Advertisment

ବାହାଘର ଶୋଭାଯାତ୍ରାରେ ବନ୍ଧୁକ ଧରି ନାଚିବା ମହଙ୍ଗା ପଡ଼ିଲା

ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ଚାରି ରାଉଣ୍ଡ ଗୁଳି ଜବତ କରାଯାଇଛି।

Gun

Gun

Advertisment

ବାହାଘର ଶୋଭାଯାତ୍ରାରେ ବନ୍ଧୁକ ଧରି ନାଚିବା ଦୁଇ ଜଣ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। କଟକ ବାଦାମବାଡ଼ି ଥାନା ପୁଲିସ୍ ଗୁରୁବାର ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ବ୍ୟକ୍ତି ହେଉଛନ୍ତି ସନ୍ଦୀପ ପାତ୍ର ଓ ପ୍ରଶାନ୍ତ ଗିରି। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ଚାରି ରାଉଣ୍ଡ ଗୁଳି ଜବତ କରାଯାଇଛି।

Advertisment

ଗତକାଲି ଏକ ବରଯାତ୍ରୀ ଶୋଭାଯାତ୍ରା କରି ବାଦାମବାଡି ଓଲ୍ଡ ଏଲଆଇସି କଲୋନୀକୁ ଯାଉଥିବା ବେଳେ ସନ୍ଦୀପ ମଧ୍ୟ ସେମାନଙ୍କ ମଧ୍ୟରେ ସାମିଲ ଥିଲେ। ସନ୍ଦୀପ ଏକ ବନ୍ଧୁକ ଧରି ନାଚୁଥିଲେ। ଏ ଖବର ଯାଇ ବାଦାମବାଡ଼ି ପୁଲିସ୍ ପାଖରେ ପହଞ୍ଚିଥିଲା। ଏହା ପରେ ପୁଲିସ୍‌ର ଏକ ଟିମ୍ ସେଠାରେ ପହଞ୍ଚି ସନ୍ଦୀପଙ୍କୁ ଉଠାଇ ନେଇଥିଲା।

ସନ୍ଦୀପଙ୍କୁ ପଚରାଉଚରା ବେଳେ ପୁଲିସ୍ ଜାଣିବାକୁ ପାଇଲା ଯେ ବନ୍ଧୁକଟି ତାଙ୍କର ନୁହେଁ। ବନ୍ଧୁକଟି ତାଙ୍କ ସାଙ୍ଗ ପ୍ରଶାନ୍ତ ଗିରିଙ୍କର ବୋଲି ସେ କହିଥିଲେ। ଏହା ପରେ ପ୍ରଶାନ୍ତଙ୍କୁ ଉଠାଇଥିଲା ପୁଲିସ୍‌। ବନ୍ଧୁକ ରଖିବା ପାଇଁ ପ୍ରଶାନ୍ତଙ୍କୁ ଲାଇସେନ୍ସ ମିଳିଥିବା ପୁଲିସ୍ ତା’ ତଦନ୍ତରୁ ଜାଣିବାକୁ ପାଇଥିଲା। ତେବେ ସେ ଲାଇସେନ୍ସ ନିୟମ ଭାଙ୍ଗି ଦାୟିତ୍ୱହୀନ ଭାବେ ଅନ୍ୟ ଜଣଙ୍କୁ ନିଜ ବନ୍ଧୁକ ଦେଇଥିବାରୁ ପୁଲିସ୍ ତାଙ୍କୁ ବି ଗିରଫ କରିଥିଲା।

Advertisment

ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି, ଗିରଫ ଦୁଇ ବ୍ୟକ୍ତିଙ୍କର କୌଣସି ଅପରାଧିକ ରେକର୍ଡ ନାହିଁ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବାହାଘର ଶୋଭାଯାତ୍ରାରେ ଅତ୍ୟନ୍ତ ଉତ୍ସାହିତ ହୋଇ ଲୋକଙ୍କ ଆଗରେ ଦେଖାଇ ହେବା ପାଇଁ ସନ୍ଦୀପ ବନ୍ଧୁକ ଧରି ନାଚିଥିଲେ। ଖୋଲାଖୋଲି ଏମିତି ବନ୍ଧୁକ ଦେଖାଇବା ଏକ ଅପରାଧ। ସେଥିପାଇଁ ତାଙ୍କୁ ଗିରଫ କରାଯାଇଛି। ସେହିପରି ପ୍ରଶାନ୍ତଙ୍କୁ ବନ୍ଧୁକ ରଖିବାକୁ ଲାଇସେନ୍ସ ମିଳିଥିଲେ ସୁଦ୍ଧା ସେ ଲାଇସେନ୍ସ ନିୟମ ଭାଙ୍ଗି ସନ୍ଦୀପଙ୍କୁ ବନ୍ଧୁକ ଦେଇଥିବାରୁ ତାହା ବି ଏକ ଅପରାଧ। ତେଣୁ ତାଙ୍କୁ ମଧ୍ୟ ଗିରଫ କରାଯାଇଛି।

Cuttack Crime Marriage Bullets & Guns
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe