Advertisment

ଝୁଲିଲା କନଷ୍ଟେବଲ ନିଯୁକ୍ତି!

ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୪୭୯୩ଟି କନଷ୍ଟେବଳ ପଦବୀ ପାଇଁ ଗତବର୍ଷ ସେପ୍ଟେମ୍ବର ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Odisha High Court

Odisha High Court

Advertisment

ଓଡ଼ିଶା ପୁଲିସ୍‌ରେ ଚାଲିଥିବା କନଷ୍ଟେବଲ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ଆଜି ବଡ଼ ଟିପ୍ପଣୀ କରିଛନ୍ତି। ହାଇକୋର୍ଟ ଜାରି ରହିଥିବା ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇ ନାହାନ୍ତି। କିନ୍ତୁ ଚୂଡ଼ାନ୍ତ ନିଯୁକ୍ତି ମାମଲାର ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି। ଓଡ଼ିଶା ପୁଲିସର ଗ୍ରୁପ-ଡି ଓ ଗୃହରକ୍ଷୀ ମାନଙ୍କ ପକ୍ଷରୁ ଦାଏର ମାମଲାର ଶୁଣାଣି କରି ହାଇକୋର୍ଟ ଏପରି କହିଛନ୍ତି।

Advertisment

ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୪୭୯୩ଟି କନଷ୍ଟେବଳ ପଦବୀ ପାଇଁ ଗତବର୍ଷ ସେପ୍ଟେମ୍ବର ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଗ୍ରୁପ-ଡି ଓ ଗୃହରକ୍ଷୀ ଭାବେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ୧୦% ହାରରେ ମୋଟ ୪୭୯ଟି ଲେଖାଏ ପଦବୀ ସଂରକ୍ଷିତ ରହିଥିଲା। ସେହି ବିଜ୍ଞପ୍ତି ଅନୁଯାୟୀ ଲିଖିତ ପରୀକ୍ଷା କରାଯାଇଥିଲା।

ତେବେ ଲିଖିତ ପରୀକ୍ଷା ପରେ କ୍ୱାଲିଫାଇଂ ମାର୍କ ଆଧାରରେ ଚୟନ କରାଯାଇ କେତେକ ଜିଲ୍ଲାରେ ଶାରୀରିକ ପରୀକ୍ଷା କରାଯାଉଛି। ବିଜ୍ଞପ୍ତିରେ କ୍ୱାଲିଫାଇଂ ମାର୍କ କଥା ନଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଲାଗୁ କରାଯିବାରୁ ଅନେକ ଆଶାୟୀ ଏହାକୁ ବିରୋଧ କରିଥିଲେ। ଏପରି କି ବିଶାଳ ମୁଣ୍ଡା ଓ ଅନ୍ୟମାନଙ୍କ ପକ୍ଷରୁ ଏକାଧିକ ମାମଲା ହାଇକୋର୍ଟରେ ଦାଏର ହୋଇଥିଲା। ଏହି ଆବେଦନର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ଏଥିସହ ନିଯୁକ୍ତି ପ୍ରକ୍ରିୟା ଏହି ମାମଲା ଗୁଡ଼ିକର ଫଳାଫଳ ଉପରେ ନିର୍ଭର କରିବ ବୋଲି କହିଛନ୍ତି। ଆସନ୍ତା ମାସ ୩ୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି।

Advertisment

ଆବେଦନକାରୀ ଓକିଲ ରାଜୀବ ରଥ କହିଛନ୍ତି, “ନିଯୁକ୍ତି ପାଇଁ କଟଅଫ ମାର୍କ, କ୍ୱାଲିଫାଇଂ ମାର୍କ ନଥିଲା। ସେମାନେ କ୍ୱାଲିଫାଇଂ ମାର୍କ ନିୟମ ଆଣିଛନ୍ତି। ଏହି ନିୟମ ଲାଗୁ ହେବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ପୂର୍ବ ବିଜ୍ଞପ୍ତିରେ ଏହା ବାଧ୍ୟମୂଳକ ନଥିଲା। ଲିଖିତ ପରୀକ୍ଷା ପୂର୍ବରୁ ଏପରି ନିୟମ ସମ୍ପର୍କରେ ଅବଗତ କରାଯିବାର ଥିଲା।

ହେଲେ ଲିଖିତ ପରୀକ୍ଷା ଓ ଉତ୍ତର ଖାତା ଆସିବା ପରେ ନିୟମ ଲାଗୁ କରାଯାଇଛି। କଟ ଅଫ ମାର୍କ ବ୍ୟବସ୍ଥା କରି ୩୦ ଓ ୩୫% କୋହଳ ନିୟମ ଲାଗୁ କରାଯାଇଛି। ଏଇଟା ମଧ୍ୟ ବିଜ୍ଞପ୍ତି କିମ୍ବା ପୁଲିସ୍‌ ଅର୍ଡର ୨୧ରେ ନଥିଲା। ଚୟନ ପରେ ସବୁ ପଦବୀ ପୂରଣ ନ କରି ସେମାନେ ପୁଣି ଶାରିରୀକ ପରୀକ୍ଷା ପାଇଁ ପଠାଉଛନ୍ତି। ବିଜ୍ଞପ୍ତିରେ ନଥିବା ଅନେକ ନିୟମକୁ ଲାଗୁ କରାଯାଉଥିବାରୁ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି।”

Odisha Constable Recruitment Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe