Advertisment

ସାଙ୍ଗମାନଙ୍କ ଆଗରେ ଭାସି ଗଲେ, ହୋଲି ଖେଳ ସାରି ଗାଧୋଇବା ବେଳେ ୨ ନିଖୋଜ

କଟକ ଜିଲ୍ଲା ସାଲେପୁରର ଚିତ୍ରୋତ୍ପଳା ନଦୀ ଓ ଚୌଦ୍ୱାର ନୂଆପଟଣା ମହାନଦୀରେ ଏହି ଅଘଟଣ ଘଟିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Chitroptala River

Chitroptala River

ହୋଲି ଖେଳ ସାରି ସାଙ୍ଗମାନଙ୍କ ସହ ନଦୀରେ ଗାଧୋଇବା ବେଳେ ୨ ଯୁବକ ନିଖୋଜ। କଟକ ଜିଲ୍ଲା ସାଲେପୁରର ଚିତ୍ରୋତ୍ପଳା ନଦୀ ଓ ଚୌଦ୍ୱାର ନୂଆପଟଣା ମହାନଦୀରେ ଏହି ଅଘଟଣ ଘଟିଛି।

Advertisment

କଟକ ଜିଲ୍ଲା ସାଲେପୁର ବୁହାଳ ଗାଁ ନାଗାମଠ ନିକଟ ଚିତ୍ରୋତ୍ପଳା ନଦୀରେ ଭାସିଯାଇ ଯୁବକ ନିଖୋଜ ହୋଇଯାଇଛନ୍ତି। ହୋଲି ଖେଳ ସାରି ୩ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ନଦୀରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ନିକଟସ୍ଥ ଜିଗିନିପୁର ୧୧ ନମ୍ବର ୱାର୍ଡର ରାଜକୁମାର ସେନାପତି । ଆଜି ମଧ୍ୟାହ୍ନରେ ଏହି ଘଟଣା ଘଟିଛି।

ଅଘଟଣର ଖବର ପାଇ ନିଶ୍ଚିନ୍ତକୋଇଲି ଓ ସାଲେପୁରରୁ ଦୁଇଟି ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜଙ୍କୁ ଉଦ୍ଧାର କରିବା ନିମନ୍ତେ ଖୋଜାଖୋଜି ଚଳାଇଛନ୍ତି।

Advertisment

ସୂଚନା ମୁତାବକ, ଏହି ୩ ଜଣଙ୍କ ସମେତ ନଦୀରେ ଅନ୍ୟମାନେ ମଧ୍ୟ ସ୍ନାନ କରୁଥିଲେ। ଏହି ସମୟରେ ଗଭୀର ପାଣିକୁ ଯାଇ ୨ ଜଣ ସ୍ନାନ କରୁଥିବା ବେଳେ ସୁଅରେ ଭାସି ଯାଇଥିଲେ। ୨ ଜଣ ବୁଡ଼ି ଯାଉଥିବା ବେଳେ ଜଣଙ୍କୁ ଏଠାରେ ସ୍ନାନ କରୁଥିବା ଲୋକେ ଉଦ୍ଧାର କରିଥିଲେ। ହେଲେ ଅନ୍ୟଜଣକ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ।

ନିଖୋଜ ରାଜକୁମାର ବାପା-ମା’ଙ୍କର ଗୋଟିଏ ବୋଲି ପୁଅ। ଏହି ଖବର ପାଇବା ପରେ ତାଙ୍କ ବାପା, ମା’ ଭାଙ୍ଗି ପଡ଼ିଛନ୍ତି। ସାଙ୍ଗମାନଙ୍କ ମାନଙ୍କ ସହ ହୋଲି ଖେଳିବା ପରେ ରାଜକୁମାର ଜିଗିନିପୁର ଠାରୁ ପ୍ରାୟ ୫ କିଲୋମିଟର ଦୂର ବୁହାଳ ଗାଁ ଠାରେ ବୋହି ଯାଇଥିବା ଚିତ୍ରତ୍ପଳା ନଦୀକୁ ସ୍ନାନ କରିବାକୁ ଆସିଥିଲେ। ଏହି ସ୍ଥାନରେ ନଦୀର ସ୍ରୋତ ଖୁବ୍ ଅଧିକ ଓ ଅକାତକାତ ପାଣି। ସତର୍କତାକୁ ବେଖାତିର କରିବାରୁ ଏତେବଡ଼ ଅଘଟଣ ଘଟିଲା ବୋଲି ଦେଖେଣାହାରି କହିଛନ୍ତି।

ସେହିପରି କଟକ ଜିଲ୍ଲା ଚୌଦ୍ୱାର ନିକଟ ନୂଆପଟଣା ଦେଇ ବୋହି ଯାଇଥିବା ମହାନଦୀର ମଧୁ ସେତୁ ନିକଟରେ ଗାଧୋଇବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ଚୌଦ୍ଵାର ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମର ସଞ୍ଜୟ ପରିଡ଼ା। ସେ ସାଙ୍ଗମାନଙ୍କ ସହ ହୋଲି ଖେଳି ସାରି ସାଙ୍ଗମାନଙ୍କ ସହିତ ନଦୀରେ ଗାଧୋଉଥିଲେ। ସତର୍କତାକୁ ବେଖାତିର କରିବାକୁ ପାଣି ସୁଅରେ ଭାସି ଯାଇ ସେ ନିଖୋଜ ହୋଇଯାଇଛନ୍ତି। ତାଙ୍କ ସାଙ୍ଗମାନେ ଚାହିଁଥିଲେ ହେଁ ପାଣିରୁ ଉଦ୍ଧାର କରିବାରେ ଫେଲ ମାରିଥିଲେ।

Mohanadiମହାନଦୀରେ ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି ଚାଲିଛି।

ଖବର ପାଇ ତାଙ୍କୁ ପାଣିରୁ ଉଦ୍ଧାର କରିବା ପାଇଁ ଚୌଦ୍ଵାର ଦମକଳ ବାହିନୀ ଖୋଜାଖୋଜି ଜାରି ରଖିଛି।

River Mishap Missing