Advertisment

ଆଜିଠୁ ଶିବକୁ ରିମାଣ୍ଡରେ ନେଇ ଘାଣ୍ଟିବ ପୁଲିସ୍‌ , ହୋଇପାରେ କ୍ରାଇମ ସିନ୍ ରିକ୍ରିଏସନ୍

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁକୁ ଆଜିଠୁ ରିମାଣ୍ଡରେ ନେବ ପୁଲିସ୍‌ । ଆଜିଠୁ ୩ ଦିନିଆ ରିମାଣ୍ଡରେ ନେଇ ଶିବକୁ ଘାଣ୍ଟିବ ପୁଲିସ୍‌। ଶିବକୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ପୁଲିସ୍‌ ଆବେଦନ କରିଥିଲା । ତେବେ ସାଲେପୁର JMFC କୋର୍ଟ  ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।  ଏହି ରିମାଣ୍ଡ ଅବଧି ମଧ୍ୟରେ ପୁଲିସ୍‌ ଶିବ ସାହୁକୁ ଧରି […]

ଅଦ୍ୟତନ ହୋଇଛି
ଆଜିଠୁ ଶିବକୁ ରିମାଣ୍ଡରେ ନେଇ ଘାଣ୍ଟିବ ପୁଲିସ୍‌ , ହୋଇପାରେ କ୍ରାଇମ ସିନ୍ ରିକ୍ରିଏସନ୍

siba-sahoo

Advertisment

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁକୁ ଆଜିଠୁ ରିମାଣ୍ଡରେ ନେବ ପୁଲିସ୍‌ । ଆଜିଠୁ ୩ ଦିନିଆ ରିମାଣ୍ଡରେ ନେଇ ଶିବକୁ ଘାଣ୍ଟିବ ପୁଲିସ୍‌। ଶିବକୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ପୁଲିସ୍‌ ଆବେଦନ କରିଥିଲା । ତେବେ ସାଲେପୁର JMFC କୋର୍ଟ  ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।  ଏହି ରିମାଣ୍ଡ ଅବଧି ମଧ୍ୟରେ ପୁଲିସ୍‌ ଶିବ ସାହୁକୁ ଧରି କ୍ରାଇମ ସିନ୍ ରିକ୍ରିଏସନ୍ କରିପାରେ ।

Advertisment

ପାଞ୍ଚ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ବନ୍ଦ ଘରେ କେମିତି ଏକୁଟିଆ ହତ୍ୟା କଲା ସାନ ଭାଇ ଶିବ ? ୫ ଜଣଙ୍କୁ ନୃଶଂସ ଭାବେ ହାଣିବା ସତ୍ତ୍ୱେ, ଶିବ ଦେହରେ ଟିକିଏ ବି ରକ୍ତ ଲାଗିଲାନି କେମିତି ? ପ୍ରଥମେ କୌଣସି ନିଶାଦ୍ରବ୍ୟ ପ୍ରୟୋଗ କରିବା ପରେ ହତ୍ୟାକାଣ୍ଡ ଭିଆଇଛି କି ଶିବ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ପୁଲିସ୍‌ ଚେଷ୍ଟା କରିବ ।

ଗତ ୧୧ ତାରିଖ ରାତିରେ ଶିବ ନିଜ ବଡ଼ଭାଇ, ଭାଉଜ, ଜଣେ ଝିଆରୀ ଓ ୨ ପୁତୁରାଙ୍କୁ ହତ୍ୟା କରିଥିଲା ବେଳେ ୧୨ ତାରିଖ ସକାଳେ ସ୍ୱାଭାବିକ ଭାବେ ଗାଁରେ ବୁଲିଥିଲା । ଲୋକଙ୍କ ସହ କଥା ହୋଇଥିଲା। ଏହାପରେ  ସରପଞ୍ଚ, ୱାର୍ଡମେମ୍ବରଙ୍କ ନିକଟକୁ ଭିଡିଓ ଛାଡ଼ି ଥାନାକୁ ଯାଇ ଆତ୍ମସମର୍ପଣ କଲା। ଜଣେ ମଧ୍ୟବୟସ୍କ ବ୍ୟକ୍ତି ୫ ଜଣଙ୍କୁ ହତ୍ୟା କରିବା ପରେ କିପରି ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ୱାଭାବିକ ରହିଲା, ତା’ ଲୁଗାପଟାରେ ରକ୍ତ ଛିଟା ଲାଗିଥିଲା ନା ନାହିଁ, ଲାଗିଥିଲେ ତାହାକୁ କେଉଁଠି ଲୁଚାଇ ରଖିଛି ଆଦି ପ୍ରଶ୍ନର ଉତ୍ତର ଖୋଜିବାକୁ ଶିବକୁ ଘାଣ୍ଟିବ ପୁଲିସ୍‌।

Advertisment

ସୂଚନାଯୋଗ୍ୟ, ୨ ଭାଇ ଅଲେଖ ସାହୁ ଓ ଶିବ ସାହୁଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଜମି ବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ଏପରିକି ଅଲେଖଙ୍କ ପରିବାର ତାଙ୍କୁ ଖୁବ୍‌ ହଇରାଣ କରୁଥିବା ଶିବଙ୍କ ପତ୍ନୀ କହୁଥିବା ବେଳେ ଉଭୟ ପକ୍ଷ ପରସ୍ପର ନାଁରେ ଥାନାରେ ୧୦ରୁ ଊର୍ଦ୍ଧ୍ୱ ଲେଖା କେସ୍‌ ଦେଇଛନ୍ତି। ସେଥିମଧ୍ୟରେ ରେପ୍‌ କେସ୍‌ ବି ଥିବା ଜଣାଯାଇଛି। ଉଭୟଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ଭରି ରହିଥିବା ବେଳେ ପ୍ରତିଶୋଧ ନିଆଁରେ ଜଳୁଥିବା ଶିବ ଶେଷରେ ୧୧ ତାରିଖ ରାତିରେ ଜହ୍ଲାଦ ସାଜି ଭାଇର ପରିବାରକୁ ନିପାତ କରିଦେଲା। ତେବେ ଏକୁଟିଆ ଶିବ ଏପରି  ରକ୍ତର ହୋଲି ଖେଳି ୫ ଜଣଙ୍କୁ ହତ୍ୟା କରିବା ଘଟଣାକୁ ସହଜେ ବିଶ୍ୱାସ କରିହେଉ ନାହିଁ। ଏହା ପଛରେ ଆଉ କିଛି ରହସ୍ୟ ଥିବା ଆଲୋଚନା ହେଉଛି।

Murder Honour Killing Mass Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe