Advertisment

‘ବର୍ଷା ୪ ମାସ ଆମେ ଭିତରେ ରହୁଛୁ’

କଟକ(ଓଡ଼ିଶା ରିପୋର୍ଟର): କଟକ ମହାନଗର ନିଗମ ଅଞ୍ଚଳର କେତେକ ଅଞ୍ଚଳକୁ ଦେଖିଲେ ସେଗୁଡିକ କୌଣସି ଉପାନ୍ତ ଅଞ୍ଚଳ ପରି ଲାଗେ। ସିଏମ୍ ସି ୫୬ ନମ୍ବର ୱାର୍ଡ ଗୋପାଳପୁର ମାଷ୍ଟର କଲୋନୀରେ ଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଖରାପ ଓ ଖାଲୁଆ ରାସ୍ତା ଯୋଗୁ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ନପାରି ଜମି ରହୁଛି। ଫଳରେ ଆଣ୍ଠୁଏ ପାଣିରେ ଲୋକେ ଯିବା ଆସିବା କରୁଛନ୍ତି। ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି […]

ଅଦ୍ୟତନ ହୋଇଛି
‘ବର୍ଷା ୪ ମାସ ଆମେ ଭିତରେ ରହୁଛୁ’

5hm

Advertisment

କଟକ(ଓଡ଼ିଶା ରିପୋର୍ଟର): କଟକ ମହାନଗର ନିଗମ ଅଞ୍ଚଳର କେତେକ ଅଞ୍ଚଳକୁ ଦେଖିଲେ ସେଗୁଡିକ କୌଣସି ଉପାନ୍ତ ଅଞ୍ଚଳ ପରି ଲାଗେ। ସିଏମ୍ ସି ୫୬ ନମ୍ବର ୱାର୍ଡ ଗୋପାଳପୁର ମାଷ୍ଟର କଲୋନୀରେ ଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଖରାପ ଓ ଖାଲୁଆ ରାସ୍ତା ଯୋଗୁ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ନପାରି ଜମି ରହୁଛି। ଫଳରେ ଆଣ୍ଠୁଏ ପାଣିରେ ଲୋକେ ଯିବା ଆସିବା କରୁଛନ୍ତି। ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ବାସିନ୍ଦା। ସ୍ଥାନୀୟ ବାସିନ୍ଦା ସ୍ମିତା ମହାପାତ୍ର କହିଛନ୍ତି ଯେ, ରାସ୍ତା ସମସ୍ୟା ଯୋଗୁ ଆମେ ବହୁ ଅସୁବଧାର ସମ୍ମୁଖୀନ ହେଉଛୁ। ପିଲାମାନେ ସ୍କୁଲ ଯାଇ ପାରୁ ନାହାନ୍ତି। ଏମିତି ହେଉଛି ବର୍ଷା ୪ ମାସ ଯାକ ଆମେ ବାହାରୁ ଆସିବାକୁ ଇଚ୍ଛା ପ୍ରକାଶ କରୁନୁ।  ଅନ୍ୟପଟେ ସିଏମିସି କର୍ତ୍ତୃପକ୍ଷ କହିଛନ୍ତି ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

Advertisment

ଦୀର୍ଘ ବର୍ଷ ହେବ ଏହି ରାସ୍ତା ମରାମତି କାମ ହୋଇନଥିବାରୁ ଅତି ଶୋଚନୀୟ ହୋଇପଡିଛି । ପ୍ରାୟ ୪୦୦ ମିଟର ପର୍ଯ୍ୟନ୍ତ ଲମ୍ବି ଥିବା ଏହି ରାସ୍ତାର ବିଭିନ୍ନ ସ୍ଥାନରେ ରହିଛି ବଡ ବଡ ଗାତ। ଟିକିଏ ବର୍ଷା ହେଲେ ଏଠାରେ ଦୀର୍ଘ ଦିନ ଧରି ଜମି ରହୁଛି ବର୍ଷା ପାଣି। ଏଠାରେ ନାଳ ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ ଏବଂ କଂକ୍ରିଟ ରାସ୍ତା ତିଆରି ହୋଇନଥିବାରୁ ସ୍ଥାନୀୟ ଲୋକଙ୍କୁ ଏହି ପଙ୍କ କାଦୁଅ ରାସ୍ତା ଦେଇ ଯାତାୟାତ କରିବାକୁ ପଡୁଛି। ଏଥିପାଇଁ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କୁ ନାହିଁନଥିବା ଦୁର୍ଦ୍ଦଶା ଭୋଗ କରିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଦୀର୍ଘ ବର୍ଷ ହେବ ଏହି ରାସ୍ତାର ଅବସ୍ଥା ଅତି ସାଂଘାତିକ୍ ହୋଇଥିଲେ ସୁଦ୍ଧା ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି। ଅପରପଟେ ସିଏମସି କମିଶନର କହିଛନ୍ତି ଏ ନେଇ ବିଭାଗୀୟ ଇଂଜିନିୟର ଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଖୁବ୍ ଶୀଘ୍ର ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe