Advertisment

ପଶ୍ଚିମବଙ୍ଗ ବାଣ ବିସ୍ଫୋରଣର ଖଳନାୟକ କଟକରୁ ଗିରଫ

ବାଣ ବିସ୍ଫୋରଣ ଘଟଣାର ତନାଘନା କରିବା ବେଳେ ଫ୍ୟାକ୍ଟ୍ରି ମାଲିକ୍‌ଙ୍କ ପତ୍ତା ପାଇନଥିଲା ପଶ୍ଚିମବଙ୍ଗ ପୁଲିସ୍‌। ସେ ଓଡ଼ିଶାର କଟକରେ ଆତ୍ମଗୋପନ କରିଥିବା ପୁଲିସ୍‌ ସନ୍ଦେହ କରିଥିଲା। ତେଣୁ ପଶ୍ଚିମବଙ୍ଗ ପୁଲିସ୍‌ କଟକ କମିଶନରେଟ୍‌ ପୁଲିସ୍‌ର ସହାୟତା ଲୋଡ଼ିଥିଲା।

Kokata Blast

Kokata Blast

Advertisment

ପଶ୍ଚିମବଙ୍ଗ ବାଣ ବିସ୍ଫୋରଣର ମୁଖ୍ୟ ଖଳନାୟକ ସିଲ୍‌ଭର ସିଟି କଟକରୁ ଗିରଫ। ଏକ ଘରୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଧରାପଡ଼ିଛି। କମିଶନରେଟ୍‌ ପୁଲିସ୍‌ ସହାୟତାରେ ପଶ୍ଚିମବଙ୍ଗ ପୁଲିସ୍‌ ଚଢ଼ଉ କରି ଖଳନାୟକ ଓ ତା’ର ଦୁଇ ସହଯୋଗୀଙ୍କ ବାନ୍ଧିଛି।

Advertisment

ଓଡ଼ିଶା ସୀମା ପଶ୍ଚିମବଙ୍ଗ ରାଜ୍ୟର ପୂର୍ବ ମେଦନାପୁର ଅଞ୍ଚଳରେ ବେଆଇନ୍‌ ବାଣ ଫ୍ୟାକ୍ଟ୍ରି ଚଲାଇଥିଲେ ଭାନୁ ବାଗ୍‌ ଓ ତାଙ୍କ ପୁଅ। ସେହି ଫ୍ୟାକ୍ଟ୍ରିରେ ମଙ୍ଗଳବାର ବିସ୍ଫୋରଣ ହୋଇଥିଲା। ଫଳରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ବିସ୍ଫୋରଣରେ ଭାନୁ ବାଗ ନିଜେ ଗୁରୁତର ଆହତ ହୋଇଥିଲେ। ସେଠାରେ ଚିକିତ୍ସା ହେଲେ ଧରା ପଡ଼ିଯିବେ, ସେହି ଭୟରେ ସେ ନିଜର ପୁଅ ଓ ଜଣେ ସମ୍ପର୍କୀୟଙ୍କ ସହ କଟକ ପଳାଇ ଆସିଥିଲେ। ଏଠାରେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ।

ବାଣ ବିସ୍ଫୋରଣ ଘଟଣାର ତନାଘନା କରିବା ବେଳେ ଫ୍ୟାକ୍ଟ୍ରି ମାଲିକ୍‌ଙ୍କ ପତ୍ତା ପାଇନଥିଲା ପଶ୍ଚିମବଙ୍ଗ ପୁଲିସ୍‌। ସେ ଓଡ଼ିଶାର କଟକରେ ଆତ୍ମଗୋପନ କରିଥିବା ପୁଲିସ୍‌ ସନ୍ଦେହ କରିଥିଲା। ତେଣୁ ପଶ୍ଚିମବଙ୍ଗ ପୁଲିସ୍‌ କଟକ କମିଶନରେଟ୍‌ ପୁଲିସ୍‌ର ସହାୟତା ଲୋଡ଼ିଥିଲା। ଏହା ପରେ ତତ୍ପର ହୋଇଥିଲା କମିଶନରେଟ୍‌ ପୁଲିସ୍‌। କଟକରେ ଆତ୍ମଗୋପନ କରିଥିବା ଭାନୁ, ତା’ ପୁଅ ଓ ସମ୍ପର୍କୀୟଙ୍କ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା।

Advertisment

ଆଜି ପଶ୍ଚିମବଙ୍ଗ ଓ କମିଶନରେଟ୍‌ ପୁଲିସ୍‌ ମିଳିତ ଭାବେ ଏକ ଘରୋଇ ମେଡ଼ିକାଲ୍‌ରେ ଚଢ଼ଉ କରି ଚିକିତ୍ସାଧୀନ ଅବସ୍ଥାରେ ଥିବା ଭାନୁକୁ ଧରିଥିଲା। ଏଥିସହ ତା’ର ପୁଅ ଓ ସମ୍ପର୍କୀୟଙ୍କୁ ଧରିଥିଲା। ତେବେ ବାଣ ବିସ୍ଫୋରଣରେ ଭାନୁ ଗୁରୁତର ହୋଇ ଚିକିତ୍ସିତ ହୋଇଥିବାରୁ ତାଙ୍କୁ ପଶ୍ଚିମବଙ୍ଗ ପୁଲିସ୍‌ ନେଇ ପାରିନଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ଗିରଫ ଅନ୍ୟ ଦୁଇ ଜଣଙ୍କ ଭିତରୁ ଜଣଙ୍କୁ ପୁଲିସ୍‌ ପଶ୍ଚିମବଙ୍ଗରେ ସ୍ଥାନୀୟ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ହାଜର କରାଯାଇଛି। ଅନ୍ୟ ଜଣଙ୍କୁ ଗିରଫ କରି ଓଡ଼ିଶା ପୁଲିସ୍‌ ହେବାଜତରେ ଛାଡ଼ିଛି ପଶ୍ଚିମବଙ୍ଗ ପୁଲିସ। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।

ଡିସିପିଙ୍କ କହିବା ଅନୁସାରେ କୌଣସି ସମ୍ୱେଦନଶୀଳ ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତି ଚିକିତ୍ସା ହେବା ପାଇଁ ଆସିଲେ, ମେଡ଼ିକାଲ୍‌ କର୍ତ୍ତୃପକ୍ଷ ପୁଲିସ୍‌କୁ ଖବର ଦେବା କଥା। କିନ୍ତୁ ଏ କ୍ଷେତ୍ରରେ ସେମିତି କିଛି ହୋଇନାହିଁ। ସମ୍ପୃକ୍ତ ବ୍ୟକ୍ତି ଚିକିତ୍ସିତ ହେଉଥିଲେ ମଧ୍ୟ ଆମ ପାଖରେ କୌଣସି ଖବର ନଥିଲା। ଏହା ଉପରେ ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି।

West Bengal Crackers Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe