କଟକ(ଓଡ଼ିଶା ରିପୋର୍ଟର): କଟକ ସହରରେ ଚାଲି ଥିବା ଏକ ଛିନ୍ତାଇ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୁଲିସ। ଅଭିଯୁକ୍ତ ମାନେ ଚୌଦ୍ୱାର ଓ ଚଉଳିଆଗଞ୍ଜ ଅଞ୍ଚଳରେ ଛିନ୍ତାଇ କରୁଥିଲେ। ସେମାନଙ୍କ ଠାରୁ ଲୁଟ ହୋଇଥିବା ସୁନା ଗହଣା ମଧ୍ୟ ଜବତ କରିଛି ପୁଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ। ଗିରଫ ୧୧ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ହେଲେ ଚୌଦ୍ୱାର ଥାନା ଅଞ୍ଚଳର ଏବଂ ଚାଉଳିଆଗଞ୍ଜ ଥାନା ଅଞ୍ଚଳର ୭ ଜଣ।
ମୋଟ ୮ ଲକ୍ଷ ୫୦ ହଜାର ଟଙ୍କାର ୧୭୦ ଗ୍ରାମ ସୁନା ଅଳଙ୍କାର ଓ ୨୦ ଟି ମୋବାଇଲ ଫୋନ ଜବତ କରାଯାଇଛି। ସେମାନଙ୍କ ଠାରୁ ଲୁଟ ହୋଇଥିବା 168 ଗ୍ରାମର ସୁନା ଗହଣା ଓ 20 ଟି ମୋବାଇଲ ଫୋନକୁ ଜବତ କରିଛି ପୁଲିସ। ପୁଲିସ ହାତ ରେ ଧରା ପଡ଼ିଥିବା ଏହି ଦୁଇଟି ଗ୍ୟାଙ୍ଗଙ୍କ ବିରୋଧରେ ବିଭିନ୍ନ ଜିଲ୍ଲାରେ ଅନେକ ମାମଲା ରହିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନର୍ସିଂ ଚାକିରି ଦେବା ନାଁରେ ଠକେଇ; ୨ ଭାଇ ଗିରଫ
ମେଡିକାଲରେ ଚାକିରି କରାଇବା କହି ୩୦ ଜଣଙ୍କ ଠାରୁ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଲେ। ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୁଲିସ।
Crime
ନିଶା ସେବନ ଓ ଅସଦାଚରଣକୁ ନେଇ ଅଶାନ୍ତ ସିଟି କଲେଜ୍
କମେଣ୍ଟ ମରା ଓ ନିଶା ସେବନକୁ ନେଇ କଟକ ସିଟି କଲେଜରେ ଗୋଷ୍ଠୀ ସଂଘର୍ଷ। ବାଦାମବାଡ଼ି ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ।
Miscellaneous
ଡ୍ରେନ୍ କାମବେଳେ ଭୁଶୁଡ଼ିଲା କାନ୍ଥ, ଶ୍ରମିକ ମୃତ
ବିଡ଼ାନାସୀ ଛକରେ ସିଏମସିର ଡ୍ରେନ୍ କାମବେଳେ ଘଟିଛି ଏହି ଅଘଟଣ। ଜଣେ ଶ୍ରମିକ ମୃତ, ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।
Miscellaneous
ସରିଲା ଐତିହାସିକ କଟକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କା ବେପାର
ଐତିହାସିକ କଟକ ବାଲିଯାତ୍ରା ସରିବା ପରେ ୯ ଦିନର କୋଳାହଳ ଏବେ ଶାନ୍ତ ପଡ଼ିଛି। ୯ ଦିନରେ ୨୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥିବାବେଳେ ସେଥିରୁ କେବଳ ଓରମାସ ୪୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି।
Crime
ବାଂଲାଦେଶୀ ଦେହଜୀବୀଙ୍କ କବ୍ଜାରେ ଟ୍ୱିନ୍ ସିଟି!
କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।