/odisha-reporter/media/post_attachments/uploadimage/library/16_9/16_9_0/High_Court_1680606173.jpg)
High Court
ବିଲଡରଙ୍କୁ ଆଶ୍ୱସ୍ତି। ପ୍ରୋଜେକ୍ଟ ରେଜିଷ୍ଟ୍ରସନ ଫି ବୃଦ୍ଧି ନେଇ ରେରା ଯେଉଁ ବିଜ୍ଞପ୍ତି ଜରି କରିଥିଲା ତାହା ଉପରେ ଲାଗିଛି ହାଇକୋର୍ଟଙ୍କ ଅଙ୍କୁଶ। ଯଦି ବି ବର୍ଦ୍ଧିତ ହାରରେ ଫି ଆଦାୟ କରାଯାଏ, ତେବେ ବି ଏକ ସ୍ୱତନ୍ତ୍ର ସୁଧଯୁକ୍ତ ଆକାଉଣ୍ଟରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ଆବେଦନ ଆଧାରରେ ଜବାବ ଦାଖଲ କରିବାକୁ ମଧ୍ୟ ରାଜ୍ୟ ସରକାର ଏବଂ ରେରାକୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ୬ ସପ୍ତାହ ପରେ ମାମଲାର ପରବର୍ତ୍ତି ଶୁଣାଣି ହେବ।
ସୂଚନା ଥାଉକି, ୮ଟିରୁ ଅଧିକ ଫ୍ଲାଟ ନିର୍ମାଣ ହେଉଥିବା ପ୍ରୋଜେକ୍ଟ ଗୁଡିକର ପଞ୍ଜିକରଣ ଉପରେ ଫି’ ବୃଦ୍ଧିକୁ ବିରୋଧ କରି ବିଲଡର ମହାସଂଘ ବା କ୍ରେଡ଼ାଇର ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ପ୍ରୋଜେକ୍ଟ ରେଜିଷ୍ଟ୍ରସନ ଫି’ ବର୍ଗ ମିଟର ପିଛା ୧୦ ଟଙ୍କା ବଦଳରେ ୨୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ନେଇ ଗତ ବର୍ଷ ଜୁଲାଇ ୨୮ ତାରିଖରେ ରେରା’ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ଫି’ ନିର୍ଣ୍ଣୟ ପ୍ରସଙ୍ଗରେ ରେରା’ର କ୍ଷମତା ନଥିବା ଦର୍ଶାଇ ବିଜ୍ଞପ୍ତିକୁ ରଦ୍ଧ କରିବାକୁ ମାମଲା ଦାୟର କରିଥିଲା ଓଡ଼ିଶା ବିଲଡର ମହାସଂଘ( CREDAI )।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
