/odisha-reporter/media/post_attachments/uploadimage/library/16_9/16_9_0/IMAGE_1681527981.jpg)
Odisha Bar Council
ଆଜି ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ। ପରିଷଦର ମୋଟ ୨୫ଟି ସଦସ୍ୟ ପଦବୀ ପାଇଁ ରାଜ୍ୟର ୩୪ ହଜାର ୯୦୮ ଜଣ ଆଇନଜୀବୀ ଭୋଟ ଦେବେ। ଏହି ୨୫ଟି ସଦସ୍ୟ ପଦବୀ ପାଇଁ ବିଭିନ୍ନ ବାର ଆସୋସିଏସନରୁ ୯୬ ଜଣ ଆଇନଜୀବୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
Advertisment
ପରିଷଦ ସହ ଅନୁବନ୍ଧିତ ୧୮୨ ଟି ବାର ଆସୋସିଏସନ ଥିବାବେଳେ ଭୋଟ ଗ୍ରହଣ ପାଇଁ ୧୬୭ଟି ବୁଥ ବ୍ୟବସ୍ଥା କରାଯାଇଛି। ସକାଳ ୧୦ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜାରି ରହିବ। ପ୍ରିଫରେନସିଆଲ ଭୋଟ ବ୍ୟବସ୍ଥା ହୋଇଥିବାରୁ ପ୍ରତ୍ୟେକ ଆଇନଜୀବୀ ୨୫ଟି ଭୋଟ ଦେଇପାରିବେ ।
ତେବେ ସର୍ବନିମ୍ନ ୫ଟି ଭୋଟ ନ ଦେଲେ ବାଲାଟ ନାକଚ ହେବ ବୋଲି ମୁଖ୍ୟନିର୍ବାଚନ ଅଧିକାରୀ ଜଷ୍ଟିସ ପ୍ରମଥ ପଟ୍ଟନାୟକ ସୂଚନା ଦେଇଛନ୍ତି। ପ୍ରିଫରେନସିଆଲ ଭୋଟ ହୋଇଥିବାରୁ ବିଧାନସଭାର କର୍ମଚାରୀମାନେ ଭୋଟ ଗଣତି କରିବେ। ଆସନ୍ତା ୨୧ତାରିଖରୁ ଭୋଟ ଗଣତି ଆରମ୍ଭ ହେବାକୁ ଥିବାବେଳେ ପ୍ରାୟ ୨ ମାସ ଧରି ଗଣତି ଜାରି ରହିବ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
