Advertisment

କମିଶନରେଟ୍ ପୁଲିସ୍ ଦେଇପାରିଲାନି ପ୍ରମାଣ! ଗଣଦୁଷ୍କର୍ମ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ୍

କଟକ(ଓଡ଼ିଶା ରିପୋର୍ଟର): ପ୍ରମାଣ ଯୋଗାଡ଼ କରିପାରିଲା ନାହିଁ କମିଶନରେଟ୍ ପୁଲିସ୍। ଯେଉଁଥିପାଇଁ ନିର୍ଦ୍ଦୋଷରେ ଖଲାସ ହେଲେ ଦୁଇ ନାବାଳିକା ଗଣଦୁଷ୍କର୍ମ ଅଭିଯୁକ୍ତ। ବହୁ ଚର୍ଚ୍ଚିତ କଟକ ଗତିରାଉତପାଟଣା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସ୍ୱତନ୍ତ୍ର ପକ୍ସୋ କୋର୍ଟ। ନିର୍ଦ୍ଦୋଷରେ ଖଲାସ ଦୁଇ ଅଭିଯୁକ୍ତ ହେଲେ ରାକେଶ ରାଉତ ଓ ସନ୍ତୋଷ ବେହେରା। କଟକ ଗତିରାଉତପାଟଣାର ଏକ ଚିକେନ୍ ସେଣ୍ଟରରେ ଏହି ଦୁଷ୍କର୍ମ ଘଟିଥିବା ଅଭିଯୋଗ ହୋଇଥିଲା। ଓଏମପି ଛକରୁ ନାବାଳିକାକୁ ଉଠାଇ […]

କମିଶନରେଟ୍ ପୁଲିସ୍ ଦେଇପାରିଲାନି ପ୍ରମାଣ! ଗଣଦୁଷ୍କର୍ମ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ୍

stop-rape

Advertisment

କଟକ(ଓଡ଼ିଶା ରିପୋର୍ଟର): ପ୍ରମାଣ ଯୋଗାଡ଼ କରିପାରିଲା ନାହିଁ କମିଶନରେଟ୍ ପୁଲିସ୍। ଯେଉଁଥିପାଇଁ ନିର୍ଦ୍ଦୋଷରେ ଖଲାସ ହେଲେ ଦୁଇ ନାବାଳିକା ଗଣଦୁଷ୍କର୍ମ ଅଭିଯୁକ୍ତ। ବହୁ ଚର୍ଚ୍ଚିତ କଟକ ଗତିରାଉତପାଟଣା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସ୍ୱତନ୍ତ୍ର ପକ୍ସୋ କୋର୍ଟ। ନିର୍ଦ୍ଦୋଷରେ ଖଲାସ ଦୁଇ ଅଭିଯୁକ୍ତ ହେଲେ ରାକେଶ ରାଉତ ଓ ସନ୍ତୋଷ ବେହେରା।

Advertisment

କଟକ ଗତିରାଉତପାଟଣାର ଏକ ଚିକେନ୍ ସେଣ୍ଟରରେ ଏହି ଦୁଷ୍କର୍ମ ଘଟିଥିବା ଅଭିଯୋଗ ହୋଇଥିଲା। ଓଏମପି ଛକରୁ ନାବାଳିକାକୁ ଉଠାଇ ନେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ୨୦୨୦ ମସିହା ଅକ୍ଟୋବର ୧୨ ତାରିଖରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣାରେ ପୁଲିସ୍ ଚିକେନ୍ ଦୋକାନୀର ମାଲିକ ଓ ତା’ର ସହଯୋଗୀକୁ ୧୫ ତାରିଖରେ ଗିରଫ କରାଯାଇଥିଲା। ଏହା ପରେ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ନାବାଳିକାଙ୍କୁ ଚିକେନ୍ ସେଣ୍ଟରରେ ଏକାଧିକ ଦିନ ରଖି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ସେହି ସମୟରେ ଘଟଣାଟି ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା। ହେଲେ ପ୍ରମାଣ ଅଭାବରୁ ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଘଟଣାରେ ଚାଇଲ୍ଡ ଲାଇଫ୍ ତରଫରୁ ଏତଲା ଦିଆଯାଇଥିଲା। କିନ୍ତୁ ପୀଡ଼ିତା କିମ୍ବା ତା’ର ପରିବାର ପକ୍ଷରୁ କେହି ଏତଲା ଦେଇନଥିଲେ। ଏପରିକି ପୀଡ଼ିତା ପକ୍ଷରୁ ମାମଲାକୁ ସମର୍ଥନ କରାଯାଇନଥିଲା। ଏହାବ୍ୟତୀତ ପୁଲିସ୍ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିପାରିନଥିଲା। ଯେଉଁ କାରଣରୁ କୋର୍ଟ ଉପଯୁକ୍ତ ପ୍ରମାଣ ଅଭାବରୁ ଦୁଇ ଅଭିଯୁକ୍ତଙ୍କୁ ନିଦ୍ଦୋର୍ଷରେ ଖଲାସ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ପୀଡ଼ିତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ଘରେ କୌଣସି କଥାକୁ ନେଇ ବାପା ଓ ଝିଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ବାପାଙ୍କ ଉପରେ ରାଗି ଝିଅଟି କଟକରେ ରହୁଥିବା ଭଉଣୀଙ୍କ ପାଖକୁ ଚାଲି ଆସିଥିଲେ। ସେଠାରେ କିଛି ଦିନ ରହିବା ପରେ ଭଉଣୀ ଓ ଭିଣୋଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ବଡ଼ ଭଉଣୀଙ୍କ ପରାମର୍ଶରେ ଝିଅଟି ଘରକୁ ଯିବା ପାଇଁ ଓଏମ୍‌ପି ଛକରେ ବସ୍‌କୁ ଅପେକ୍ଷା କରିଥିଲେ।

ଓଏମ୍‌ପି ଛକରେ ଠିଆ ହେବା ଭିତରେ ଜଣେ ଯୁବକଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ପରେ ଯୁବକ ଜଣକ ତାଙ୍କୁ ଫୁସୁଲାଇ ବାଦାମବାଡ଼ିକୁ ଡାକି ନେଇଥିଲେ। ସଞ୍ଜ ହୋଇଯାଉଥିବାରୁ ଝିଅଟି ଘରକୁ ଫେରିବାକୁ ଚାହିଁଥିଲେ। ହେଲେ ଯୁବକ ଜଣକ ନାନା ବାହାନା ଦେଖାଇ ତାଙ୍କୁ ଏକ ଅପରିକ୍ତ ଘର ଭିତରକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତେବେ ବଳାତ୍କାର ସମୟରେ ଅନ୍ୟ ଜଣେ ଭିଡିଓ ସୁଟିଂ କରିଥିଲା। ଏମିତି ଦୀର୍ଘ ୨୨ ଦିନ ଧରି ନାବାଳିକାଙ୍କ ସହିତ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ କହିଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା। ଏପରିକି ସୁଟିଂ କରିଥିବା ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe