Advertisment

ପୁଣି ଫ୍ୟାମିଲି କୋର୍ଟରେ ବର୍ଷା ଓ ଅନୁଭବ

କଟକ (ଓଡ଼ିଶା ରିପୋର୍ଟର): ଚାରିଦିନର ବ୍ୟବଧାନ ପରେ ପୁଣିଥରେ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ପ୍ରଥମେ ବର୍ଷା ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ। ଏହାର କିଛି ସମୟରେ ଅନୁଭବ ମଧ୍ୟ ପହଞ୍ଚିଛନ୍ତି। ଉଭୟଙ୍କ ଥିବା ବିବାଦର ବୁଝାମଣା ପାଇଁ ଆଜି ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ଏହା ପୂର୍ବରୁ ଜୁଲାଇ ୯ ତାରିଖ ଅର୍ଥାତ୍ ଶୁକ୍ରବାର ଦୁହେଁ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ସେଦିନ ଉଭୟଙ୍କ ମଧ୍ୟରେ ଦୁଇ […]

ଅଦ୍ୟତନ ହୋଇଛି
ପୁଣି ଫ୍ୟାମିଲି କୋର୍ଟରେ ବର୍ଷା ଓ ଅନୁଭବ

varsha-and-anubhav

Advertisment

କଟକ (ଓଡ଼ିଶା ରିପୋର୍ଟର): ଚାରିଦିନର ବ୍ୟବଧାନ ପରେ ପୁଣିଥରେ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ପ୍ରଥମେ ବର୍ଷା ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ। ଏହାର କିଛି ସମୟରେ ଅନୁଭବ ମଧ୍ୟ ପହଞ୍ଚିଛନ୍ତି। ଉଭୟଙ୍କ ଥିବା ବିବାଦର ବୁଝାମଣା ପାଇଁ ଆଜି ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି।

Advertisment

ଏହା ପୂର୍ବରୁ ଜୁଲାଇ ୯ ତାରିଖ ଅର୍ଥାତ୍ ଶୁକ୍ରବାର ଦୁହେଁ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ସେଦିନ ଉଭୟଙ୍କ ମଧ୍ୟରେ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହି ସମୟରେ କମିଶନର ଦୁହିଁଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ସେଦିନ ଆପୋଷ ସମଧାନ ହୋଇନଥିଲା। ଏଥିପାଇଁ ଆଜି ଉଭୟଙ୍କୁ ଦ୍ୱିତୀୟ ତାରିଖ ଦିଆଯାଇଥିଲା। ଦୁହେଁ ଆଜି ଫ୍ୟାମିଲି କୋର୍ଟରେ ପହଞ୍ଚିଛନ୍ତି।

ଆଜିର କନସିଲେସନ୍ ପ୍ରକ୍ରିୟାରେ ଉଭୟଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ପ୍ରୟାସ କରାଯିବ। ଯଦି ଆଜି କୌଣସି ସମାଧାନ ନହୁଏ, ତାହେଲେ ଉଭୟଙ୍କୁ ଆଉ ଗୋଟିଏ ତାରିଖ ଦିଆଯାଇପାରେ। ପରବର୍ତ୍ତୀ ତାରିଖରେ ଯଦି ମାମଲା ସମାଧାନ ନହୁଏ, ତାହାହେଲେ କୋର୍ଟ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

Advertisment

ସୂଚନାରୁ ପ୍ରକାଶ, ଛାଡପତ୍ର ନେଇ କଟକ ଫ୍ୟାମିଲି କୋର୍ଟ ମାମଲା ଦାୟର ହୋଇଥିଲା। ମାତ୍ର ଫ୍ୟାମିଲି କୋର୍ଟ କମିଶନର ବହୁ ବାର କୋର୍ଟରେ ହାଜର ହେବାକୁ ନୋଟିସ୍ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷା ହାଜର ହେଉଥିବା ବେଳେ ଅନୁଭବ ଆସୁନଥିଲେ। ଆଉ କେତେବେଳେ ଅନୁଭବ ଆସୁଥିଲା ବେଳେ ବର୍ଷା ହାଜର ହେଉନଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଲାଗି ରହିଥିବା ଛାଡ଼ପତ୍ର ମାମଲାର ସମାଧାନ ହୋଇପାରୁନଥିଲା।

ଗୁରୁବାର ବର୍ଷାଙ୍କ ବିରୋଧରେ ପୁରୀ ଘାଟ ଥାନାରେ ଅଭିଯୋଗ କରିଥିଲେ ସ୍ୱାମୀ ଅନୁଭବନ। ଘରେ ଅଜଣା ଲୋକ ପଶୁଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଭବ। ସେମାନଙ୍କୁ ସେ ଚିହ୍ନି ନ ଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଅନୁଭବ। ପୂର୍ବରୁ ଅନୁଭବଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ବର୍ଷା। ଅଜଣା ଲୋକମାନେ ତାଙ୍କ ଘରେ ପଶି ଭିଡିଓ ସୁଟିଂ କରୁଥିବା ବର୍ଷା ଏଫ୍ଆଇଆର୍ରେ ଦର୍ଶାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe