Advertisment

ସାବଧାନ: ଏସ୍‌ସିବି ଆସୁଥିଲେ ଏହି ୩ ଜଣଙ୍କୁ ଚିହ୍ନି ରଖନ୍ତୁ

କଟକ(ଓଡ଼ିଶା ରିପୋର୍ଟର): କଟକ ଏସ୍‌ସିବି ମେଡିକାଲରୁ ପୁଣି ଥରେ ୩ ଜଣ  ଦଲାଲ ଗିରଫ ହୋଇଛନ୍ତି। ୩ ଜଣ  ଭିତରେ ରହିଛନ୍ତି  ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଅନ୍ୟ ୨ ଜଣ ହେଉଛନ୍ତି କଟକ ଏସ୍‌ସିବି ମେଡିକାଲ୍ ର ଠିକା କର୍ମଚାରୀ। ଏମାନଙ୍କ ଠାରୁ ପୁଲିସ ଏକ ଆମ୍ବୁଲାନ୍ସ OD  05 AZ 3302 ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମୁକେଶ ନାୟକ,ପ୍ରୀତମ ନାୟକ ଏବଂ ସରୋଜ କୁମାର ମହାପାତ୍ର। ରାଜ୍ୟ ତଥା ରାଜ୍ୟ ବାହାରୁ […]

ସାବଧାନ: ଏସ୍‌ସିବି ଆସୁଥିଲେ ଏହି ୩ ଜଣଙ୍କୁ ଚିହ୍ନି ରଖନ୍ତୁ

nbv1

Advertisment

କଟକ(ଓଡ଼ିଶା ରିପୋର୍ଟର): କଟକ ଏସ୍‌ସିବି ମେଡିକାଲରୁ ପୁଣି ଥରେ ୩ ଜଣ  ଦଲାଲ ଗିରଫ ହୋଇଛନ୍ତି। ୩ ଜଣ  ଭିତରେ ରହିଛନ୍ତି  ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଅନ୍ୟ ୨ ଜଣ ହେଉଛନ୍ତି କଟକ ଏସ୍‌ସିବି ମେଡିକାଲ୍ ର ଠିକା କର୍ମଚାରୀ। ଏମାନଙ୍କ ଠାରୁ ପୁଲିସ ଏକ ଆମ୍ବୁଲାନ୍ସ OD  05 AZ 3302 ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମୁକେଶ ନାୟକ,ପ୍ରୀତମ ନାୟକ ଏବଂ ସରୋଜ କୁମାର ମହାପାତ୍ର। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ଏସ୍‌ସିବି ମେଡ଼ିକାଲ ଆସିଥାନ୍ତି।

Advertisment

ମେଡିକାଲ ପରିସରରେ ଏହି ଦଲାଲମାନେ ରୋଗୀ ଓ ରୋଗୀ ଙ୍କ ସମ୍ପର୍କୀୟଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ  ଘରୋଇ ମେଡିକାଲ କୁ ପଠାଇଥାନ୍ତି। ଆଉ ରୋଗୀଙ୍କ ଠାରୁ ପ୍ରଚୁର ଅର୍ଥ ଶୋଷଣ କରିଥାନ୍ତି। ଏହାକୁ ରୋକିବା ପାଇଁ କମିଶନରେଟ ପୁଲିସ ପଦକ୍ଷେପ ଗ୍ରହଣ କରିଛି।

ଏସ୍‌ସିବି ମେଡିକାଲ୍ ଆଗକୁ ଅନ୍ତର୍ଜାତୀୟସ୍ତରୀୟ ହସ୍ପିଟାଲରେ ପରିଣତ ହେବା କୁ ଯାଉଥିବା ବେଳେ ଏହାକୁ ଦଲାଲ ମୁକ୍ତ କରିବା ପାଇଁ ପୁଲିସ ଏହି ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ  ମଙ୍ଗଳାବାଗ ପୁଲିସକୁ ମିଳିଛି ସଫଳତା। ପୂର୍ବରୁ ୬ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ପୁଣି ୩ ଜଣକୁ ଗିରଫ କରିଛି ମଙ୍ଗଳାବାଗ୍ ଥାନା ପୁଲିସ।

Advertisment

ତେବେ ଏଇ ରାକେଟରେ ବହୁ  ଡାକ୍ତର, କର୍ମଚାରୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଙ୍କର ସମ୍ପୃକ୍ତ ରହିଛି ବୋଲି ପୁଲିସ ଜାଣିବାକୁ ପାଇଛି । ସେମାନଙ୍କ ବିରୋଧରେ ଖୁବଶୀଘ୍ର କର୍ଯ୍ୟନୁଷ୍ଠାନ ନିଆଯିବ। ଏହି ଗ୍ୟାଙ୍ଗରେ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି କେବେଠାରୁ ଏ ରାକେଟ କାମ କରୁଥିଲା ତାକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe