Advertisment

ଧରା ପଡ଼ିଲା ଠକ ତାନ୍ତ୍ରିକର ଚାଲ୍‌, ଗୁପ୍ତ ଧନ ବାହାର କରିବ କହି ଠକିନେଲା ୬୦ ଲକ୍ଷ!

ମୌଲାନା କୈଫି ଖାନ୍‌ ବାରମ୍ୱାର ଟଙ୍କା ମାଗୁଥିଲା କିନ୍ତୁ ଗୁପ୍ତ ଧନ ଦେଉନଥିଲା। ଯାହାକୁ ନେଇ ଅତିଷ୍ଠ ହୋଇପଡ଼ିଥିଲେ ନୀତୁ। ତେଣୁ ମୌଲାନାଙ୍କ କାର୍ଯ୍ୟକଳାପ ପ୍ରତି ସନ୍ଦେହ କରିଥିଲେ। ପରେ ସେ ଏନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଦ୍ୟତନ ହୋଇଛି
Cuttack

Cuttack

Advertisment

ଧରାପଡ଼ିଲା ଠକ ତାନ୍ତ୍ରିକର ଚାଲ୍‌। ଘରେ ପୋତା ଯାଇଥିବା ଗୁପ୍ତ ଧନ ବାହାର କରିଦେବ କହି ଠକିନେଇଥିଲା ୬୦ ଲକ୍ଷରୁ ଅଧିକ ଟଙ୍କା। ଆଉ ସେହି ଟଙ୍କାରେ ଅୟସ୍‌ କରୁଥିଲା। ଏପରି ଅଭିଯୋଗ ଆସିଛି କଟକରୁ। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ୍‌ ଅଭିଯୁକ୍ତ ତାନ୍ତ୍ରିକକୁ ଗିରଫ କରିଛି। ଏଥିସହ ତାହାଠାରୁ ଦାମୀ କାର୍‌, ନକଲି ହୀରା, ସୁନା, ରୁପା ଓ ଅନ୍ୟାନ୍ୟ ଷ୍ଟୋନ୍‌ ଜବତ କରିଛି। ସେ ଅନେକ ଲୋକଙ୍କୁ ଏମିତି ଠକିଥିବା ପୁଲିସ୍‌ କହିଛି।

Advertisment

ପୁଲିସ୍‌ର କହିବା ଅନୁସାରେ ତାନ୍ତ୍ରିକ ମୌଲାନା କୈଫି ଖାନ୍‌ ଜଣେ ପେସାଦାର ଠକ। ଗୁଣିଗାରେଡି କରି ଘରୁ ଗୁପ୍ତଧନ ବାହାର କରିଦେବ ବୋଲି କହି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରୁଥିଲା। ଆଉ ତାର ସେହି ଚାଲରେ ଫସି ଯାଇଥିଲେ ମଙ୍ଗଳବାଗ ଥାନା ଅଞ୍ଚଳର ନୀତୁ(ଛଦ୍ମନାମ)। କଥାବାର୍ତ୍ତା ପରେ ମୌଲାନା ତାଙ୍କ ଘରକୁ ଯାଇଥିଲା। ଅନ୍ଧାର ଘର ଭିତରେ ପୂଜାର୍ଚ୍ଚନା କରୁଥିଲା। ଆଉ ପୂଜାର୍ଚ୍ଚନା ଭିତରେ ନୀତୁଙ୍କ ଅନୁପସ୍ଥିତିରେ ସେ ଘର ଭିତରେ ଗାତ ଖୋଳି ହୀରା ଓ ବ୍ରୋଞ୍ଜ ପରି ଦେଖାଯାଉଥିବା ପଦାର୍ଥକୁ ପୋତି ଦେଉଥିଲା। ତା’ପରେ ପୋତିଥିବା ସ୍ଥାନରେ ନିୟମିତ ଭାବେ ପୂଜା କରୁଥିଲା। ସେହି ଘର ଭିତରକୁ କାହାକୁ ଛାଡ଼ୁ ନଥିଲା।

ପରବର୍ତ୍ତୀ ସମୟରେ ପୂଜା କରି ନୀତୁ ଓ ତାଙ୍କ ପରିବାର ଲୋକଙ୍କ ସମ୍ମୁଖରେ ଘର ଭିତରେ ଖୋଳି ପୋତିଥିବା ହୀରା ଓ ବ୍ରୋଞ୍ଜ ପରି ଦେଖାଯାଉଥିବା ପଦାର୍ଥକୁ ବାହାର କରୁଥିଲା। କିନ୍ତୁ ନୀତୁଙ୍କୁ ସେ ସବୁ ସାମଗ୍ରୀ ଦେଉନଥିଲା। ହାତ ମାରିଲେ ସେହି ପଦାର୍ଥର ହୀରା ଓ ବ୍ରୋଜ ଗୁଣ ନଷ୍ଟ ହୋଇଯିବ ବୋଲି କୈଫି କହୁଥିଲା। ତେଣୁ ଉକ୍ତ ପଦାର୍ଥକୁ ସୁଦ୍ଧି କରିବାକୁ ପଡ଼ିବ। ସେଥିପାଇଁ କୈଫି ପୂଜା କରୁଥିଲା। ଏମିତି ୮ରୁ ୯ ମାସ ଧରି ନୀତୁଙ୍କ ଘରେ କୈଫି ନିୟମିତ ଯାଇ ପୂଜା କରୁଥିଲା। ସେଥିପାଇଁ ପର୍ଯ୍ୟାୟ କ୍ରମେ ସେ ୬୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲା। ଆଉ ଗୁପ୍ତ ଧନ ପାଇବା ଆଶାରେ ହାତ ଖୋଲି ଟଙ୍କା ଦେଉଥିଲେ।

Advertisment

ମୌଲାନା କୈଫି ଖାନ୍‌ ବାରମ୍ୱାର ଟଙ୍କା ମାଗୁଥିଲା କିନ୍ତୁ ଗୁପ୍ତ ଧନ ଦେଉନଥିଲା। ଯାହାକୁ ନେଇ ଅତିଷ୍ଠ ହୋଇପଡ଼ିଥିଲେ ନୀତୁ। ତେଣୁ ମୌଲାନାଙ୍କ କାର୍ଯ୍ୟକଳାପ ପ୍ରତି ସନ୍ଦେହ କରିଥିଲେ। ପରେ ସେ ଏନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ପ୍ରଥମେ ମୌଲାନାକୁ ହେପାଜତକୁ ନେଇ ଘନଘନ ପଚରାଉଚରା କରିଥିଲା। ପଚରାଉଚରା ପରେ ପୁଲିସ୍‌ ତାକୁ ଗିରଫ କରିଛି।

ପୁଲିସ ମୌଲାନାଠାରୁ ନଗଦ ୨୭୬୦୦୦ ଟଙ୍କା, ଗୋଟିଏ ବୁଲେଟ୍‌, ଦୁଇଟି ଲକ୍‌ଜୁରିୟସ୍‌ କାର୍‌, ୭୦ଟି ନୂଆ ମୋବାଇଲ୍‌, ୨୦ଟି ଦାମି ଘଣ୍ଟା, ବ୍ୟାଙ୍କ ପାସ୍‌ବୁକ୍‌, ଚେକ୍‌ବୁକ୍‌, ୧୩ଟି ବୀମା ପଲିସି, ହୀରା ଓ ବ୍ରୋଞ୍ଜ ପରି ଦେଖା ଯାଉଥିବା ପଦାର୍ଥ ଏବଂ ଅନ୍ୟାନ୍ୟ ପଦାର୍ଥ ଜବତ କରିଛି।

କଟକ ଡିସିପି ପିନାକୀ ମିଶ୍ରଙ୍କ କହିବା ଅନୁସାରେ ଅଭିଯୁକ୍ତ ଜଣେ ପେଶାଦାର ଠକ। ସେ ମଧୁର କଥା କହି ଲୋକଙ୍କ ମନ କିଣୁଥିଲା। ତା’ପରେ ମନ୍ତ୍ରତନ୍ତ୍ର ବଳରେ ଘରେ ଥିବା ଗୁପ୍ତ ଧନ ବାହାର କରିଦେବ ବୋଲି କହୁଥିଲା। ଠକରେ ସେହି ଚାଲ୍‌ରେ ଲୋକମାନେ ଫସି ଯାଉଥିଲେ। ଠକୁଥିବା ଟଙ୍କାରେ ଗୋଟିଏ ମୋବାଇଲ୍‌ ଦୋକାନ କରିଥିଲା ସେ ଏମିତି ଅନେକ ଲୋକଙ୍କଠାରୁ ଠକିଥିବା ଜଣାପଡ଼ିଛି। କିଛି ଲୋକ ଅଭିଯୋଗ ମଧ୍ୟ କଲେଣି। ଏପରି ବ୍ୟକ୍ତିଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

ଅଭିଯୋଗ ନେଇ ମୌଲାନା କୈଫି ଖାନ୍‌ଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ସେ କହିଛନ୍ତି, ଗଲତ ହେ କି ସେହି ହେ, ଇସ୍‌କା ଫୈସଲା ଆଲ୍ଲା କରେଗା।

Cuttack Crime Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe