Advertisment

ଆସନ୍ତାକାଲି ଧବଳେଶ୍ୱର ପୀଠରେ ୧୪୪ ଧାରା

ଆଠଗଡ଼(ନୀଳ କଣ୍ଠ ଦୋରା): ଆସନ୍ତାକାଲି ମହାଶିବରାତ୍ରି । ସେଥିପାଇଁ କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ୱର ପୀଠରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପବିତ୍ର ଜାଗରରେ ଧବଳେଶ୍ଵରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ । ଚଳିତ ବର୍ଷ କୋଭିଡ କଟକଣା ପାଇଁ ଆସନ୍ତା କାଲି ସକାଳଠାରୁ  ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ ସାଧାରଣ ଦର୍ଶନ ବନ୍ଦ ରହିବ। ଆସନ୍ତା କାଲି ଭୋର ୪ଟା ରୁ […]

ଆସନ୍ତାକାଲି ଧବଳେଶ୍ୱର ପୀଠରେ ୧୪୪ ଧାରା

hbi

Advertisment

ଆଠଗଡ଼(ନୀଳ କଣ୍ଠ ଦୋରା): ଆସନ୍ତାକାଲି ମହାଶିବରାତ୍ରି । ସେଥିପାଇଁ କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ୱର ପୀଠରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପବିତ୍ର ଜାଗରରେ ଧବଳେଶ୍ଵରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ । ଚଳିତ ବର୍ଷ କୋଭିଡ କଟକଣା ପାଇଁ ଆସନ୍ତା କାଲି ସକାଳଠାରୁ  ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ ସାଧାରଣ ଦର୍ଶନ ବନ୍ଦ ରହିବ। ଆସନ୍ତା କାଲି ଭୋର ୪ଟା ରୁ ଦ୍ଵାର ଫିଟାଯାଇ ମହାସ୍ନାନ କରାଯିବା ସହିତ କେତକୀ ଫୁଲ ରେ ସଜିତ କରାଯାଇ  ବିନା ଭକ୍ତରେ  ଦର୍ଶନ ଦେବେ ଧବଳେଶ୍ୱର।   ଅପରାହ୍ନରେ ଚାରି ପ୍ରହର ପୂଜା କରାଯାଇ ତୃତୀୟ ପ୍ରହର ପୂଜାରେ ମାଣ୍ଡୁଅ ଭୋଗ ଲାଗି ବେଢ଼ା ପରିକ୍ରମା କରାଯିବା ସହିତ ରାତ୍ର ଗୋଟାଏ ରେ ମହାଦୀପ ଉଠିବା ପାଇଁ ନିଷ୍ପତ୍ତି କରାଯାଇଛି ।  ପୁଲିସ ପ୍ରଶାସନ ପକ୍ଷରୁ  ବ୍ୟାପକ ପୁଲିସ ଫୋର୍ସ  ମୁତୟନ କରାଯିବ ବୋଲି  ଚୌଦ୍ୱାର DSP ସୂଚନା ଦେଇଛନ୍ତି। କୌଣସି ଭକ୍ତ ବା ଶ୍ରଦ୍ଧାଳୁ ଧବଳେଶ୍ୱର ନଆସିବା ପାଇଁ ପ୍ରସାସନ ପକ୍ଷରୁ କୁହାଯାଇଛି। ଘରେ ରହି ଉଜାଗର ରହିବା ସହ ଧବଳେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପଜ୍ଜଳନ କରିବା ପାଇଁ ପୂଜକ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe