Advertisment

ମହିଳା ବେଶରେ ମେଡ଼ିକାଲରୁ ଛୁ ମାରିଲା ବିଚାରାଧୀନ ବନ୍ଦୀ

ଏକ ଡକାୟତି ମାମଲାରେ ସାଜନକୁ ନାଉଗାଁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Scb cuttack

ପୁଲିସ ଆଖିରେ ଧୂଳି ଦେଇ ମହିଳା ବେଶରେ ମେଡ଼ିକାଲରୁ ଛୁ ମାରିଲା ବିଚାରାଧୀନ ବନ୍ଦୀ। ଏପରି ଘଟଣା ଘଟିଛି କଟକ ବଡ଼ ମେଡିକାଲରେ।ବିଚାରାଧୀନ ବନ୍ଦୀ ଜଣକ ହେଲେ ସାଜନ ଦାସ। ସାଜନର ଘର ଜଗତସିଂହପୁର ନାଉଗାଁ ଥାନା ଅଞ୍ଚଳରେ।

Advertisment

ଏକ ଡକାୟତି ମାମଲାରେ ସାଜନକୁ ନାଉଗାଁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ସାଜନକୁ ନିଆଳି ଥାନାରେ ରଖାଯାଇଥିଲା। ତାର ଦେହ ସବୁବେଳେ ଅସୁସ୍ଥ ହେବାରୁ ତାକୁ କିଛି ଦିନ ହେବ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ହଠାତ୍ ସାଜନ ଅସୁସ୍ଥ ହେବାରୁ ଗତ ୨୯ ତାରିଖରେ ଏସସିବିରେ ଭର୍ତ୍ତି କରାଯାଇଥିଲା। ୩ଜଣ ପୁଲିସ କର୍ମଚାରୀମାନେ ମେଡିକାଲରେ ସାଜନକୁ ଜଗି ରହିଥିଲେ।

ଗତକାଲି ପୁଲିସକୁ ଶୌଚ ହେବା ପାଇଁ ଯିବାକୁ କହିଥିଲା ସାଜନ। ପରେ ସେ ଆଉ ଫେରି ନଥିଲା। ସାଜନ ବାଥରୁମ୍‌ରୁ ଫେରିବା ବିଳମ୍ବ ହେବାରୁ ପୁଲିସ କର୍ମଚାରୀମାନେ ଖୋଜାଖୋଜି କରିଥିଲେ। ହେଲେ ସାଜନକୁ ପାଇନଥିଲେ। ପରେ ମେଡିକାଲରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା ପୁଲିସ। ସାଜନ ଶାଢ଼ି ପିନ୍ଧି ଖସିଯାଇଥିବା ଜଣାପଡ଼ିଥିଲା। ପୁଲିସ ସାଜନକୁ ଚାରିଆଡେ ଖୋଜାଖୋଜି କରୁଛି। ଏନେଇ ମଙ୍ଗଳବାଗ ଥାନାରେ ମାମଲା ରୁଜୁ କରାଯାଇଛି। ମଙ୍ଗଳବାଗ ଥାନା ପୁଲିସ ଏକ ଟିମ୍ ଗଠନ ସାଜନକୁ ଖୋଜାଖୋଜି କରୁଛି।

Advertisment

ତେବେ ଏନେଇ ପୁଲିସ କିମ୍ବା ଚୌଦ୍ୱାର ଜେଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ସାଜନ ଖସିଯିବା ପରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Cuttack Scb