Advertisment

ସାଂସଦଙ୍କ ପ୍ରତିନିଧିଙ୍କ ଧମକ ଭିଡିଓ ଭାଇରାଲ, ମୋ ଲାଇନ୍‌ କାହିଁକି କାଟିଲ

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): ଟାଙ୍ଗୀ ବ୍ଲକର ବିଜେଡି ସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ  ଅନୁଭବ ମହାନ୍ତିଙ୍କ ଟାଙ୍ଗୀ ପ୍ରତିନିଧି ଶ୍ରୀପତି ସାମଲଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ବିଦ୍ୟୁତ୍‌ ବିଲ ବକେୟା ଥିବାରୁ ବିଦ୍ୟୁତ୍‌ କର୍ମଚାରୀମାନେ ତାଙ୍କ ବିଜୁଳି କାଟିବାକୁ ଆସିଥିବା ବେଳେ ସେ ଧମକଚମକ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି।  ମାର୍ଚ୍ଚ ମାସରେ ବିଦ୍ୟୁତ୍ ବିଭାଗ ବକେୟା ବିଦ୍ୟୁତ୍ ବିଲ୍ ଆଦାୟ କରୁଥିବା ବେଳେ ବାକି ଥିବା ଉପଭୋକ୍ତାଙ୍କ ବିଜୁଳି କଟାଯାଉଛି। ସେମିତି  ଶ୍ରୀପତିଙ୍କର […]

author-image
Tapas Behera
ଅଦ୍ୟତନ ହୋଇଛି
ସାଂସଦଙ୍କ ପ୍ରତିନିଧିଙ୍କ ଧମକ ଭିଡିଓ ଭାଇରାଲ, ମୋ ଲାଇନ୍‌ କାହିଁକି କାଟିଲ

7nm

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): ଟାଙ୍ଗୀ ବ୍ଲକର ବିଜେଡି ସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ  ଅନୁଭବ ମହାନ୍ତିଙ୍କ ଟାଙ୍ଗୀ ପ୍ରତିନିଧି ଶ୍ରୀପତି ସାମଲଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ବିଦ୍ୟୁତ୍‌ ବିଲ ବକେୟା ଥିବାରୁ ବିଦ୍ୟୁତ୍‌ କର୍ମଚାରୀମାନେ ତାଙ୍କ ବିଜୁଳି କାଟିବାକୁ ଆସିଥିବା ବେଳେ ସେ ଧମକଚମକ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି।  ମାର୍ଚ୍ଚ ମାସରେ ବିଦ୍ୟୁତ୍ ବିଭାଗ ବକେୟା ବିଦ୍ୟୁତ୍ ବିଲ୍ ଆଦାୟ କରୁଥିବା ବେଳେ ବାକି ଥିବା ଉପଭୋକ୍ତାଙ୍କ ବିଜୁଳି କଟାଯାଉଛି।

Advertisment

[caption id="attachment_632352" align="alignnone" width="650"]BJD leader Arguing with Electric officer ବିଦ୍ୟୁତ୍‌ କର୍ମଚାରୀଙ୍କୁ ଧମକାଉ ଥିବାର ଦୃଶ୍ୟ ଭାଇରାଲ ହେଉଛି।[/caption]

ସେମିତି  ଶ୍ରୀପତିଙ୍କର ବିଦ୍ୟୁତ୍‌ ବିଲ୍ ବାକି ଥିବାରୁ ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ତାଙ୍କ ଲାଇନ୍ କାଟିବା ପାଇଁ ଆସିଥିଲେ। ଏହି ସମୟରେ ନିଜ କ୍ଷମତା ଦେଖାଇ ସେ ସେମାନଙ୍କୁ ଧମକାଇଛନ୍ତି । ଯାହା ଭିଡିଓରେ ଦେଖିବାକୁ ମିଳିଛି ।

Advertisment

ଅଡ଼ିଓରା ଯାହା ଶୁଣିବାକୁ ମିଳୁଛି ସେଥିରେ କୁହାଯାଉଛି ଯେ, କାହିଁକି ଲାଇନ କାଟିଲ ଆଗେ କୁହ। ତାର ହିସାବ ମୋତେ ଦିଅ। ପରେ କିଛି ଅସଭ୍ୟ ଭାଷା ମଧ୍ୟ ଶୁଣିବାକୁ ମିଳୁଛି। ଏହା ପରେ ସେ ବିଦ୍ୟୁତ୍‌ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ବିଦ୍ୟୁତ କର୍ମଚାରୀ କହିଥିଲେ ଆପଣଙ୍କର ବିଲ୍‌ ବାକି ଅଛି। ଟଙ୍କା ପୈଠ କରାଯାଇ ନାହିଁ । ସେଥିପାଇଁ ବିଜୁଳି କଟାଯାଉଛି। ଏହା ପରେ ସେ ଆହୁରି ଧମକଚମକ ଦେଇଥିବା ଦେଖିବାକୁ ମିଳିଛି। ତେବେ ଶେଷରେ ତେବେ ବିଦ୍ୟୁତ୍ ବିଭାଗ ଲାଇନ୍ ନକାଟି ଫେରି ଆସିଥିବା ଜଣା ପଡ଼ିଛି । ସେପଟେ ତେବେ ଶାସକ ଦଳର ଭୟରେ ବିଦ୍ୟୁତ୍ ବିଭାଗ ଡରିମରି ପଳାଇ ଆସିଥିବା ଚର୍ଚ୍ଚା ହେଉଛି।

Bjd Leader