍କା, ସୁନା ଓ ଅନ୍ୟାନ୍ୟ ସମ୍ପତ୍ତି ଜବତ କରିଥିଲା। ଅର୍ଚ୍ଚନା ଭୁବନେଶ୍ୱରକୁ ଆସିବାର ମାତ୍ର ୪ ବର୍ଷ ଭିତରେ କୋଟି କୋଟି ଟଙ୍କା ସମ୍ପତ୍ତି କିପରି ରୋଜଗାର କଲେ ତାହାର ଚିତ୍ର ସାମ୍ନାକୁ ଆସିପାରିନି। ମାମଲାର ତଦନ୍ତ କରୁଥିବା ପୁଲିସ ଓ ଇଡି ଏଥିରେ ଏପର୍ଯ୍ୟନ୍ତ ଫେଲ୍ ମାରିଛି। ଏହାଛଡ଼ା ଅର୍ଚ୍ଚନା ବିଭିନ୍ନ ନେତା, ମନ୍ତ୍ରୀ, ଅଫିସର, ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ଫଟୋ ଉଠାଇବାର ଫଟୋ ଭାଇରାଲ ହୋଇଥିଲେ ହେଁ ତାହାର ମଧ୍ୟ ତଦନ୍ତ ହୋଇନି। ତେଣୁ ଆଗକୁ ମାମଲାରେ କ’ଣ ନୂଆ ମୋଡ଼ ଆସୁଛି ଦେଖିବାର କଥା।

ଏହି ମାମଲାରେ ପୂର୍ବରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଜାମିନ୍ ମିଳିସାରିଛି। ସେପଟେ ଅର୍ଚ୍ଚନା ଯେଉଁ ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟବହାର କରି ହନିଟ୍ରାପ୍‌ ସାମ୍ରାଜ୍ୟର କାୟା ବିସ୍ତାର କରିଥିଲେ, ତାହାର ତଦନ୍ତ ମଧ୍ୟ ବିଶେଷ ଅଗ୍ରଗତ କରିନି। ଆସନ୍ତା ୨୪ ତାରିଖରେ ଶ୍ରଦ୍ଧାଞ୍ଜଳିଙ୍କୁ କୋର୍ଟରେ ହାଜର ହେବାକୁ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁହଁ ଖୋଲିଲେ ଓଡ଼ିଶା ଦୋହଲି ଯିବ ବୋଲି ଗିରଫ ପରେ ଅର୍ଚ୍ଚନା ଅନେକ ଥର ଗଣମାଧ୍ୟମରେ କହିଥିଲେ ହେଁ ଏପର୍ଯ୍ୟନ୍ତ ସେଭଳି କିଛି ବୟାନ ସେ ରଖିନାହାନ୍ତି।

Archana Nag Archana Political Link
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe