Advertisment

ଏସସିବିରେ ବିରଳ ଅସ୍ତ୍ରୋପଚାର, ଇକମୋ ମେସିନ ସହାୟତାରେ ଯୁବକଙ୍କ ଶ୍ୱାସନଳୀରୁ ବାହାରିଲା ଟ୍ୟୁମର

ତେବେ ଆଗକୁ ଆହୁରି ଅଧିକରୁ ଅଧିକ ଅପରେସନ ଇକମୋ ମେସିନ ସହାୟତାରେ କରାଯିବ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ।

author-image
Tapaswini Nayak
Scb Medical

Scb Medical

କଟକ ଏସସିବି ମେଡିକାଲରେ ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟରେ ଅପରେସନ କରାଯାଇଛି। କାର୍ଡିଓଭାସକୁଲାର ସର୍ଜରୀ ବିଭାଗରେ ଏହି ଅପରେସନ କରାଯାଇଥିଲା।

Advertisment

ଦେବଗଡ଼ ଅଞ୍ଚଳର ୨୧ ବର୍ଷ ବୟସ ଯୁବକ ଲିଙ୍କୁ ଲୋହରଙ୍କର ଶ୍ୱାସ ନଳୀରୁ ଇକମୋ ମେସିନ ସହାୟତାରେ ଜଟିଳ ଅପରେସନ କରି ଟ୍ୟୁମର ବାହାର କରାଯାଇଛି। ଏବେ ରୋଗୀ ଜଣକ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଶ୍ୱାସ ନଳୀରେ ଟ୍ୟୁମର ଥିବାରୁ ତାଙ୍କୁ ନିଶ୍ଚେତକ ଦେବା ସମ୍ଭବ ନଥିଲା। ଏଣୁ ଇକମୋ ମେସିନ ସହାୟତାରେ ଅପରେସନ କରାଯାଇଥିଲା। ସାଢ଼େ ୧୦ଟାରୁ ଏହି ଅପରେସନ ଆରମ୍ଭ ହୋଇ ସାଢ଼େ ୨ଟା ରେ ସରିଥିଲା। 

ତେବେ ଆଗକୁ ଆହୁରି ଅଧିକରୁ ଅଧିକ ଅପରେସନ ଇକମୋ ମେସିନ ସହାୟତାରେ କରାଯିବ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ। ପ୍ରଥମ ଥର ପାଇଁ ଇକମୋ ମେସିନ୍ ସହାୟତାରେ  ଓଡ଼ିଶାରେ ଏହି ଅପରେସନ ହୋଇଛି। କଟକ ଏସସିବି ମେଡିକାଲରେ ୯ଟି ଇକମୋ ମେସିନ ରହିଥିଲା ବେଳେ କୋଭିଡ ପରେ ଏହା ବ୍ୟବହାର ହେଉନଥିଲା।

Advertisment

ଏସସିବି ମେଡିକାଲ ବିଭାଗୀୟ ମୁଖ୍ୟ, କାର୍ଡିଓଥୋରାସିସ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ କହିଛନ୍ତି, ଏହି ଇକମୋ ମେସିନଟି ଖାଲି କୋଭିଡ ରୋଗୀଙ୍କ ବ୍ୟବହାର କରାଯାଏ ନାହିଁ। ଅନ୍ୟ ରୋଗର ମଧ୍ୟ ଚିକିତ୍ସା କରାଯାଇଥାଏ। ଯେପରି ନଦୀରେ ବୁଡ଼ି ଯିବା ଫଳରେ ପାଣି ପଶି ଫୁସଫୁସ୍ ଖରାପ ହୋଇଯିବା, ନିମୋନିଆରେ ଫୁସଫୁସ୍ ଖରାପ ହୋଇଯିବା, ହାର୍ଟ ଟ୍ରାନ୍ସପରେଣ୍ଟ ଓ ଫୁସଫୁସ୍ ଟ୍ରାନ୍ସପରେଣ୍ଟ କ୍ଷେତ୍ରରେ ଇକମୋ ମେସିନଟି ବ୍ୟବହାର କରାଯାଇଥାଏ। ୯ଟି ଇକମୋ ମେସିନ ଆମ ମେଡିକାଲରେ କାର୍ଯ୍ୟକାରୀ କରାଯାଉଛି।

Cuttack Scb Medical