Advertisment

ହେପାଜତ ମୃତ୍ୟୁ ମାମଲା: ନିଲମ୍ବିତ ହେବେ ୬ ବନ କର୍ମଚାରୀ

ବନ ବିଭାଗ ହେପାଜତରେ ଧନେଶ୍ୱରରଙ୍କ ମୃତ୍ୟୁ ପରେ ପରିବାର ଲୋକେ ବଡ଼ମ୍ବା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୧୪ଜଣ ବନ ବିଭାଗ ଅଧିକାରୀଙ୍କୁ ଆଠଗଡ଼ ଥାନାରେ ରଖି ପଚରାଉଚରା କରିଥିଲା।

ଅଦ୍ୟତନ ହୋଇଛି
arrested forest employees

arrested forest employees

Advertisment

ବନ ବିଭାଗ ହେପାଜତରେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ମାମଲାରେ ଆଠଗଡ଼ ବନ ବିଭାଗର ୬ଜଣ କର୍ମଚାରୀ ନିଲମ୍ବନ ହେବେ। ଆଜି ଏହି ସୂଚନା ଦେଇଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ।

Advertisment

ସେ କହିଛନ୍ତି, ଗତକାଲି ବଡମ୍ବା ରେଞ୍ଜର ସୁବ୍ରତ ବେହେରା ସମେତ ୬ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ଼ଥିଲା। ବିଭାଗୀୟ ନିୟମ ଅନୁସାରେ ଗିରଫ ହେବାର ୪୮ ଘଣ୍ଟା ମଧ୍ୟରେ ନିଲମ୍ବନ କରାଯିବ। ରେଂଜରଙ୍କୁ ଛାଡି ଅନ୍ୟ ଅଭିଯୁକ୍ତ ମାନଙ୍କୁ ନିଲମ୍ବନ କରିବେ ଡିଏଫଓ । ରେଂଜରଙ୍କ ନିଲମ୍ବନ ପାଇଁ ବନବିଭାଗ ମୁଖ୍ୟ କାର୍ଯ୍ୟାଳୟକୁ ସୁପାରିଶ କରିବେ ଡିଏଫଓ ।

ହାତୀ ଶିକାର ଓ ଦାନ୍ତ ଚୋରି ଅଭିଯୋଗରେ ଗତ ୫ ତାରିଖ ରାତିରେ ବଡମ୍ବା ସାତଗୋଛିଆ ଗାଁର ଧନେଶ୍ଵର ବେହେରାଙ୍କୁ ଏକ ପେଟ୍ରୋଲ ପମ୍ପ ନିକଟରୁ ଉଠାଇଆଣିଥିଲା ବନ ବିଭାଗ ଟିମ୍। ଏହି ଟିମ୍ ଧନେଶ୍ୱରଙ୍କୁ ତିଗିରିଆ ୱାଚ୍ ଟାୱାର ଠାରେ ପଚରାଉଚରା କରିବା ବେଳେ ପ୍ରବଳ ମାଡ ମାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ବଡମ୍ବା ଥାନାରେ ଅଭିଯୋଗ ହୋଇଥିଲା।

Advertisment

ଉକ୍ତ ଘଟଣାରେ ପୁଲିସ ୧୪ଜଣ ବନ ବିଭାଗ ଅଧିକାରୀଙ୍କୁ ଆଠଗଡ଼ ଥାନାରେ ରଖି ପଚରାଉଚରା କରାଯାଇଥିଲା। ଏହାସହ ଡିଏଫଓ, ରେଞ୍ଜର, ଏସିଏଫଙ୍କ ନାଁରେ ୩୦୨ ଦଫାରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଥିଲେ କଟକ ଗ୍ରାମାଞ୍ଚଳ ଏସପି। ଗତକାଲି ପ୍ରାଥମିକ ପର୍ଯ୍ୟାୟରେ ସମ୍ପୃକ୍ତ ମାମଲାରେ ବଡମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାୟକ ମାଝୀ, କୁନା ବେହେରା ଓ ପ୍ରଭାତ ପ୍ରଧାନ ଗିରଫଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଠଗଡ଼ ଏସ୍‌ଡିପିଓ ବିଜୟ କୁମାର ବିଶି ସୂଚନା ଦେଇଥିଲେ।

Custodial Death Odisha Forest Department
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe