Advertisment

ସ୍କୁଲ ଗେଟ୍ ପାଖରେ ହେବ ଚଢ଼ାଉ, ପିଲାଙ୍କୁ ଗାଡ଼ି ଦେଉଥିଲେ ଅଭିଭାବକ ସାବଧାନ!

ଗାଡ଼ି ଚଳାଉଥିବା ବେଳେ ପିଲା ଧରାପଡ଼ିଲେ ବାଇକ ମାଲିକକୁ କୋର୍ଟ ଚାଲାଣ କରାଯିବ।

ଅଦ୍ୟତନ ହୋଇଛି
Transport enforcement addl commissioner

Transport enforcement addl commissioner

Advertisment

ସ୍କୁଲ ଗେଟ୍ ପାଖରେ ହେବ ଚଢ଼ାଉ, ପିଲାଙ୍କୁ ଗାଡ଼ି ଦେଉଥିଲେ ଅଭିଭାବକ ସାବଧାନ! ନାବାଳକ ସ୍କୁଲ ପିଲା ବାଇକ୍ କିମ୍ବା ଅନ୍ୟ ଗାଡ଼ି ଚଳାଇ ପାରିବେନି। ଯଦି ସେମାନେ ଗାଡ଼ି ଚଳାଉଥିବା ବେଳେ ଧରାପଡ଼ିବେ, ତେବେ ଗାଡ଼ିର ମାଲିକକୁ ଧରି କୋର୍ଟ ଚାଲାଣ କରାଯିବ। ଏଥିପାଇଁ ସ୍କୁଲ ଆଖପାଖରେ ଧରପଗଡ଼ ହେବ ବୋଲି ଆଜି ସୂଚନା ଦେଇଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ।

Advertisment

ସେ କହିଛନ୍ତି, ଆସନ୍ତାକାଲିଠୁ ଏପ୍ରିଲ ପ୍ରଥମ ସପ୍ତାହ ଯାଏ ସ୍ପେସାଲ ଡ୍ରାଇଭ ହେବ। ଟ୍ରାଫିକ୍ ପୋଷ୍ଟ ପାଖରେ ଧରପଗଡ଼ କଲେ ଟ୍ରାଫିକ୍ ଜାମ୍ ହେବା ଆଶଙ୍କା ଥିବାରୁ ସ୍କୁଲ ନିକଟରେ ଚଢ଼ଉ କରାଯିବ। ପୁଲିସ ସହ ମିଶି ପରିବହନ ଅଧିକାରୀ ଏହି ଚଢ଼ାଉ କରିବେ। ଯେଉଁ ୧୮ ବର୍ଷରୁ କମ୍ ସ୍କୁଲ ପିଲା ଗାଡ଼ି ଚଳାଉଥିବେ, ସମ୍ପୃକ୍ତ ଗାଡ଼ିର ମାଲିକଙ୍କୁ ୨୫ ହଜାର ଟଙ୍କା ଜୋରିମାନା କରାଯିବା ସହ ଗାଡିକୁ ଜବତ କରାଯିବ। ପରେ ଗାଡ଼ିର ପଞ୍ଜୀକରଣ ବାତିଲ କରାଯିବ ଓ ଗାଡି ମାଲିକଙ୍କ ବିରୋଧରେ ମାମଲା କରାଯିବ। ଏହି ମାମଲାରେ ଆଇନ ଅନୁଯାୟୀ ଗାଡ଼ି ମାଲିକଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଓ ଜାରିମାନା ବ୍ୟବସ୍ଥା ଅଛି। ଏହା ସମସ୍ତେ ଜାଣିବା କଥା।

ଗତ ସପ୍ତାହରେ ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରିବାକୁ ଅଭିଯାନ ଚାଲିଥିଲା। ଯେଉଁଥିଲେ ୭୬୭ ଜଣ ଧରାପଡ଼ିଥିଲେ। ଏହି ଘଟଣାରେ ଅନେକଙ୍କୁ ଗିରଫ କରାଯାଇଛି। ୨୦୨୧ ମସିହାରେ ସଡ଼କ ଦୁର୍ଘଟଣା ୫୦୮୧ ଜଣଙ୍କର ଓ ୨୦୨୨ରେ ୫୪୬୭ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୧ରେ ସଡ଼କ ଦୁର୍ଘଟଣାରେ ମୃତକମାନଙ୍କ ଭିତରେ ୧୮ ବର୍ଷରୁ କମ୍ ୧୩୨ ଜଣ ବାଳକ ଓ ୨୩ ଜଣ ବାଳିକା ଥିଲେ। ମଦ୍ୟପାନ ଜନିତ ଗାଡ଼ି ଚାଳନା ଓ ଦୃତଗତିରେ ଗାଡି ଚଳାଇବା ଦୁର୍ଘଟଣାଜନିତ ମୃତ୍ୟୁର ପ୍ରମୁଖ କାରଣ ହୋଇଛି। ତେଣୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମୁତାବକ ୪-ଇ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏହି ୪-ଇ ହେଉଛି ଏଜୁକେସନ, ଏନ୍‌ଫୋର୍ସମେଣ୍ଟ, ଟ୍ରମାକେୟାର, ଇଞ୍ଜିନିୟରିଂ।

Advertisment

ସୂଚନା ଥାଉକି, ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଶୂନ୍ୟ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛି। ପ୍ରାଥମିକ ପଦକ୍ଷେପ ଭାବେ ମଦ ଚଳାଇ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ଧରିବା ନିମନ୍ତେ ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ସ୍କୁଲ ଓ କଲେଜ ଗାଡି ଚଳାଇ ଯାଇଥିବା ୧୮ ବର୍ଷରୁ କମ୍ ବିଦ୍ୟାର୍ଥୀ ଓ ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ବିଦ୍ୟାର୍ଥୀଙ୍କ ଉପରେ ରୋକ ଲଗାଇବାକୁ ବିଭାଗ ନିଷ୍ପତ୍ତି ନେଇଛି।

Transport Commissioner School Students Enforcement Directorate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe