Advertisment

ବିଜେଡି-ବିଜେପି ମୁହାଁମୁହିଁ!

ଆଠଗଡ଼ (ନୀଳକଣ୍ଠ ଦୋରା): ଆଠଗଡ଼ରେ ବିଜେପି କର୍ମୀ ଓ ବିଜେଡି ସର୍ମଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହେଇଛି। ଢେଲାପଥର ମାଡ଼ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଯାହାକୁ ନେଇ ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ରାଜ୍ୟରେ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ବିଜେପି ପକ୍ଷରୁ ସମସ୍ତ ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ବଡମ୍ବା ନରସିଂହପୁର ବିଜେପି ପକ୍ଷରୁ ବିଜେପି ବିଧାୟକ ପ୍ରାର୍ଥୀ ବିଜୟ କୁମାର […]

ବିଜେଡି-ବିଜେପି ମୁହାଁମୁହିଁ!

athagarh

Advertisment

ଆଠଗଡ଼ (ନୀଳକଣ୍ଠ ଦୋରା): ଆଠଗଡ଼ରେ ବିଜେପି କର୍ମୀ ଓ ବିଜେଡି ସର୍ମଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହେଇଛି। ଢେଲାପଥର ମାଡ଼ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଯାହାକୁ ନେଇ ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Advertisment

ରାଜ୍ୟରେ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ବିଜେପି ପକ୍ଷରୁ ସମସ୍ତ ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ବଡମ୍ବା ନରସିଂହପୁର ବିଜେପି ପକ୍ଷରୁ ବିଜେପି ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରାଙ୍କ ସହ କଟକ ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତିଙ୍କ ନେତୃତ୍ଵରେ ନରସିଂହପୁର ବ୍ଲକ ଘେରାଉ କରାଯାଇଥିଲା।

ଘେରାଉ ସମୟରେ ବିଜେପି କର୍ମୀ ଓ ବିଜେଡି ସର୍ମଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ ଢେଲାପଥର ମାଡ଼ ହୋଇଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ନରସିଂହପୁର ପୁଲିସ ପକ୍ଷରୁ ପୁଲିସ ଫୋର୍ସ ମୁତୟନ କରାଯିବା ସହ ସ୍ଥିତି ଉପରେ ଅନୁଧ୍ୟାନ କରାଯାଇଛି। ଆକ୍ରମଣକାରୀ ‍ବିଜେଡି କର୍ମୀଙ୍କ‍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ଲକ ଆଗରେ ଧାରଣାରେ ବସିଛନ୍ତି ବିଜେପି କର୍ମୀ ଓ ନେତା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe