Advertisment

ସନ୍‌ ହସ୍ପିଟାଲ ସାମୟିକ ବନ୍ଦ

କଟକ(ଓଡ଼ିଶା ରିପୋର୍ଟର): ସାମୟିକ ଭାବେ ବନ୍ଦ ହେଲା ସନ୍ ହସ୍ପିଟାଲ। ଅଗ୍ନି ନିରାପତ୍ତା ଆଇନ ଖିଲାପ କରିବା ସହ ବେଆଇନ ଭାବେ ଚାଲିଥିବାରୁ  ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭବାନୀଶଙ୍କର ଚୟନି। କଟକ ତୁଳସୀପୁର ବିଜୁ ପଟ୍ଟନାୟକ ଛକ ପାଖରେ ଥିବା ସନ୍ ହସ୍ପିଟାଲରେ ଗତ ୨ ତାରିଖରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଗୁରୁତର ହୋଇ ପଡ଼ିଥିବା ୧୧ ରୋଗୀଙ୍କୁ ଏସ୍‌ସିବି ସମେତ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଅଗ୍ନିଶମ ବାହିନୀ […]

ସନ୍‌ ହସ୍ପିଟାଲ ସାମୟିକ ବନ୍ଦ

sun-1

Advertisment

କଟକ(ଓଡ଼ିଶା ରିପୋର୍ଟର): ସାମୟିକ ଭାବେ ବନ୍ଦ ହେଲା ସନ୍ ହସ୍ପିଟାଲ। ଅଗ୍ନି ନିରାପତ୍ତା ଆଇନ ଖିଲାପ କରିବା ସହ ବେଆଇନ ଭାବେ ଚାଲିଥିବାରୁ  ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭବାନୀଶଙ୍କର ଚୟନି।

Advertisment

କଟକ ତୁଳସୀପୁର ବିଜୁ ପଟ୍ଟନାୟକ ଛକ ପାଖରେ ଥିବା ସନ୍ ହସ୍ପିଟାଲରେ ଗତ ୨ ତାରିଖରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଗୁରୁତର ହୋଇ ପଡ଼ିଥିବା ୧୧ ରୋଗୀଙ୍କୁ ଏସ୍‌ସିବି ସମେତ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଅଗ୍ନିଶମ ବାହିନୀ ତଦନ୍ତ କରି ରିପୋର୍ଟ ଦେବା ପରେ ଏହି ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି । ଅଗ୍ନି ନିରାପତ୍ତା ଆଇନ ଖିଲାପ କରିବା ସହ ବେଆଇନ ଭାବେ ଚାଲିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ଗତ ୨ ତାରିଖରେ ହୋଇଥିବା ଅଗ୍ନିକାଣ୍ଡରେ ହସ୍ପିଟାଲରେ ପଞ୍ଚମ ମହଲାଟି ସଂପୂର୍ଣ୍ଣ ଜଳିପୋଡ଼ି ଧ୍ୱଂସ ହୋଇଥିଲା । ଏନେଇ ତଦନ୍ତ ପରେ ଜଣାପଡ଼ିଥିଲା ଯେ, ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ନଥିଲା । ଅଗ୍ନି ନିରାପତ୍ତା ସଂପର୍କିତ ଏନ୍ଓସି ନଥାଇ ହସ୍ପିଟାଲ ଚାଲିଥିଲା। ଏ ସଂପର୍କରେ ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉତ୍ତର ସନ୍ତୋଷଜନକ ନ ହେବାରୁ ପ୍ରଶାସନ ପକ୍ଷରୁ ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe