Advertisment

ହାଇକୋର୍ଟରେ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲା: ତଦନ୍ତର ଅଗ୍ରଗତିର ଷ୍ଟାଟସ୍‌ ରିପୋର୍ଟ ମାଗିଲେ ହାଇକୋର୍ଟ

ଚିନ୍ମୟୀଙ୍କ ମା’ ଲବଙ୍ଗ ସାହୁଙ୍କ ଆବେଦନକୁ ଗ୍ରହଣ କରି ଷ୍ଟାଟସ ରିପୋର୍ଟ ଦାଖଲ କରିବା ସହ ପୂର୍ଣ୍ଣାଙ୍ଗ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ।

author-image
Niranjan Mishra
Chinmayi sahoo

Chinmayi sahoo

ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାର ତଦନ୍ତର ଅଗ୍ରଗତି ପ୍ରସଙ୍ଗରେ ରିପୋର୍ଟ ମାଗିଲେ ହାଇକୋର୍ଟ। ଆସନ୍ତା ଶୁଣାଣି ସୁଦ୍ଧା ତଦନ୍ତର ଅଗ୍ରଗତି ସମ୍ପର୍କରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଚିନ୍ମୟୀଙ୍କ ମା’ ଲବଙ୍ଗ ସାହୁଙ୍କ ଆବେଦନକୁ ଗ୍ରହଣ କରି ଷ୍ଟାଟସ ରିପୋର୍ଟ ଦାଖଲ କରିବା ସହ ପୂର୍ଣ୍ଣାଙ୍ଗ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ଆବେଦନାକାରୀଙ୍କ ଓକିଲ ସନ୍ଦୀପନ ମିଶ୍ର ଏନେଇ ସୂଚନା ଦେଇଛନ୍ତି।

Advertisment

ହୀରାକୁଦ ପାୱାର ଚାନେଲରେ ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତଦେହ ମିଳିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ଜୋର ଧରିଥିଲା। ମୃତଦେହରେ ଥିବା କେତେକ ଆଘାତ ଚିହ୍ନ ଏବଂ ପାରିପାର୍ଶ୍ଵିକ ସ୍ଥିତିକୁ ଆଧାର କରି ହତ୍ୟା ମାମଲା ରୁଜୁ କରିବାକୁ ଚିନ୍ମୟୀଙ୍କ ପରିବାର ପକ୍ଷରୁ ଦାବି ଜୋର ଧରିଥିଲା।

ଅନ୍ୟପଟେ ଏହା ଆତ୍ମହତ୍ୟା ବୋଲି ପୁଲିସ କହିବା ପରେ ଚିନ୍ମୟୀଙ୍କ ମା’ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୁଲିସ ଠିକ ଢଙ୍ଗରେ ତଦନ୍ତ କରୁନାହିଁ ବୋଲି ଅଭିଯୋଗ କରି କ୍ରାଇମବ୍ରାଞ୍ଚ କିମ୍ବା ଅନ୍ୟ କୌଣସି ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ କରିବା ପାଇଁ ସେ ଆବେଦନରେ ଉଲ୍ଲେଖ କରିଥିଲେ। ଆଜି ମାମଲାର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ଏହି ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ମେ' ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ସ୍ଥିର ହୋଇଛି।

Advertisment
High Court Unnatural Death Students