Advertisment

ଓଡ଼ିଶୀ ନୃତ୍ୟ ଅଧାରୁ ବନ୍ଦ କରି ଚାଲୁକଲେ ଅଶ୍ଳୀଳ ନୃତ୍ୟ, ସହି ପାରିଲେନି ନୃତ୍ୟଗୁରୁ

କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀରେ ଚାଲିଥିବା ରୁଚିକ ବାସିନୀ ରଜ ମହୋତ୍ସବର ଗତକାଲି ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ।

author-image
Niranjan Mishra
ଅଦ୍ୟତନ ହୋଇଛି
Obscene Dance

Obscene Dance

ଓଡ଼ିଶୀ ନୃତ୍ୟ ଅଧାରୁ ବନ୍ଦ କରି ଚାଲୁକଲେ ଅଶ୍ଳୀଳ ନୃତ୍ୟ। କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀରେ ଚାଲିଥିବା ରୁଚିକ ବାସିନୀ ରଜ ମହୋତ୍ସବରେ ଗତକାଲି ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ। ଯାହାକୁ ନେଇ ଓଡ଼ିଶୀ ନୃତ୍ୟ କରିବାକୁ ଆସିଥିବା ନୃତ୍ୟ ଗୁରୁ ସିଧାସଳଖ ଷ୍ଟେଜକୁ ଆସି ଆୟୋଜକଙ୍କୁ ସମାଲୋଚନା କରିଥିଲେ। ଦର୍ଶକଙ୍କୁ ଓଡ଼ିଶୀ ନୃତ୍ୟର ମର୍ଯ୍ୟଦା ରକ୍ଷା କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ଏଥିସହ ସେ ଉପସ୍ଥିତ ପୁଲିସ କର୍ମଚାରୀଙ୍କୁ ଏଭଳି ଅଶ୍ଳୀଳ ନୃତ୍ୟ ବନ୍ଦ କରିବାକୁ କହିଥିଲେ। ହେଲେ ପୁଲିସ କର୍ମଚାରୀ ସବୁ ଦେଖି ଚୁପ୍‌ ରହିଥିଲେ।

Advertisment

ସୂଚନା ମୁତାବକ, ଗତକାଲି ଏହି ରଜ ମହୋତ୍ସବର ଉଦଯାପନୀ ଉତ୍ସବ ଥିଲା। ଆୟୋଜକଙ୍କ ପକ୍ଷରୁ ନିମନ୍ତ୍ରଣ ପାଇ ଏଠାକୁ ନୃତ୍ୟ ପରିବେଷଣ ନିମନ୍ତେ ଆସିଥିଲେ ଓଡ଼ିଶୀ ନୃତ୍ୟଗୁରୁ ଦୀପଙ୍କର ନାୟକ ଓ ତାଙ୍କ ପୂରା ଟିମ୍‌। ସେମାନେ ନୃତ୍ୟ ପରିବେଷଣ କରୁଥିବା ବେଳେ ହଠାତ୍ ଆୟୋଜକଙ୍କ ପକ୍ଷରୁ ଅଧାରୁ ଏହି ନୃତ୍ୟକୁ ରୋକି ଦିଆଯାଇଥିଲା। ଏଥିସହ ଅଧୁନିକ ଗୀତର ତାଳତାଳେ ଅଶ୍ଳୀଳ ନୃତ୍ୟ ଆରମ୍ଭ ହୋଇଥିଲା। ଯାହାକୁ ସହିନପାରି ଷ୍ଟେଜ୍‌ରେ ବିରୋଧ କରିଥିଲେ ନୃତ୍ୟଗୁରୁ ଦୀପଙ୍କର।

Odissi dance masterଓଡ଼ିଶୀ ନୃତ୍ୟଗୁରୁ ପ୍ରତିବାଦ କରୁଛନ୍ତି।

ଷ୍ଟେଜକୁ ଯାଇ ସେ ଦର୍ଶକ ଓ ଆୟୋଜକଙ୍କୁ କହିଥିଲେ, ଓଡ଼ିଶାର ସଂସ୍କୃତିକୁ ବଜାୟ ରଖିଛି ଓଡିଶୀ ନୃତ୍ୟ। ଏଭଳି ଓଡ଼ିଶୀ ନୃତ୍ୟକୁ ମଝିରୁ ରୋକିବା ଅପମାନ। ଲୋକ କ’ଣ ଏହାକୁ ସମର୍ଥନ କରୁଛନ୍ତି କି’ ବୋଲି ପଚାରିଥିଲେ।

Advertisment

ଓଡ଼ିଶୀ ନୃତ୍ୟଗୁରୁ ଦୀପଙ୍କର କ୍ଷୋଭର ସହ ଗଣମାଧ୍ୟମକୁ କହିଛନ୍ତି, ସେ ଏଭଳି ଘଟଣାକୁ ବିରୋଧ କରିବା ପରେ ଆୟୋଜକମାନେ କ୍ଷମା ମାଗିଛନ୍ତି। ଏଭଳି କରାଯିବା ଉଚିତ୍ ନଥିଲା ବୋଲି କହିଛନ୍ତି। ତେବେ ପୁଲିସ ଏଭଳି ଅଶ୍ଳୀଳ ନୃତ୍ୟ ଦେଖି ସୁଧା ଚୁପ୍‌ ରହିବା ଖୁବ୍ ପରିତାପର ବିଷୟ।

ସୂଚନା ଥାଉକି, ଅଶ୍ଳୀଳ ନୃତ୍ୟକୁ ସରକାର ବ୍ୟାନ୍‌ କରିଥିଲେ ହେଁ ଏହାକୁ ରୋକିବାର ସରକାର ସମ୍ପୂର୍ଣ୍ଣ ପଙ୍ଗୁ ପାଲଟିଥିବା ଏହି ଘଟଣା ପରେ ସ୍ପଷ୍ଟ ହୋଇଛି।

ରିପୋର୍ଟ - ବାଙ୍କିରୁ ସଞ୍ଜୀବ କୁମାର ନାୟକ

Cuttack Obscene Dance