/odisha-reporter/media/post_attachments/uploads/2022/03/bvvvv.jpg)
vigilance raid
କଟକ(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡ୍ରେନେଜ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଚଢ଼ାଉ ଚାଲିଛି । ଆଜି ସକାଳୁ ସକାଳୁ ୪ ଡିଏସ୍ପି, ୮ ଇନ୍ସପେକ୍ଟରଙ୍କ ସମେତ ୪୦ ଭିଜିଲାନ୍ସ ଅଧିକାରୀ ମନୋଜଙ୍କ କଟକ ମହାନଦୀ ବିହାରସ୍ଥିତ ଦୁଇ ମହଲା ଘରେ ପଶି ଛାନଭିନ୍ ଚଳାଇଛନ୍ତି।
[caption id="attachment_720666" align="aligncenter" width="650"]
ନିର୍ବାହୀ ଯନ୍ତ୍ରୀଙ୍କ ମହାନଦୀ ବିହାରସ୍ଥିତ ଘର।[/caption]
ଏଥିସହ କଟକ ଜିଲ୍ଲା ନେମାଳଠାରେ ଥିବା ମନୋଜଙ୍କ ପୈତୃକ ଘର, ଭୁବନେଶ୍ୱର ଉପକଣ୍ଠ ପାହାଳସ୍ଥିତ ଉତ୍କଳ ହାଇଟ୍ସରେ ତାଙ୍କ ପତ୍ନୀ ଦେବସ୍ମିତା ବେହେରାଙ୍କ ନାଁରେ ଥିବା ଆପାର୍ଟମେଣ୍ଟ, କଟକ ଗଣ୍ଡରପୁରସ୍ଥିତ ଅଫିସରେ ବି ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଏହାବାଦ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ମନୋଜଙ୍କର ୨ଟି ପ୍ଲଟ ଥିବା ଜଣାପଡ଼ିଛି।
[caption id="attachment_720667" align="aligncenter" width="650"]
ଜବତ ହୋଇଥିବା ସୁନାଗହଣା ।[/caption]
ମହାନଦୀ ବିହାରସ୍ଥିତ ଘରେ ଚଢ଼ାଉ କରି ପୁଲିସ୍ ତାଙ୍କ ସୁନା, ଗହଣା, ଟଙ୍କା ତଥା ବିଭିନ୍ନ ବଣ୍ଡ ପେପରର ମୂଲ୍ୟ ଆକଳନ କରୁଛି। ଏହି ସମୟରେ ଘରେ ମନାଜ ବେହେରା ଉପସ୍ଥିତ ଥିଲେ ମଧ୍ୟ ତାଙ୍କ ମତାମତ ମିଳିପାରିନି। ମନୋଜଙ୍କ ଘରର ଦାମୀ ସାଜସଜା ତଥା ଇଣ୍ଟେରିଅର ଦେଖି ତାଜୁବ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
