Advertisment

ମହାନଦୀ ମଝିରେ ହାଇଡ୍ରାମା, ଅଗ୍ନିଶମ ବାହିନୀଙ୍କୁ ନାକେଦମ କଲେ ଯୁବକ

ମଦ୍ୟପ ଯୁବକ ଜଣକ ଅଗ୍ନିଶମ ବାହିନୀର କର୍ମଚାରୀଙ୍କୁ ଦେଖି ମହାନଦୀର ଟାପୁରେ ଧାଇଁବାକୁ ଲାଗିଥିଲେ।

ଅଦ୍ୟତନ ହୋଇଛି
Banki

Banki

Advertisment

ସାରା ରାତି ମହାନଦୀ ନଦୀ ମଝିରେ ହାଇଡ୍ରାମା। ଅଗ୍ନିଶମ ବାହିନୀଙ୍କୁ ନାକେଦମ କଲେ ମଦ୍ୟପ ଯୁବକ। ନଦୀ ମଝିରେ ଦୀର୍ଘ ୪ ଘଣ୍ଟା ଧରି ଲୁଚକାଳି ଖେଳ ପରେ ମଦ୍ୟପ ଯୁବକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ।

Advertisment

ସୂଚନାନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ବାଙ୍କୀ ଥାନା ଅନ୍ତର୍ଗତ ଭେଡ଼ା ରାମଚନ୍ଦ୍ରପୁର ଗାଁର ଚନ୍ଦନ ବେହେରା ନାମକ ଜଣେ ମଦ୍ୟପ ଯୁବକ ମାତାଲ ଅବସ୍ଥାରେ ଚାଲି ଚାଲି ସୁନାଦେଇ ଘାଟରୁ ମହାନଦୀର ମଝିକୁ ଚାଲି ଯାଇଥିଲେ। ଏହି ସମୟରେ ହଠାତ୍ ମହାନଦୀରେ ପାଣି ଆସିଯିବାରୁ ସେଠାରେ ଯୁବକ ଜଣକ ଫସି ରହିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଦୁଇଜଣ ମଧ୍ୟ ନଈ ମଝିରେ ଫସି ରହିଥିଲେ। ପ୍ରାୟ ଦୀର୍ଘ ଘଣ୍ଟା ଫସି ରହିବା ପରେ ଖବର ପାଇ ବାଙ୍କୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ।

ମାତ୍ର ଏହି ମଦ୍ୟପ ଯୁବକ ଜଣକ ଅଗ୍ନିଶମ ବାହିନୀର କର୍ମଚାରୀଙ୍କୁ ଦେଖି ମହାନଦୀର ଟାପୁରେ ଧାଇଁବାକୁ ଲାଗିଥିଲେ। ଏହିପରି ନଈ ମଝିରେ ଦୀର୍ଘ ୪ ଘଣ୍ଟା ଧରି ଅଗ୍ନିଶମ ବାହିନୀ କର୍ମଚାରୀ ଓ ମଦ୍ୟପ ଯୁବକଙ୍କ ମଧ୍ୟରେ ଲୁଚକାଳି ଖେଳ ଚାଲିଥିଲା। ଶେଷରେ ଯୁବକ ଜଣକ ନଈ ସୁଅକୁ ଡେଇଁ ପଡ଼ିଥିଲେ। ମାତ୍ର ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ମଧ୍ୟ ନଈକୁ ଡେଇଁ ଏହି ମଦ୍ୟପ ଯୁବକକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଯୁବକଙ୍କୁ ଉଦ୍ଧାର ପରେ ତାଙ୍କୁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment
Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe