Advertisment

୨୦ ଫୁଟ ତଳକୁ ଖସିଲା କାର୍; ସ୍ୱାମୀ ମୃତ, ପତ୍ନୀ ଗୁରୁତର

ଜ୍ଞାନରଞ୍ଜନ ମେଡିକାଲ କାମ ସାରି ମଧୁପାଟଣା ନିକଟ ତାଳଦଣ୍ଡା କେନାଲ ରାସ୍ତାରେ ଘରକୁ ଫେରୁଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
Road Accident

Road Accident

ଖୋଲାମେଲା ପଡ଼ିଛି କଟକ ତାଳଦଣ୍ଡା କେନାଲ ରାସ୍ତା। ନା ଅଛି କୌଣସି ସାଇନ ବୋର୍ଡ ନା ଲଗାଯାଇଛି ଗାର୍ଡ ଓ୍ୱାଲ। ଫଳରେ ଆଜି କେନାଲ ଭିତରକୁ ଖସିପଡିଲା କାର୍। ଘଟଣାସ୍ଥଳରେ ହିଁ ଜଣଙ୍କ ଜୀବନ ଚାଲିଗଲା, ଆଉ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ରାସ୍ତାକୁ ବନ୍ଦ ନକରି ବିପଦସଙ୍କୁଳ ଭାବେ କାମ ଚାଲିଥିବାରୁ ଜଣଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ କଟକ କନ୍ଦରପୁର ଅଂଚଳର ଜ୍ଞାନରଂଜନ ବେହେରା ଓ ଗୁରୁତର ଜଣକ ତାଙ୍କ ପତ୍ନୀ ଅଞ୍ଜନା ଜେନା।

Advertisment

ଏଥିପାଇଁ ସ୍ଥାନୀୟ ଲୋକେ ପ୍ରଶାସନର ବେପରୁଆ ମନଭାବକୁ ଦାୟୀ କରିଛନ୍ତି। ରାସ୍ତାରୁ ପ୍ରାୟ ୨୦ ଫୁଟ ତଳେ ପାଣି ଭିତରେ ଓଲଟି ପଡିଥିବା ଗାଡିକୁ ଦୁର୍ଘଟଣାର କିଛି ସମୟ ପରେ ଉଦ୍ଧାର କରାଯାଇଥିଲା। କାରରେ ଥିବା ଦୁଇ ଜଣ ମଧ୍ୟରୁ ରଞ୍ଜିତାଙ୍କୁ ଜିବୀତ ଉଦ୍ଧାର କରାଯାଇଥିବା ବେଳେ ଜ୍ଞାନରଞ୍ଜନଙ୍କର କିନ୍ତୁ ମୃତ୍ୟୁ ଘଟିଛି।

ଜ୍ଞାନରଞ୍ଜନ ମେଡିକାଲ କାମ ସାରି ମଧୁପାଟଣା ନିକଟ ତାଳଦଣ୍ଡା କେନାଲ ରାସ୍ତାରେ ଘରକୁ ଫେରୁଥିଲେ। ହେଲେ ରାସ୍ତାରେ ଗାଡିଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡିଥିଲା। ଆଉ, ଗାଡି ସହ ଦୁଇ ଜଣ ଯାକ ବୁଡି ଯାଇଥିଲେ ପାଣି ଭିତରେ।

Advertisment

ସେପଟେ ଘଟଣାର ତଦନ୍ତ କରି ଯିଏ ଦାୟୀ, ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜୋନ-୬ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି। କଟକ ମେୟର ସୁବାସ ସିଂ କହିଛନ୍ତି, ଲୋକଙ୍କ ସୁରକ୍ଷା ନିମନ୍ତେ ବିହିତ ପଦକ୍ଷେପ ନିଆଯିବ।

ସୂଚନା ଥାଉକି, କଟକ ବଡ ମେଡିକାଲର ସଂପ୍ରସାରଣ ପାଇଁ ତାଳଦଣ୍ଡା କେନାଲ ରାସ୍ତା କାମ ଚାଲିଛି। ପାଖାପାଖି ୨ ବର୍ଷ ହେଲା ଜାରି ରହିଛି କାମ। ଗତବର୍ଷ ଏହି ରାସ୍ତାରେ ଏକ ପୋଲ ମଧ୍ୟ ଭୁଶୁଡି ପଡିଥିଲା। ସେପଟେ ସହରରେ ୧୦-୧୨ ବର୍ଷ ହେଲା ରାସ୍ତା ଓ ଡ୍ରେନ୍ ମରାମତି ନାଁରେ କଛପ ଗତିରେ କାମ ଚଳାଇଛି ଜାଇକା। କାମରେ ବିଳମ୍ବ ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ବି ଘଟୁଛି।

Cuttack Road Accident Car Accident