Advertisment

ମନୋମାଳିନ୍ୟ ପରେ ଏକାଠି ହେଲେ ହ୍ୟୁମାନ୍‌ ଓ ଶ୍ରୀୟା

‘ଶ୍ରୀୟାଙ୍କ ଘରକୁ ହ୍ୟୁମାନ ଯିବେ ଓ ତାଙ୍କ ଝିଅଙ୍କ ସହ କଥା ହେବେ। ଶ୍ରୀୟା ମଧ୍ୟ ହ୍ୟୁମାନଙ୍କ ସହ ନିୟମିତ କଥା ହେବେ।’

author-image
Manoranjan Sial
Shriya and Human

Shriya and Human

ମନୋମାଳିନ୍ୟ ପରେ ଏକାଠି ହେଲେ ରୋମାଣ୍ଟିକ୍‌ ବୟ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର। ଉଭୟଙ୍କ ଭିତରେ ଉଠିଥିବା ପାରିବାରିକ ଝଡ଼ ସମାଧାନ ହୋଇଛି। ଏକାଠି ରହିବା ପାଇଁ ଉଭୟ ମନସ୍ତ କରିଛନ୍ତି। ଆଜି ବସିଥିବା ଦ୍ୱିତୀୟ ପର୍ଯ୍ୟାୟ ଆପୋଶ ବୁଝାମଣା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

Advertisment

ହ୍ୟୁମାନ ଓ ତାଙ୍କ ପତ୍ନ ଶ୍ରୀୟାଙ୍କ ମଧ୍ୟରେ ପାରିବାରିକ ବିବାଦ ଦେଖାଦେଇଥିଲା। ସମାଧାନର କୌଣସି ରାସ୍ତା ବାହାରି ପାରୁନଥିଲେ। ଯେଉଁଥିପାଇଁ ଶ୍ରୀୟା ତାଙ୍କ ବାପ ଘରକୁ ପଳାଇ ଯାଇଥିଲେ। ପରେ ଏନେଇ କଟକ କମିଶନରେଟ ପୁଲିସ୍‌ରେ ଅଭିଯୋଗ କରିଥିଲେ। ସ୍ୱାମୀ ହ୍ୟୁମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ଶ୍ରୀୟା। ପୁଲିସ୍‌ ଅଭିଯୋଗକୁ ଭିତ୍ତି କରି ହ୍ୟୁମାନଙ୍କୁ ଥାନାକୁ ଡାକି ଆପୋଶବୁଝାମଣା ପାଇଁ ଚେଷ୍ଟା କରିଥିଲା ପୁଲିସ୍‌। ପ୍ରଥମ ପର୍ଯ୍ୟାୟ ଆପୋଶ ବୁଝାମଣା ବୈଠକରେ ଉଭୟଙ୍କୁ ଦୁଇ ଦିନ ସମୟ ଦିଆଯାଇଥିଲା। ତା’ପରେ ଉଭୟ ପରିବାର ଘରକୁ ଫେରିଥିଲେ।

ଥାନାରୁ ବାହାରିବା ପରେ ଉଭୟଙ୍କ ପରିବାର ପରସ୍ପର ବିରୋଧରେ ଆରୋପ ଓ ପ୍ରତ୍ୟାରୋପ ଲଗାଇଥିଲେ। ଏହାକୁ ନେଇ ବିବାଦ ସମାଧାନ ହେବା ପରିବର୍ତ୍ତେ ଜଟିଳ ହେଉଥିଲା। ସେ ଯାହା ହେଉନା କାହିଁକି ଆଜି ବସିଥିବା ଆପୋଶ ବୁଝାମଣା ବୈଠକରେ ସମାଧାନର ରାସ୍ତା ବାହାରିଛି। ଉଭୟ ନିଜ ଭୁଲ ବୁଝି ଏକାଠି ହେବାକୁ ସହମତି ପ୍ରକାଶ କରିଛନ୍ତି।

Advertisment

ଆଜି ବସିଥିବା ଆପୋଶ ବୁଝାମଣା ବୈଠକ ପରେ ଶ୍ରୀୟା କହିଛନ୍ତି, ଆମ ଭିତରେ ଯାହା ମନୋମାଳିନ୍ୟ ଥିଲା, ତାହା ସମାଧାନ ହୋଇଛି। ଆମେ ଦୁହେଁ ଏକାଠି ହେବୁ। ସବୁ ସମସ୍ୟା ସମାଧାନ ହୋଇଯାଇଛି। ସେଥିପାଇଁ ଏସିପି ସାର ଓ ଆଇଆଇସି ମାଡ଼ାମଙ୍କୁ ଧନ୍ୟବାଦ ଦେଉଛି ବୋଲି ଶ୍ରୀୟା କହିଛନ୍ତି।

ଅନ୍ୟପକ୍ଷରେ ଏସିପି କହିଛନ୍ତି, ଉଭୟଙ୍କ ଭିତରେ ଥିବା ବିବାଦ ସମାଧାନ ହୋଇଯାଇଛି। ଏବେ ଉଭୟ ପରସ୍ପର ଭିତରେ କଥା ହେବେ। ଶ୍ରୀୟାଙ୍କ ଘରକୁ ହ୍ୟୁମାନ ଯିବେ ଓ ତାଙ୍କ ଝିଅଙ୍କ ସହ କଥା ହେବେ। ଶ୍ରୀୟା ମଧ୍ୟ ହ୍ୟୁମାନଙ୍କ ସହ ନିୟମିତ କଥା ହେବେ। ମାସେ ଭିତରେ ଶ୍ରୀୟା ନିଷ୍ପତ୍ତି ନେଇ ହ୍ୟୁମାନଙ୍କ ଘରକୁ ଫେରିବେ। ସବୁ ମନୋମାଳିନ୍ୟ ଦୂର କରି ଉଭୟ ଏକାଠି ରହିବେ। ଆଜି ଶ୍ରୀୟା ଶାଶୂ ଘରକୁ ଯିବା ପାଇଁ ପ୍ରସ୍ତୁତ ହୋଇ ଆସିନଥିଲେ। ସେ ଆଜି ବାପ ଘରକୁ ଫେରିଯିବେ। ପରେ ଶ୍ରୀୟା ତାଙ୍କ ଶାଶୂ ଘରକୁ ଫେରିବେ ବୋଲି ଏସିପି କହିଛନ୍ତି।

Cuttack Human Sagar