Advertisment

ବୟସ୍କଙ୍କ ଟିକାକରଣ ପାଇଁ ଘରେ ପହଞ୍ଚିବ ଗାଡ଼ି

କଟକ (ଓଡ଼ିଶା ରିପୋର୍ଟର): କଟକ ସହରରେ ବରିଷ୍ଠ ନାଗରିକଙ୍କୁ ଟିକାକରଣ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଘରୁ ଟିକାକରଣ କେନ୍ଦ୍ରକୁ ଆସିବାକୁ ଅକ୍ଷମ ଥିବା ଲୋକଙ୍କୁ ସୁବିଧାରେ ଟିକା ଦିଆଯିବ। ବୟସ୍କଙ୍କୁ ଟିକା ବ୍ୟବସ୍ଥା ନେଇ ଆଜି ଏହି ସୂଚନା ଦେଇଛନ୍ତି ସିଏମସି କମିଶନୀ ଅନନ୍ୟା ଦାସ। ୯୭୭୭୦୬୭୨୯୭ ନମ୍ବରରେ ଫୋନ୍ କଲେ ଘରେ ପହଞ୍ଚିବ ଗାଡ଼ି। ଗାଡ଼ି ପହଞ୍ଚି ବୟସ୍କକୁ ଟିକା କେନ୍ଦ୍ରରେ ଟିକା ଦେବା ପରେ ପୁଣି ଘରେ ଆଣି ଛାଡ଼ିବ। ପାଠ ପଢ଼ିବାକୁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବୟସ୍କଙ୍କ ଟିକାକରଣ ପାଇଁ ଘରେ ପହଞ୍ଚିବ ଗାଡ଼ି

cmc-commissioner

କଟକ (ଓଡ଼ିଶା ରିପୋର୍ଟର): କଟକ ସହରରେ ବରିଷ୍ଠ ନାଗରିକଙ୍କୁ ଟିକାକରଣ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଘରୁ ଟିକାକରଣ କେନ୍ଦ୍ରକୁ ଆସିବାକୁ ଅକ୍ଷମ ଥିବା ଲୋକଙ୍କୁ ସୁବିଧାରେ ଟିକା ଦିଆଯିବ। ବୟସ୍କଙ୍କୁ ଟିକା ବ୍ୟବସ୍ଥା ନେଇ ଆଜି ଏହି ସୂଚନା ଦେଇଛନ୍ତି ସିଏମସି କମିଶନୀ ଅନନ୍ୟା ଦାସ।

Advertisment

୯୭୭୭୦୬୭୨୯୭ ନମ୍ବରରେ ଫୋନ୍ କଲେ ଘରେ ପହଞ୍ଚିବ ଗାଡ଼ି। ଗାଡ଼ି ପହଞ୍ଚି ବୟସ୍କକୁ ଟିକା କେନ୍ଦ୍ରରେ ଟିକା ଦେବା ପରେ ପୁଣି ଘରେ ଆଣି ଛାଡ଼ିବ। ପାଠ ପଢ଼ିବାକୁ ବା ଚାକିରି ପାଇଁ ବିଦେଶ ଯିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ସୁବିଧା କରାଯାଇଛି। ଟିକା ସାର୍ଟିଫିକେଟ ଦରକାର ଥିଲେ ଗୋପାଳପୁର କଲ୍ୟାଣମଣ୍ଡପ ଆସନ୍ତୁ। ଏଯାବତ କଟକ ସହରରେ ସାଢ଼େ ୩ ଲକ୍ଷ ଡୋଜ୍ ଟିକା ଦିଆସରିଲାଣି ବୋଲି ସିଏମସି କମିଶନର କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ୪୮୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୪୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Advertisment

୪୮୫୨ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୬୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୦୮୭ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୦୫ ଜଣ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜିଲ୍ଲାକୁ ଛାଡ଼ି ଦେଲେ ଅନ୍ୟ କୌଣସି ଜିଲ୍ଲାରେ ଏହି ସଂଖ୍ୟା ୫୦୦ ଛୁଇଁ ନାହିଁ।