Advertisment

କଟକ ଅବସ୍ଥା ବିଗିଡ଼ି ଗଲାଣି, କମିଶନର କହିଲେ ଆମେ ନିଘା ରଖିଛୁ

କଟକ(ବିଶ୍ୱଜିତ୍ ଦାଶ): କଟକରେ ବିଗିଡିଗଲାଣି ପରିମଳ ବ୍ୟବସ୍ଥା । ବିନା ଟେଣ୍ଡରରେ ଠିକାରେ ଚାଲିଛି ପରିମଳ ଉଠା ପକ୍ରିୟା। କୋଟି କୋଟି ଟଙ୍କାରେ ବିନା ଟେଣ୍ଡରରେ ପାଣ୍ଠିରୁ ହଡପ ମଧ୍ୟ ହେଲାଣି ବୋଲି ଅଭିଯୋଗ ହୋଇଛି । ମାତ୍ର ସିଏମସି ପାଖରେ କୌଣସି ଖୋଜ ଖବର ନାହିଁ। ପରିମଳ ବ୍ୟବସ୍ଥା ଏବେ ଭୁଷୁଡିଯାଇଥିବାରୁ ସହର ରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି।  ଅପରପଟେ ବିନା ଟେଣ୍ଡରରେ ପିରମଳ ନାଁରେ କୋଟି କୋଟି ଟଙ୍କା ହଡପ […]

author-image
Tapas Behera
ଅଦ୍ୟତନ ହୋଇଛି
କଟକ ଅବସ୍ଥା ବିଗିଡ଼ି ଗଲାଣି, କମିଶନର କହିଲେ ଆମେ ନିଘା ରଖିଛୁ

7bv

କଟକ(ବିଶ୍ୱଜିତ୍ ଦାଶ): କଟକରେ ବିଗିଡିଗଲାଣି ପରିମଳ ବ୍ୟବସ୍ଥା । ବିନା ଟେଣ୍ଡରରେ ଠିକାରେ ଚାଲିଛି ପରିମଳ ଉଠା ପକ୍ରିୟା। କୋଟି କୋଟି ଟଙ୍କାରେ ବିନା ଟେଣ୍ଡରରେ ପାଣ୍ଠିରୁ ହଡପ ମଧ୍ୟ ହେଲାଣି ବୋଲି ଅଭିଯୋଗ ହୋଇଛି । ମାତ୍ର ସିଏମସି ପାଖରେ କୌଣସି ଖୋଜ ଖବର ନାହିଁ। ପରିମଳ ବ୍ୟବସ୍ଥା ଏବେ ଭୁଷୁଡିଯାଇଥିବାରୁ ସହର ରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି।  ଅପରପଟେ ବିନା ଟେଣ୍ଡରରେ ପିରମଳ ନାଁରେ କୋଟି କୋଟି ଟଙ୍କା ହଡପ ଅଭିଯୋଗ ଘଟଣା ବାବଦରେ ଅବଗତ ରହିଥିବା କହିଛନ୍ତି ସିଏମସି କମିଶନର।ତେବେ କିପରି ଏହି ସମସ୍ୟାର ସମାଧାନ ହେବ ସେ ବାବଦରେ ପ୍ରଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି କମିଶନର।

Advertisment

ପରିମଳ ବାବଦକୁ ପାଇଁ ସ୍ୱତନ୍ତ୍ର ଟେଣ୍ଡର ଡକାଯାଇଥାଏ। ମାତ୍ର ଗତ ପ୍ରାୟ ୨ ବର୍ଷ ହେବ ପରିମଳ ବାବଦକୁ ଟେଣ୍ଡରର ଅବଧି ଶେଷ ହୋଇଥିଲେ ବି କିଛି ସଂସ୍ଥା ସିଏମସିର କିଛି କର୍ମଚାରୀଙ୍କ ସହଯୋଗରେ ବିନା ଟେଣ୍ଡରେ ପରିମଳ ଉଠାଇବା ପ୍ରକ୍ରିୟା କରାଉଛି। ଏଥିରେ ପୂର୍ବ ଭଳି ସି.ଏମ.ସି ରୁ ମାସକୁ ମାସ ଟଙ୍କା ଗାଏବ କରାଯାଉଛି। ଫଳରେ ପିରମଳ ବ୍ୟବସ୍ଥା ଖରାପ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି କଟକିଆ।

ଅପରପଟେ ସିଏମସି କର୍ତ୍ତୃପକ୍ଷ କହିଛନ୍ତି ସେହି ପୁରୁଣା ବ୍ୟବସ୍ଥାକୁ ଉଚ୍ଛେଦ କରାଯିବାର ବନ୍ଦୋବସ୍ତ କରାଯାଉଛି। ଏବେ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ହେଲା ପରେ ପରିମଳ ବ୍ୟବସ୍ଥାରେ ଢେର ସୁଧାର ଆସିଛି। ଏହାଛଡା ସିଏମସିର ବିଭିନ୍ନ ୱାର୍ଡ ରେ ସୁଇପର କ୍ୟାଟେଗରୀ ର ଏସଏଚଜି ଗ୍ରୁପ ମହିଳାମାନଙ୍କୁ ସଫେଇ କାମ ରେ ନିୟୋଜତ କରାଯାଇଛି। ଆଉ ଏସବୁର ଫଳ ସିଏମସିକୁ ବେଶ ଭଲ ମିଳିଛି। ଯେଉଁସବୁ ୱାର୍ଡରେ ଏସବୁକୁ ବିନିଯୋଗ କରାଯାଇଛି ସେସବୁ ୱାର୍ଡକୁ ବିନ ଫ୍ରି ଘୋଷଣା କରାଯାଇଛି । ତେଣୁ ସହର ର ଅନ୍ୟାନ ୱାର୍ଡଗୁଡିକ ରେ ମଧ୍ୟ ବିନ ଫ୍ରି କନସେପ୍ଟ ଲାଗୁ କରିବା ପାଇଁ ସିଏମସିର ଯୋଜନା ରହିଛି। ହେଲେ ସେଥିପାଇଁ ଟିକିଏ ସମୟ ଲାଗିବ । ଏହି କନସେପ୍ଟ ସହର ରେ ସଂପୂର୍ଣ୍ଣ ରୂପେ ଲାଗୁ ହେଲେ ନିଶ୍ଚିତରୂପେ ସହରର ପରିମଳ ବ୍ୟବସ୍ଥା ରେ ଅନେକ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ।

Advertisment