Advertisment

‘ତୁଷାରଙ୍କ ଗର୍ଲଫ୍ରେଣ୍ଡ ଓ ତାଙ୍କ ବଡ଼ ଭଉଣୀଙ୍କୁ ଗିରଫ କର’

କଟକ (ଓଡ଼ିଶା ରିପୋର୍ଟର): କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାର ମୃତ୍ୟୁ ଘଟଣାର ରହସ୍ୟ ଉପରୁ ପରଦା ହଟିଛି। ଯଦିଓ ତୁଷାର ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା କରିବା ପଛରେ ତୁଷାରଙ୍କ ଗର୍ଲଫ୍ରେଣ୍ଡ ତାଙ୍କ ବଡ଼ ଭଉଣୀ ଏବଂ ୨ ଯୁବକଙ୍କ ସଂପୃକ୍ତି ଥିବା ଜଣାପଡିଛି। ସୋମବାର ପୁଲିସ୍ ୨ ଯୁବକଙ୍କୁ ଗିରଫ କରିଛି। ହେଲେ ତୁଷାରଙ୍କ ଗର୍ଲଫ୍ରେଣ୍ଡ ଓ ତାଙ୍କ ବଡ ଭଉଣୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ […]

author-image
Ranjit Kumar Jena
ନଦୀରେ ଭାସୁଛି ଯୁବତୀଙ୍କ ଶରୀର, ମୁଣ୍ଡ ଖୋଜୁଛି ପୁଲିସ୍‌

girl

କଟକ (ଓଡ଼ିଶା ରିପୋର୍ଟର): କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାର ମୃତ୍ୟୁ ଘଟଣାର ରହସ୍ୟ ଉପରୁ ପରଦା ହଟିଛି। ଯଦିଓ ତୁଷାର ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା କରିବା ପଛରେ ତୁଷାରଙ୍କ ଗର୍ଲଫ୍ରେଣ୍ଡ ତାଙ୍କ ବଡ଼ ଭଉଣୀ ଏବଂ ୨ ଯୁବକଙ୍କ ସଂପୃକ୍ତି ଥିବା ଜଣାପଡିଛି। ସୋମବାର ପୁଲିସ୍ ୨ ଯୁବକଙ୍କୁ ଗିରଫ କରିଛି। ହେଲେ ତୁଷାରଙ୍କ ଗର୍ଲଫ୍ରେଣ୍ଡ ଓ ତାଙ୍କ ବଡ ଭଉଣୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି।

Advertisment

ତୁଷାରଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏମିତି ଦିର୍ଘ ଦିନ ଧରି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଆଉ ଏଥିରେ ସାମିଲ ଥିଲେ ଗର୍ଲଫ୍ରେଣ୍ଡଙ୍କ ବଡ଼ ଭଉଣୀ ଏବଂ ତାଙ୍କ ପୁରୁଷ ବନ୍ଧୁ ଓ ଧରମ ଭାଇ। ନିର୍ଯାତନା ଏତେ ଅସହ୍ୟ ହୋଇଯାଇଥିଲା ଯେ ତୁଷାର ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ।

ପୁଲିସ ତଦନ୍ତରେ ଏ ସାଂଘାତିକ କଥା ସାମ୍ନାକୁ ଆସିବା ପରେ ସଂପୃକ୍ତ ଗର୍ଲଫ୍ରେଣ୍ଡ ଓ ତାଙ୍କ ବଡ଼ ଭଉଣୀକୁ ଗିରଫ କରିବା ପାଇଁ ତୁଷାରଙ୍କ ବାପା ଦାବି କରିଛନ୍ତି। ପୂର୍ବରୁ ଏ ନେଇ ତୁଷାରଙ୍କ ବାପା ବାରମ୍ବାର ସ୍ଥାନୀୟ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଥାନାରୁ ନିରାଶ ହୋଇଥିବା ସେ କହିଛନ୍ତି। ଆଉ ଏହାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି କରି ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Advertisment

ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ତୁଷାର ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ। ତୁଷାରଙ୍କ ଗର୍ଲଫ୍ରେଣ୍ଡଙ୍କ ପୂର୍ବରୁ ଜଣେ ଯୁବକଙ୍କ ସହ ସମ୍ପର୍କ ଥିଲା। ଆଉ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ। ହେଲେ ତୁଷାରଙ୍କ ଗର୍ଲଫ୍ରେଣ୍ଡ ପୂର୍ବତନ ପ୍ରେମିକଙ୍କ ଠାରୁ ଦୁରେଇବାକୁ ଚାହୁଁନଥିଲେ।

ଅଗଷ୍ଟ ୩ ତାରିଖରେ ଇନଡୋର୍ ଷ୍ଟାଡିୟମରେ ଅଭିଯୁକ୍ତ ଦିବ୍ୟରଞ୍ଜନ ତୁଷାରକାନ୍ତଙ୍କୁ ମାରପିଟ୍ କରିଥିଲା। ଯାହା ପରେ ତୁଷାରକାନ୍ତ ମାନସିକ ସ୍ତରରେ ଚାପଗ୍ରସ୍ତ ହୋଇଥିଲା। ଆଉ ଏହି ଚାରିଜଣଙ୍କ ଦ୍ୱାରା ଦିଆଯାଉଥିବା ମାନସିକ ନିର୍ଯାତନା ପାଇଁ ତୁଷାରକାନ୍ତ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲା। ତେବେ ଏହି ଚାରିଜଣ ତାକୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲେ। ଯେଉଁ ଆଧାରରେ ପୁଲିସ୍ ଦିବ୍ୟରଞ୍ଜନ ଓ କୌଶଲ ପ୍ରଧାନକୁ ଗିରଫ କରିଛି। ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି। ତଦନ୍ତ ପକ୍ରିୟା ବହୁ ବିଳମ୍ୱ ହୋଇଥିବାବେଳେ ଯଦି ସମାନ ଅଭିଯୋଗ ରହିଛି ତେବେ କାହିଁକି ଅନ୍ୟ ୨ ଯୁବତୀଙ୍କୁ ପୁଲିସ ଗିରଫ କରିନାହିଁ ବୋଲି ଆଇନଜୀବୀ ପ୍ରଶ୍ନ କରିଛନ୍ତି।