ପୁଲିସ ଜାଲରେ ଛିନ୍ତାଇ ଗ୍ୟାଙ୍ଗ୍

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରେ ଚାଲି ଥିବା ଏକ ଛିନ୍ତାଇ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୁଲିସ। ଅଭିଯୁକ୍ତ ମାନେ ଚୌଦ୍ୱାର ଓ ଚଉଳିଆଗଞ୍ଜ ଅଞ୍ଚଳରେ ଛିନ୍ତାଇ  କରୁଥିଲେ। ସେମାନଙ୍କ ଠାରୁ ଲୁଟ ହୋଇଥିବା ସୁନା ଗହଣା ମଧ୍ୟ ଜବତ କରିଛି ପୁଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ। ଗିରଫ ୧୧ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ହେଲେ ଚୌଦ୍ୱାର ଥାନା ଅଞ୍ଚଳର ଏବଂ ଚାଉଳିଆଗଞ୍ଜ ଥାନା ଅଞ୍ଚଳର ୭ ଜଣ। […]

6yi

Tapas Behera
  • Published: Wednesday, 04 August 2021
  • , Updated: 04 August 2021, 06:06 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରେ ଚାଲି ଥିବା ଏକ ଛିନ୍ତାଇ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୁଲିସ। ଅଭିଯୁକ୍ତ ମାନେ ଚୌଦ୍ୱାର ଓ ଚଉଳିଆଗଞ୍ଜ ଅଞ୍ଚଳରେ ଛିନ୍ତାଇ  କରୁଥିଲେ। ସେମାନଙ୍କ ଠାରୁ ଲୁଟ ହୋଇଥିବା ସୁନା ଗହଣା ମଧ୍ୟ ଜବତ କରିଛି ପୁଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ। ଗିରଫ ୧୧ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ହେଲେ ଚୌଦ୍ୱାର ଥାନା ଅଞ୍ଚଳର ଏବଂ ଚାଉଳିଆଗଞ୍ଜ ଥାନା ଅଞ୍ଚଳର ୭ ଜଣ।

ମୋଟ ୮ ଲକ୍ଷ ୫୦ ହଜାର ଟଙ୍କାର ୧୭୦ ଗ୍ରାମ ସୁନା ଅଳଙ୍କାର ଓ ୨୦ ଟି ମୋବାଇଲ ଫୋନ ଜବତ କରାଯାଇଛି। ସେମାନଙ୍କ ଠାରୁ ଲୁଟ ହୋଇଥିବା 168 ଗ୍ରାମର  ସୁନା ଗହଣା ଓ 20 ଟି ମୋବାଇଲ ଫୋନକୁ ଜବତ କରିଛି ପୁଲିସ। ପୁଲିସ ହାତ ରେ ଧରା ପଡ଼ିଥିବା ଏହି ଦୁଇଟି ଗ୍ୟାଙ୍ଗଙ୍କ ବିରୋଧରେ ବିଭିନ୍ନ ଜିଲ୍ଲାରେ ଅନେକ ମାମଲା ରହିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ।

Related story