Advertisment

ସୂଚନାଧିକାର କର୍ମୀଙ୍କୁ ଧମକାଇଲେ ବିଇଓ, ଭିଡିଓ ସହ ଥାନାରେ ଏତଲା

ଭିଡିଓରୁ ଜଣାପଡ଼ୁଛି ଯେ, ବିଡିଓ କହୁଛନ୍ତି- ମହାଙ୍ଗାକୁ କିମ୍ବା ଏଠାକୁ ଭଲ ଅଫିସ୍‌ର ଆସନ୍ତିନି, ଦୁର୍ନୀତି କରୁଥିବା ଲୋକ ଆସନ୍ତି।

ଅଦ୍ୟତନ ହୋଇଛି
BEO

BEO

Advertisment

ସୂଚନା ମାଗିବାରୁ ସୂଚନା ଅଧିକାର କର୍ମୀଙ୍କୁ ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ ଧମକ। ସୂଚନାଧିକାର କର୍ମୀଙ୍କୁ ମିଛ କେସ୍‌ରେ ଫସାଇ ଦେବାକୁ ବିଇଓ ଧମକ ଦେଇଥିବା ମହାଙ୍ଗା ଥାନାରେ ଏତଲା ହୋଇଛି। ୧୭ ତାରିଖରେ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକରୁ। ମାହାଙ୍ଗା ଥାନା ଉସୁମା ଗ୍ରାମର ପ୍ରଦ୍ୟୁମ୍ନ ଜେନା ମାହାଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କୁ ସୂଚନା ଅଧିକାର ଆଇନ୍ ଅନ୍ତର୍ଗତ କିଛି ସୂଚନା ମାଗିଥିଲେ। ତେବେ ସୂଚନା ଦେବା ପୂର୍ବରୁ ତାଙ୍କୁ ଅଫିସ ଭିତରକୁ ଡାକି ଧମକ ଦେଇଛନ୍ତି ବିଇଓ। ଯାହାର ଭିଡିଓ ନିଜ ସିକ୍ରେଟ ମୋବାଇଲ କ୍ୟାମେରାରେ ଉତ୍ତୋଳନ କରିଛନ୍ତି ପ୍ରଦ୍ୟୁମ୍ନ।

ଭିଡିଓରୁ ଜଣାପଡ଼ୁଛି ଯେ, ନିଜର ଚରିତ୍ର ନିଜ ମୁହଁରେ ବଖାଣିବାକୁ ଯାଇ ବିଇଓ କହୁଛନ୍ତି- ସେ ପିସି ନିଅନ୍ତି ନାହିଁ ଓ ଶୁଖିଲା। ମହାଙ୍ଗାକୁ କିମ୍ବା ଏଠାକୁ ଭଲ ଅଫିସ୍‌ର ଆସନ୍ତିନି, ଦୁର୍ନୀତି କରୁଥିବା ଲୋକ ଆସନ୍ତି।

Advertisment

ପ୍ରଦ୍ୟୁମ୍ନକୁ ଡରାଇବାକୁ ଯାଇ ବିଇଓ କହୁଛନ୍ତି, ସେ ନେଉଥିବା ତଥ୍ୟକୁ ଅନ୍ୟମାନେ ଅପବ୍ୟବହାର କରୁଛନ୍ତି, ଏଥିଯୋଗୁ ସେ ଏଥିରେ ଫସି ଯିବେ। ତଥ୍ୟ ନିଅ ହେଲେ ଭଲ ବାଟରେ ଲାଗ, ପରୋଚନାରେ ପଡ଼ି କାମ କଲେ ଅସୁବିଧାରେ ପଡ଼ିବ।

ସୂଚନା ଅଧିକାରୀ ଜଣକ ଏହା କ’ଣ ପରୋକ୍ଷ ଧମକ ବୋଲି ପଚାରିବାକୁ ବିଇଓ କହୁଛନ୍ତି, ମୁଁ ତୁମକୁ ସିଧାସଳଖ ଧମକାଉଛି।

ଏପରି ଅନେକ କଥା ଶୁଣିବା ପରେ ସୂଚନାଧିକାର କର୍ମୀ ଜଣକ ଏଠାରୁ ମୁଁ ଆସୁଛି କହି ଦପ୍ତର ବାହାରକୁ ଚାଲି ଆସିଥିଲେ।

ପରେ ପ୍ରଦ୍ୟୁମ୍ନ ଏନେଇ ମାହାଙ୍ଗା ଥାନାରେ ଲିଖିତ ଏତେଲା ମଧ୍ୟ ଦେଇଛନ୍ତି। ବିଇଓ ଧମକ ଦେଉଥିବାରୁ ଜୀବନ ସୁରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।

RTI Activist ସୂଚନାଧିକାର କର୍ମୀ

ଏନେଇ ମାହାଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଚକ୍ରଧର ବେହେରା କହିଛନ୍ତି, ତଥ୍ୟ ମାଗିବାରେ କିଛି ଅସୁବିଧା ନାହିଁ। ତଥ୍ୟ ମାଗିବା ପରେ ତାହାକୁ ଅପପ୍ରଚାର କରିବା, ତାହାକୁ ଅପବ୍ୟବହାର କରିବାକୁ ଆମେ ବରଦାସ୍ତ କରୁନୁ। ସେଥିପାଇଁ ଆମେ ତାଙ୍କୁ ବୁଝାଉଥିଲୁ। ଆମେ ଆହୁରି ତଥ୍ୟ ଦେବାକୁ ରାଜି ଅଛୁ। ବଡ଼ ଘୋଟାଲା ଥିଲେ ଖୁଲାସ କରିବାକୁ କହିଥିଲୁ। ହେଲେ ତଥ୍ୟ ନେଇ କାହାକୁ ବ୍ଲାକମେଲ୍ କରିବା ଓ ଆମକୁ ଧମକ ଦେବାକୁ ପ୍ରଶୟ ଦେଉନୁ। ସେଥିପାଇଁ ତାଙ୍କୁ ବହୁତ ସମୟ ବୁଝାଇଛୁ। ତାଙ୍କ ସହ କଥାବାର୍ତ୍ତା ଭିତରେ କିଛି ବ୍ୟତିକ୍ରମ ଥାଇପାରେ, କିନ୍ତୁ ଏମିତି ନୁହେଁ ଯେ ଆମେ କାହାକୁ ତଥ୍ୟ ମାଗିବା ପରେ ଦେଇନୁ ବୋଲି ବିଇଓ କହିଛନ୍ତି।

ପ୍ରଦ୍ୟୁମ୍ନ କହିଛନ୍ତି, ମୁଁ ବିଇଓଙ୍କ ଅଫିସ୍‌ର ପିଆଇଓଙ୍କ ପାଖରୁ ସୂଚନା ଅଧିକାର ଆଇନ୍‌ ଅନୁଯାୟୀ ତଥ୍ୟ ଆଣିବାକୁ ଯାଇଥିଲି। ତଥ୍ୟ ଦେବା ପୂର୍ବରୁ ପିଆଇଓ କହିବା ମୁତାବକ ବିଇଓଙ୍କୁ ଦେଖା କରିଥିଲି। ବିଇଓ ଏଠାରେ ବିଭିନ୍ନ ଧମକ ଦେଇଥିଲେ। ତଥ୍ୟ ନେଇ କାହିଁକି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦେଉଛ ବୋଲି କହିବା ସହ ଲାଞ୍ଚ ମାଗୁଥିବା ନେଇ ମୋ ବିରୋଧରେ ପୁଲିସରେ ମିଛ ମାମଲା କରାଇବେ ବୋଲି ଧମକ ଦେଇଥିଲେ। ଏହି ଧମକ ଶୁଣିବା ପରେ ପୁଲିସରେ ବିଇଓଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲି। ମୋତେ ସୁରକ୍ଷା ସହ ବିଇଓଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛି। ବିଇଓ ଧମକ ଦେବା ସମୟ ଭିଡିଓ ତଥ୍ୟ ଭାବେ ରହିଛି। ବିଇଓ ଏଠାରେ କେତେ ବର୍ଷ ହେଲା ରହିଲେଣି ଓ ସରକାରୀ ଅର୍ଥ ଠିକ୍‌ ଭାବେ ବିନିଯୋଗ ହେଉଛି ନା ନାହିଁ ସନ୍ଦେହ ଦୂର କରିବାକୁ ତଥ୍ୟ ମାଗିଥିଲି। ଦୁର୍ନୀତି ଧରାପଡ଼ି ଯାଉଥିବାରୁ ଏଭଳି ଧମକ ଦିଆଯାଇଥିବା ପ୍ରଦ୍ୟୁମ୍ନ କହିଛନ୍ତି।

Cuttack RTI Odisha Government Odisha Governance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe