Advertisment

ନିଆଳିରେ ନିର୍ବାଚନୀ ହିଂସା; ବୁଥ ଦଖଲ କଲେ, ଭୋଟ ବାକ୍ସ ପାଣିରେ ଫୋପାଡ଼ିଲେ

ନିଆଳି(ବିନୟ ମିଶ୍ର): ଆଜି ଶେଷ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ କଟକ ଜିଲ୍ଲା ନିଆଳି ବ୍ଲକରେ ପୋଖରୀଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି ସାଂଘାତିକ ନିର୍ବାଚନୀ ହିସାଂ। କେଉଁଠି ବୁଥ୍‌କୁ କବଜା କରି ଜବରଦଖଲକାରୀ ଭୋଟ ଦେଲେ ତ କେଉଁଠି ଭୋଟ ବାକ୍ସକୁ ପାଣିରେ ଫୋପାଡ଼ିଲେ। କେବଳ ଏତିକି ନୁହେଁ, କେତେକ ସ୍ଥାନରେ ବାଲାଟ ବକ୍ସ ଭିତରେ ପାଣି ବି ପଶାଇ ଦେଲେ। ନିର୍ବାଚନ ସମୟରେ ଏପରି ହିଂସା ଘଟିଥିବା ଅଭିଯୋଗ ହେବାପରେ ପଞ୍ଚାୟତର ୯ଟି ବୁଥରେ ବନ୍ଦ […]

ଅଦ୍ୟତନ ହୋଇଛି
ନିଆଳିରେ ନିର୍ବାଚନୀ ହିଂସା; ବୁଥ ଦଖଲ କଲେ, ଭୋଟ ବାକ୍ସ ପାଣିରେ ଫୋପାଡ଼ିଲେ

niali

Advertisment

ନିଆଳି(ବିନୟ ମିଶ୍ର): ଆଜି ଶେଷ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ କଟକ ଜିଲ୍ଲା ନିଆଳି ବ୍ଲକରେ ପୋଖରୀଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି ସାଂଘାତିକ ନିର୍ବାଚନୀ ହିସାଂ। କେଉଁଠି ବୁଥ୍‌କୁ କବଜା କରି ଜବରଦଖଲକାରୀ ଭୋଟ ଦେଲେ ତ କେଉଁଠି ଭୋଟ ବାକ୍ସକୁ ପାଣିରେ ଫୋପାଡ଼ିଲେ। କେବଳ ଏତିକି ନୁହେଁ, କେତେକ ସ୍ଥାନରେ ବାଲାଟ ବକ୍ସ ଭିତରେ ପାଣି ବି ପଶାଇ ଦେଲେ। ନିର୍ବାଚନ ସମୟରେ ଏପରି ହିଂସା ଘଟିଥିବା ଅଭିଯୋଗ ହେବାପରେ ପଞ୍ଚାୟତର ୯ଟି ବୁଥରେ ବନ୍ଦ ରହିଛି ଭୋଟଗ୍ରହଣ  । ଏପରିକି ସମଗ୍ର ପଞ୍ଚାୟତରେ ପୁନଃ ନିର୍ବାଚନ ଦାବିରେ ଗ୍ରାମବାସୀ ପୋଖରୀ ଗାଁ ଛକରେ ରାସ୍ତାରୋକ କରିଛନ୍ତି । ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାଶୁଝା କରୁଥିଲେ ବି ପରିସ୍ଥିତି ଶାନ୍ତ ହୋଇ ନ ଥିବା ଜଣାଯାଇଛି।

Advertisment

ସୂଚନାଯୋଗ୍ୟ, ନିଆଳି ବ୍ଲକ ପୋଖରୀ ଗାଁ ପଞ୍ଚାୟତରେ ୨୩ଟି ବୁଥ୍‌ ଥିବା ବେଳେ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ । ତେବେ  ପ୍ରଥମେ ୧ରୁ ୫ ନଂ ବୁଥ୍‌ ଓ ୨୦ ଓ ୨୧ ନମ୍ବର ବୁଥ୍‌କୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଜବରଦଖଲକାରୀ ନିଜ କବଜାକୁ ନେଇଯାଇଥିବା ଅଭିଯୋଗ ହୋଇଥିଲା। ଏପରିକି ସେମାନେ ବୁଥ୍‌କୁ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ନିଜ କବଜାରେ ରଖି ମନଇଚ୍ଛା ଭୋଟଦାନ କରିଥିବା  କହିଥିଲେ ଗ୍ରାମବାସୀ।

[caption id="attachment_716079" align="aligncenter" width="650"]niali ପାଣିରେ ପଡ଼ିଛି ବାଲାଟ ବକ୍ସ ।[/caption]

Advertisment

ଏହାପରେ ସେମାନେ  ୧୧ରୁ ୧୯ ନମ୍ବର ବୁଥ୍‌ରେ ପ୍ରବେଶ କରି ବହୁ ଭୋଟ ବାକ୍ସକୁ ପାଣିରେ ଫୋପାଡ଼ିଛନ୍ତି। କେବଳ ସେତିକି ନୁହେଁ, ବହୁ ବାକ୍ସରେ ପାଣି ବି ପୂରାଇ ଦେଇଛନ୍ତି। ଏପରିକି ଜବରଦଖଲକାରୀଙ୍କ ଆକ୍ରମଣରେ ଜଣେ ଏଜେଣ୍ଟ ଆହତ ହୋଇଛନ୍ତି।

ସମଗ୍ର ପଞ୍ଚାୟତରେ ଆଉ ଥରେ ନିର୍ବାଚନ ଦାବିରେ ପୋଖରୀଗାଁ ଓ ପୋଳସରା ଛକରେ ଉତ୍ତ୍ୟକ୍ତ ଲୋକ ରାସ୍ତାରେ ବସି ରହିଛନ୍ତି। ଘଟଣାସ୍ଥଳରେ କଟକ ପିଡି ଡିଆରଡିଏ, ନିଆଳି ତହସିଲଦାର, ଆଇଆଇସି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ପରିସ୍ଥିତି କିନ୍ତୁ ଶାନ୍ତ ପଡ଼ିନି।  ପଞ୍ଚାୟତରେ ପୁନଃ ପୋଲିଂ ଦାବିରେ ଅଡ଼ି ବସିଛନ୍ତି ଉତ୍ୟକ୍ତ ଲୋକ ।

[caption id="attachment_716072" align="aligncenter" width="650"]niali ନିଆଳିର ଏକ ବୁଥ୍‌ ସାମନାରେ ଉତ୍ତେଜନା।[/caption]

ଏନେଇ ଜଣେ ଗ୍ରାମବାସୀ କହିଛନ୍ତି, ୨ରୁ୫ ନଂ ବୁଥ୍‌ରେ ଏଜେଣ୍ଟଙ୍କୁ ବସାଇ ଦେଲେନି । ଫର୍ମ ଚିରି ଫୋପାଡ଼ି ଦେଲେ। ୩ ଘଣ୍ଟା ଜବରଦଖଲ କରି ଭୋଟିଂ କଲେ। ପ୍ରାର୍ଥୀ ଯିବାରୁ ତାଙ୍କୁ ବି ମାଡ଼ ଦେଲେ। ସେଠାରୁ ଏଠାକୁ ଆସି ବାକ୍ସକୁ ପାଣିରେ ଫୋପାଡ଼ିଲେ। ବାକ୍ସରେ ପାଣି ପଶାଇ ଦେଲେ। ଏହି ବୁଥ୍‌ରେ ଭୋଟିଂ ବନ୍ଦ ଥିବା ବେଳେ ଉକ୍ତ ସମସ୍ତ ବୁଥ୍‌କୁ  ବି ବନ୍ଦ କରାଯାଉ। ପଞ୍ଚାୟତର ୨୩ଟି ଯାକ ବୁଥ୍‌ରେ ଆଉ ଥରେ ଭୋଟିଂ ହେଉ। ପ୍ରଶାସନ ସ୍ଥିର କରୁ କେବେ ନିର୍ବାଚନ ହେବ । ସେଥିପାଇଁ ଆମେ ଶାନ୍ତିଶୃଙ୍ଖଳାର ସହ ରାସ୍ତାରେ ବସିଛୁ।

ଏନେଇ ପିଡି ଡିଆରଡିଏ କହିଛନ୍ତି,  ପୁନଃ ନିର୍ବାଚନ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ବସିଛନ୍ତି। ସେମାନଙ୍କ ସହ ଆଲୋଚନା ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe