Advertisment

ପୁଲିସ ବୋଲି ପରିଚୟ ଦେଇ ଲୁଟି ନେଲେ ପୂଜକଙ୍କ ସୁନା ଗହଣା

ସେ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କଲେଜ ଛକରୁ ଯୋବ୍ରା ଯାଉଥିବା ବେଳେ ବମ୍ବେ ହୋଟେଲ ନିକଟରେ ତାଙ୍କୁ କିଛି ଦୁର୍ବୃତ୍ତ ଅଟକାଇଥିଲେ।

Nilambara Mishra

Nilambara Mishra

Advertisment

ପୁଲିସ ବୋଲି ପରିଚୟ ଦେଲେ। ପରିଚୟପତ୍ର ବି ଦେଖାଇଲେ। ହେଲେ ଲୁଟି ନେଲେ ପୂଜକଙ୍କ ସବୁ ଅଳଙ୍କାର। କଟକରେ ଅଭିନବ ଉପାୟରେ ହୋଇଛି ଏଭଳି ଲୁଟ। ପୁଲିସ ପରିଚୟ ଦେଇ ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟ ହୋଇଥିବା ମାଲଗୋଦାମ ଥାନାରେ ଅଭିଯୋଗ ହୋଇଛି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ଯୋବ୍ରା ଅଞ୍ଚଳର ଜଣେ ପୂଜକ। ତାଙ୍କ ନାଁ ନୀଳାମ୍ବର ମିଶ୍ର। ସେ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କଲେଜ ଛକରୁ ଯୋବ୍ରା ଯାଉଥିବା ବେଳେ ବମ୍ବେ ହୋଟେଲ ନିକଟରେ ତାଙ୍କୁ କିଛି ଦୁର୍ବୃତ୍ତ ଅଟକାଇଥିଲେ।

Advertisment

ସେମାନେ ନିଜକୁ ପୁଲିସ ବୋଲି ପରିଚୟ ଦେଇ ଏକ ଆଇକାର୍ଡ ଦେଖାଇଥିଲେ। ଏହାପରେ ପୂଜକ ପିନ୍ଧିଥିବା ସୁନା ଜିନିଷକୁ ନିଜ ବ୍ୟାଗରେ ରଖିବାକୁ କହିଥିଲେ। ପୂଜକ ଜଣକ କଥା ମାନି ବ୍ୟାଗରେ ପିନ୍ଧିଥିବା ସୁନା ଚେନ, ମୁଦି ଓ ବ୍ରେସଲେଟ ରଖିଦେଇଥିଲେ। କୌଶଳ କ୍ରମେ ବ୍ୟାଗରୁ ହାତ ପୂରାଇ ଦୁର୍ବୃତ୍ତମାନେ ସୁନା ଲୁଟି ନେଇଥିଲେ। କିଛି ସମୟ ପରେ ବ୍ୟାଗରୁ ସୁନା ଜିନିଷ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ମାଲଗୋଦାମ ଥାନାରେ ପହଁଞ୍ଚି ପୂଜକ ଏତଲା ଦେଇଥିଲେ।

ଏତଲା ପରେ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି। ଲୁଟେରା ମାନେ ହିନ୍ଦିରେ କଥାବାର୍ତ୍ତା ହେଉଥିବାରୁ ସେମାନେ ବାହାର ରାଜ୍ୟର ହୋଇଥିବା ପୁଲିସ ଅନୁମାନ କରୁଛି। ଏଭଳି ଅନିଭବ ଲୁଟ୍ କରୁଥିବା ଅଭିଯୁକ୍ତମାନେ ଘଟଣା ଘଟାଇବା ପରେ ସହର ଛାଡି ପଳାଇଥାନ୍ତି ବୋଲି କହିଛନ୍ତି ସ୍ଥାନୀୟ କଟକ ଜୋନ୍-୧ ଏସିପି ଅରୁଣ ସ୍ୱାଇଁ।

Advertisment
Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe