କଟକରେ କଳା ପଲସର ଆତଙ୍କ, ଆକ୍ରମଣ କରି ଲୁଟିଲେ ଚେନ୍‌  

କଟକ (ଓଡ଼ିଶା ରିପୋର୍ଟର) କଟକରେ କଳା ପଲସର ଆତଙ୍କ । ସକାଳୁ ସକାଳୁ କଳା ପଲସରରେ ଆସି ଦଂପତିଙ୍କୁ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା । କଟକର ଭିଆଇପି ଏରିଆ ସିଡିଏ ସେକ୍ଟର-୧୦ରେ ଘଟିଛି ଏଭଳି ଘଟଣା।  ସକାଳେ ସ୍ୱାମୀ-ସ୍ତ୍ରୀ ମର୍ଣ୍ଣିଂ ଓ୍ୱାକ କରି ଫେରିବାବେଳେ ସେକ୍ଟର ୧୦ ଫୁଟବଲ୍  ପଡ଼ିଆ ପାଖରେ ଦୁହିଁଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଗୋଟିଏ କଳା ପଲସରରେ ୩ ଜଣ ଆସି ପ୍ରଥମେ ସ୍ୱାମୀଙ୍କୁ ଖଣ୍ଡାରେ ଆକ୍ରମଣ […]

p-909

Tapas Behera
  • Published: Wednesday, 07 April 2021
  • , Updated: 07 April 2021, 12:33 PM IST

କଟକ (ଓଡ଼ିଶା ରିପୋର୍ଟର) କଟକରେ କଳା ପଲସର ଆତଙ୍କ । ସକାଳୁ ସକାଳୁ କଳା ପଲସରରେ ଆସି ଦଂପତିଙ୍କୁ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା । କଟକର ଭିଆଇପି ଏରିଆ ସିଡିଏ ସେକ୍ଟର-୧୦ରେ ଘଟିଛି ଏଭଳି ଘଟଣା।  ସକାଳେ ସ୍ୱାମୀ-ସ୍ତ୍ରୀ ମର୍ଣ୍ଣିଂ ଓ୍ୱାକ କରି ଫେରିବାବେଳେ ସେକ୍ଟର ୧୦ ଫୁଟବଲ୍  ପଡ଼ିଆ ପାଖରେ ଦୁହିଁଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।

ଗୋଟିଏ କଳା ପଲସରରେ ୩ ଜଣ ଆସି ପ୍ରଥମେ ସ୍ୱାମୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହାପରେ ତାଙ୍କ ବେକରୁ ସୁନା ଚେନ୍  ଲୁଟିବା ପରେ ସ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ସ୍ତ୍ରୀଙ୍କ ବେକରେ ଖଣ୍ଡା ଲଗାଇଦେବାରୁ ସେ ନିଜର ଚେନ୍ ଓ କାନଫୁଲ କାଢ଼ି ଧରାଇ ଦେଇଥିଲେ।

ଏତିକି ବେଳେ ସ୍ୱାମୀ ସେମାନଙ୍କୁ ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ଖଣ୍ଡାରେ ତାଙ୍କ ଜଙ୍ଘକୁ ଚୋଟ୍  ପକାଇଥିଲେ । ଫଳରେ ସେ ତଳେ ପଡ଼ି ଯାଇଥିଲେ । ତାଙ୍କର ହାତରେ ୨ଟି ଜାଗା କଟି ଯାଇଥିବାବେଳେ ଜଙ୍ଘ ମଧ୍ୟ ଖଣ୍ଡିଆ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Related story