Advertisment

ଧୋଇଗଲା ଅସ୍ଥାୟୀ ରାସ୍ତା, ଧବଳେଶ୍ୱର ଦର୍ଶନରୁ ବଞ୍ଚିତ ଭକ୍ତ

ଝୁଲାପୋଲ ଅସୁରକ୍ଷିତ ଦର୍ଶାଇ ନଭେମ୍ବର ୧ ତାରିଖ ଠାରୁ ଧବଳେଶ୍ୱରଙ୍କ ପୀଠକୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ବନ୍ଦ ରଖାଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
DHABALESWAR ROAD

DHABALESWAR ROAD

ଧୋଇଗଲା ଧବଳେଶ୍ୱର ଯିବାକୁ ହୋଇଥିବା ଅସ୍ଥାୟୀ ରାସ୍ତା। ମହାନଦୀରେ ପାଣି ଆସିବାରୁ ଆଠଗଡ଼ ଧବଳେଶ୍ୱର ପୀଠକୁ ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ। ମଞ୍ଚେଶ୍ୱର ନଦୀ ଘାଟରୁ ପାଇକରାପୁର ପଠା ଏବଂ ସେଠାରୁ ଧବଳେଶ୍ୱର ପଠାକୁ ସଂଯୋଗ କରୁଥିଲା ଅସ୍ଥାୟୀ ରାସ୍ତା। ଶ୍ରଦ୍ଧାଳୁ ମାନେ ଏହି ରାସ୍ତାରେ ଆସି ବାବା ଧବଳେଶ୍ୱରଙ୍କର ଦର୍ଶନ କରୁଥିଲେ।

Advertisment

ଝୁଲାପୋଲ ଅସୁରକ୍ଷିତ ଦର୍ଶାଇ ନଭେମ୍ବର ୧ ତାରିଖ ଠାରୁ ଧବଳେଶ୍ୱରଙ୍କ ପୀଠକୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ବନ୍ଦ ରଖାଯାଇଥିଲା। ୧୪୪ ଧାରା ଲଗାଇ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଲଗାଯାଇଥିଲା।

୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ପୋଲରେ ଫାଟ ସୃଷ୍ଟି ହୋଇଥିଲା। ପୋଲକୁ ଷ୍ଟେ’ ଦିଆଯାଇଥିବା ୧୨ଟି ଟଣକାରେ ମଧ୍ୟ ଫାଟ ଦେଖାଯାଇଥିଲା। ଏହାର ମରାମତି ପାଇଁ ଝୁଲାପୋଲରେ ଯିବାକୁ ବାରଣ କରାଯାଇଥିଲା। ଏହାସହ ଡଙ୍ଗାରେ ଧବଳେଶ୍ୱରଙ୍କ ଦର୍ଶନ କରିବାକୁ ଯିବାକୁ ଭକ୍ତଙ୍କୁ ବାରଣ କରାଯାଇଥିଲା।

Advertisment
Cuttack