Advertisment

ଡ୍ରାଇଭରଙ୍କ ଆନ୍ଦୋଳନର ପ୍ରଭାବ: ମାର୍କେଟରୁ ପରିବା ଗାଏବ, ରେଟ୍‌ ଉପର ମୁହାଁ

ଗୋଟିଏ ପଟେ ଖାଉଟିଙ୍କ ନିକଟରେ ଜିନିଷ ପହଞ୍ଚି ପାରୁ ନ ଥିବା ବେଳେ ରାସ୍ତା ଉପରେ କିନ୍ତୁ ଗାଡ଼ି ଅଟକି ଜିନିଷ ପଚିବାରେ ଲାଗିଛି । ଏକାଧିକ ଫଳ ବୋଝେଇ ଟ୍ରକ୍‌ ରାସ୍ତାରେ ଦୁଇ ଦିନ ହେଲା ଅଟକି ରହିଛି।

ଅଦ୍ୟତନ ହୋଇଛି
strike

strike

Advertisment

ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ପରିବା ମାର୍କେଟ ଉପରେ ପଡ଼ିବା ଆରମ୍ଭ କରିଛି। ଧୀରେ ଧୀରେ ବଜାରରୁ ଉଭାନ ହେବାକୁ ଲାଗିଲାଣି ପରିବା। ଆଉ ଦେଖିବାକୁ ମିଳୁନି ଭଳିକି ଭଳି ପରିବା। ପୁଣ ରେଟ ବି ଉପରମୁହାଁ ହେଲାଣି। ଏବେଠୁ ପରିସ୍ଥିତିକୁ ନିୟମନ୍ତ୍ରଣ କରା ନ ଗଲେ ଖୁବଶୀଘ୍ର ସ୍ଥିତି ଅଣାୟତ୍ତ ହେବ ବୋଲି ଚେତାବନୀ ଦେଇଛି ବ୍ୟବସାୟ ମହାସଂଘ।

Advertisment

୧୦ ଦଫା ଦାବି ପୂରଣ ନିମନ୍ତେ ଗତକାଲିଠୁ ଡ୍ରାଇଭର ମହାସଂଘ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଏହାର ସିଧା ପ୍ରଭାବ ବଜାର ଉପରେ ପଡ଼ିଛି। ପରିବା, ଫଳ ସହ ଅତ୍ୟାବଶ୍ୟକ ଜିନିଷ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ବଜାରକୁ ଆସିପାରୁନି। ବିଭିନ୍ନ ସ୍ଥାନରେ ପନିପରିବା ଓ ଅନ୍ୟ ସାମଗ୍ରୀ ବୋଝେଇ ଗାଡ଼ି ଅଟକି ରହିଛି। ଗୋଟିଏ ପଟେ ଖାଉଟିଙ୍କ ନିକଟରେ ଜିନିଷ ପହଞ୍ଚି ପାରୁ ନ ଥିବା ବେଳେ ରାସ୍ତା ଉପରେ କିନ୍ତୁ ଗାଡ଼ି ଅଟକି ରହିଥିବାରୁ ପନିପରିବା ଓ ଫଳ ଆଦି ପଚିବାରେ ଲାଗିଛି। 

ରାଜ୍ୟର ସବୁଠୁ ବଡ଼ ପରିବା ମାର୍କେଟ କଟକର ଛତ୍ରବଜାରରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ଛତ୍ରବଜାରକୁ ବିଭିନ୍ନ ଜିଲ୍ଲାରୁ ତଥା ରାଜ୍ୟ ବାହାରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ପନିପରିବା ଓ ଫଳ ଆସୁଥିବା ବେଳେ ଏବେ ଏହି ସ୍ଥାନ ଖାଁ ଖାଁ ଦିଶୁଛି। 

Advertisment

ଗୋଟିଏ ପଟେ ପନିପରିବାର ଅଭାବ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ପରିବା କିଲୋ ପିଛା ୫ରୁ ୧୦ ଟଙ୍କା ଯାଏ ବଢ଼ି ଗଲାଣି।  ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଦୋକାନଗୁଡ଼ିକରେ ଲୋକଙ୍କ ଭିଡ଼ ମଧ୍ୟ ବଢ଼ିଲାଣି। ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଲେ ଆସନ୍ତାକାଲି ପରିସ୍ଥିତି ଆହୁରି ଅଣାୟତ୍ତ ହେବ ବୋଲି ଅନୁମାନ କରାଯାଉଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ଚେତାଇ ଦେଇଛନ୍ତି ଛତ୍ର ବଜାର ବ୍ୟବସାୟ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ।

ରାଜ୍ୟରେ ଉପୁଜିଥିବା ଏହି ସ୍ଥିତି ପାଇଁ ସରକାରଙ୍କୁ ଦାୟୀ କରିଛି ଡ୍ରାଇଭର ମହାସଂଘ । ଡ୍ରାଇଭରଙ୍କ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର କୋହଳ ମନୋଭାବ ପୋଷଣ କରୁ ନାହାନ୍ତି। ଆନ୍ଦୋଳନକୁ ୨ ଦିନ ପୂରିବାକୁ ବସିଥିଲେ ବି ଜଣେ ବି ଜନ ପ୍ରତିନିଧି ଆନ୍ଦୋଳନ ସ୍ଥଳକୁ ଯାଇ ଆଲୋଚନା କରି ନାହାନ୍ତି। ତେଣୁ ଆନ୍ଦୋଳନକୁ ଆଗକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। 

Price Hike Strike Drivers Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe