Advertisment

ମୋ ଆଖିରେ ଗୁଣ୍ଡ ପକାଇ ବୋଲେରୋରେ ଜବରଦସ୍ତ ନେଇଗଲେ

ଆଠଗଡ଼(ଓଡ଼ିଶା ରିପୋର୍ଟର) ଗତ ୧୦ ତାରିଖରେ ଘରକୁ ଫେରୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅପହରଣ ହୋଇଥିବା ଯୁବକଙ୍କୁ ଖୋର୍ଦ୍ଧା ଅଞ୍ଚଳରୁ ଉଦ୍ଧାର କରାଯାଇଛି। । ତାଙ୍କ ନାମ ରାଜେନ୍ଦ୍ର ପୁହାଣ । ଅପହୃତ ଯୁବକ ଜଣକ ଆଜି ଗାଁ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ କିଛି ଯୁବକ ମୁହଁରେ ସ୍ପ୍ରେ ମାରି ଖୋର୍ଦ୍ଧା ଅଞ୍ଚଳର ଏକ କାଜୁ ଜଙ୍ଗଲରେ ଫିଙ୍ଗି ଦେଇଥିବା କହିଛନ୍ତି । ଗତକାଲି ବର୍ଷା ସମୟରେ ତାଙ୍କର ହୋସ ଫେରିବା […]

ଅଦ୍ୟତନ ହୋଇଛି
ମୋ ଆଖିରେ ଗୁଣ୍ଡ ପକାଇ ବୋଲେରୋରେ ଜବରଦସ୍ତ ନେଇଗଲେ

iop-1

Advertisment

ଆଠଗଡ଼(ଓଡ଼ିଶା ରିପୋର୍ଟର) ଗତ ୧୦ ତାରିଖରେ ଘରକୁ ଫେରୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅପହରଣ ହୋଇଥିବା ଯୁବକଙ୍କୁ ଖୋର୍ଦ୍ଧା ଅଞ୍ଚଳରୁ ଉଦ୍ଧାର କରାଯାଇଛି। । ତାଙ୍କ ନାମ ରାଜେନ୍ଦ୍ର ପୁହାଣ । ଅପହୃତ ଯୁବକ ଜଣକ ଆଜି ଗାଁ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ କିଛି ଯୁବକ ମୁହଁରେ ସ୍ପ୍ରେ ମାରି ଖୋର୍ଦ୍ଧା ଅଞ୍ଚଳର ଏକ କାଜୁ ଜଙ୍ଗଲରେ ଫିଙ୍ଗି ଦେଇଥିବା କହିଛନ୍ତି । ଗତକାଲି ବର୍ଷା ସମୟରେ ତାଙ୍କର ହୋସ ଫେରିବା ପରେ ସେ କାଜୁ ଜଙ୍ଗଲରେ ପଡିଥିବା ସହ ସେଠାରୁ ୭କିମି ଚାଲିଚାଲି ଏକ ଗାଁ ନିକଟରେ ପହଞ୍ଚିଥିଲେ ।

Advertisment

ପରେ ଘର ଲୋକଙ୍କୁ ଖବର ଦେଇଥିଲେ । ସେଠାରୁ ପୋଲିସ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଘରେ ଛାଡିଛି । ଗତକାଲି ଅପହରଣ ଅଭିଯୋଗ କରି ଉତ୍ୟକ୍ତ ଗ୍ରାମବାସୀ ସରପଞ୍ଚଙ୍କ ଘର , ଗାଡି ଭଙ୍ଗାରୁଜା କରି ଥିଲେ । ଏଥିସହ ପୁରୁଣା କଟକ ସମ୍ବଲପୁର ରାସ୍ତାର ମହାକାଳବସ୍ତ ଛକ ନିକଟରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକକରିଥିଲେ। ଗାଁ ସଭାରୁ ଏହି ବିବାଦ ଆରମ୍ଭ ହେବା ସହ ଏହି ଘଟଣା ପଛରେ ସରପଞ୍ଚଙ୍କ ପରିବାର ଲୋକଙ୍କ ହାତ ଥିବା ସହ ପୋଲିସ ଏହି ଘଟଣାରେ ପକ୍ଷପାତିତା କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ରାଜେନ୍ଦ୍ର ଓ ତାଙ୍କ ପରିବାର ପ୍ରତି ବିପଦ ଥିବା ବେଳେ ତାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଉଭୟ ଗାଁ ଓ ପରିବାର ଲୋକେ ଅନୁରୋଧ କରିଛନ୍ତି । । ଯୁବକ ଜଣକ କହିଛନ୍ତି ଯେ, ମୁଁ ଘରକୁ ଫେରୁଥିବା ବେଳେେ ଏକ ବୋଲେରୋରେ କିଛି ଯୁବକ ଆସି ମୋ ଆଖିରେ କିଛି ଗୁଣ୍ଡ ପକାଇ ଦେଲେ । ପରେ ମୋତେ ଆଉ ଦେଖାଗଲାନି । ସେମାନେ ମୋତେ ଜବରଦସ୍ତ ସେହି ଗାଡ଼ିରେ ନେଇ ଏକ କାଜୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଆଜି ମୋର ହୁସ୍‌ ଆସିବା ପରେ ମୁଁ ସବୁକଥା ଜାଣିପାରିଲି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe