Advertisment

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ସମାଧାନ ହୋଇପାରେ !

ରାଜ୍ୟର ୧୦ଟି ଜିଲ୍ଲାରେ ଆରମ୍ଭ ହେଲା ଭର୍ଚୁଆଲ ହାଇକୋର୍ଟ।

ଅଦ୍ୟତନ ହୋଇଛି
virtual high court

virtual high court

Advertisment

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ହେଉଥିବା ଦାବି ସମାଧାନ ହୋଇପାରେ। କାରଣ ରାଜ୍ୟର ୧୦ଟି ଜିଲ୍ଲାରେ ଆରମ୍ଭ ହେଲା ଭର୍ଚୁଆଲ ହାଇକୋର୍ଟ। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡଃ ଡି ୱାଇ ଚନ୍ଦ୍ରଚୂଡ଼ ଆଜି ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏକକାଳୀନ ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଖୋଲିବା ଦେଶରେ ପ୍ରଥମ ବୋଲି କହିଛନ୍ତି ପ୍ରଧାନ ବିଚାରପତି।

Advertisment

ରାଜ୍ୟର ଅବଶିଷ୍ଟ ୨୦ଟି ଜିଲ୍ଲାରେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ସେବା ଉପଲବ୍ଧ ହେବ ଏବଂ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ଓଡ଼ିଶାର ଅଗଣିତ ଜନତା ଅତି ସୁବିଧାରେ ନ୍ୟାୟିକ ସେବା ପାଇପାରିବେ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼। କଟକରେ ଏହି ଉଦ୍‌ଘାଟନ ଉତ୍ସବ ପାଳିତ ହୋଇଛି। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ହାଇକୋର୍ଟର ସମସ୍ତ ବିଚାରପତି, ଆଇନଜୀବୀ ଏବଂ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ବଲାଙ୍ଗୀର, କୋରାପୁଟ ସୁନ୍ଦରଗଡ଼ ସମ୍ବଲପୁର ଓ ପୁରୀ ଜିଲ୍ଲାରେ ଆଜିଠାରୁ ଭିସି କ୍ୟାବିନ ବା ଭର୍ଚୁଆଲ ହାଇକୋର୍ଟ ଆରମ୍ଭ ହୋଇଛି। ଏହି ଜିଲ୍ଲାରେ ହାଇକୋର୍ଟ ଭର୍ଚୁଆଲରେ କାମ କରିବ। ଏହା କାର୍ଯ୍ୟ କରିବା ଫଳରେ ନିଜ ଅଞ୍ଚଳରେ ରହି ଜଣେ ମହକିଲ ଭର୍ଚୁଆଲ ମାଧ୍ୟମରେ ପିଟିସନ ଦାୟର କରିପାରିବେ। ସେଥିରେ ସଂଶୋଧନ ମଧ୍ୟ କରିପାରିବେ। ଭରଚୁଆଲ ଦ୍ୱାରା ମାମଲାର ଶୁଣାଣି ମଧ୍ୟ କରାଯାଇପାରିବ। ଆଇନଜୀବୀମାନେ ମାମଲା ପରିଚାଳନା କରିପାରିବେ।

Advertisment

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଉଥିଲା। କିନ୍ତୁ ଭର୍ଚୁଆଲ କ୍ୟାବିନ ବ୍ୟବସ୍ଥା ଲାଗୁ ହେବାପରେ ସେଭଳି ସମସ୍ୟା ଆଉ ଉପୁଜିବ ନାହିଁ ବୋଲି ଆଶା କରାଯାଉଛି।

Odisha Highcourt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe