Advertisment

କଟକରେ ଲିଙ୍ଗ ନିରୂପଣ ଘଟଣା, ରାଞ୍ଚିରୁ ଆସୁଥିଲା ଅଲଟ୍ରା ସାଉଣ୍ଟ ମେସିନ୍

କଟକ (ଓଡ଼ିଶା ରିପୋର୍ଟର): କଟକରେ ଲିଙ୍ଗ ନିରୂପଣ ମାମଲାରେ ଏବେ ରାଜ୍ୟ ବାହାର ଲିଙ୍କ୍ ସାମ୍ନାକୁ ଆସିଛି। ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ମଙ୍ଗଳାବାଗ ଥାନା ଗିରଫ କରିଛି। ରାଞ୍ଚିରୁ ଅଲଟ୍ରା ସାଉଣ୍ଡ ମେସିନ୍ ଏହି ବ୍ୟକ୍ତି ଜଣକ ଆଣିଥିବା ପୁଲିସ୍ ହାତରେ ଖବର ଲାଗିଥିଲା। ଗିରଫ ପଞ୍ଚମ ଅଭିଯୁକ୍ତ ହେଉଛି ମାନସ ରଂଜନ ପଣ୍ଡା। ସେ ଅଟ୍ରାସାଉଣ୍ଡ ମେସିନ୍ ବେଆଇନ ଭାବେ ପ୍ରସନ୍ନ ସାହୁଙ୍କୁ ଯୋଗାଇଥିଲା। ତେବେ ସେ କେଉଁଠୁ ମେସିନ୍ ଆଣିଥିଲା ତାହାର […]

author-image
Ranjit Kumar Jena
କଟକରେ ଲିଙ୍ଗ ନିରୂପଣ ଘଟଣା, ରାଞ୍ଚିରୁ ଆସୁଥିଲା ଅଲଟ୍ରା ସାଉଣ୍ଟ ମେସିନ୍

ultra-sound

କଟକ (ଓଡ଼ିଶା ରିପୋର୍ଟର): କଟକରେ ଲିଙ୍ଗ ନିରୂପଣ ମାମଲାରେ ଏବେ ରାଜ୍ୟ ବାହାର ଲିଙ୍କ୍ ସାମ୍ନାକୁ ଆସିଛି। ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ମଙ୍ଗଳାବାଗ ଥାନା ଗିରଫ କରିଛି। ରାଞ୍ଚିରୁ ଅଲଟ୍ରା ସାଉଣ୍ଡ ମେସିନ୍ ଏହି ବ୍ୟକ୍ତି ଜଣକ ଆଣିଥିବା ପୁଲିସ୍ ହାତରେ ଖବର ଲାଗିଥିଲା। ଗିରଫ ପଞ୍ଚମ ଅଭିଯୁକ୍ତ ହେଉଛି ମାନସ ରଂଜନ ପଣ୍ଡା। ସେ ଅଟ୍ରାସାଉଣ୍ଡ ମେସିନ୍ ବେଆଇନ ଭାବେ ପ୍ରସନ୍ନ ସାହୁଙ୍କୁ ଯୋଗାଇଥିଲା। ତେବେ ସେ କେଉଁଠୁ ମେସିନ୍ ଆଣିଥିଲା ତାହାର ତଦନ୍ତ ଚାଲିଥିବା ପୁଲିସ କହିଛି।

Advertisment

ଗିରଫ ମାନସ ୧୦ ବର୍ଷ ହେଲା ମେଡିକାଲ ଫିଲ୍ଡରେ କାମ କରୁଛି। ସେ ବିଭିନ୍ନି ମେଡିକାଲ ସାମଗ୍ରୀ ସପ୍ଲାଇ କରେ। ପୁଲିସ୍ ଦ୍ୱାରା ଯେଉଁ ଉପକରଣ ଜବତ କରାଯାଇଛି, ତାକୁ ମଧ୍ୟ ମାନସ ସପ୍ଲାଇ କରୁଥିଲା। ମାନସ ୩.୫୦ ଲକ୍ଷ ଟଙ୍କାରେ ମେସିନକୁ ପ୍ରସନ୍ନକୁ ସପ୍ଲାଇ କରିଥିଲା। ଖୋଦ୍ ମାନସ ମଧ୍ୟ ଏଭଳି ବେଆଇନ୍ ମେସିନ୍ ସପ୍ଲାଇ କରୁଥିବା ନେଇ ସ୍ୱୀକାର କରିଥିବା ମଙ୍ଗଳାବାଗ୍ ଆଇଆଇସି ସୂଚନା ଦେଇଛନ୍ତି।

ଏହି ସବୁ ମେସିନ୍ ବିନା କାଗଜପତ୍ରରେ ରାଜ୍ୟ ବାହାରୁ ଆସୁଥିଲା। ତେବେ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛି, ପୁଲିସ୍ ତା’ର ଖୋଳତାଡ଼ କରୁଛି। ଘଟଣାରେ କିଛି ଲୋକ ଫେରାର ଥିବାରୁ ସେମାନଙ୍କୁ ଧରିବାକୁ ଚଢାଉ କରୁଛି କରାଯାଉଥିବା IIC ସୂଚନା ଦେଇଛନ୍ତି।

Advertisment

କଟକର ଏକ ଘରୋଇ ଲ୍ୟାବରେ ଲିଙ୍ଗ ନିରୂପଣ ହେଉଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଏହି ଘଟଣାରେ ୪ ଜଣ ଗିରଫ ହୋଇଥିଲେ। ଏଥିସହ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଛି।