Advertisment

ହାଇଦରକୁ ବିରିୟାନୀ ଦେଇଥିବା ୟାକୁବ ସହ ସମ୍ପର୍କ କ’ଣ ?

କଟକ(ଓଡ଼ିଶା ରିପୋର୍ଟର):ଗ୍ୟାଙ୍ଗଷ୍ଟର ହାଇଦରର ଫେରାର ମାମଲାରେ ଟ୍ୱିଷ୍ଟ୍ ଆସିଛି। ପୁଲିସ ନିକଟରେ ଆତ୍ମସମର୍ପଣ କରିଛି ହାଇଦରର ପୁରୁଣା ସହଯୋଗୀ ୟାକୁବ ଓରଫ ସଲ୍ଲୁ।। ଆଜି କଟକ ଚାଉଳିଆଗଞ୍ଜ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି  ୟାକୁବ । ସେ ଏସ୍‌ସିବିରେ ହାଇଦରକୁ ବିରିୟାନୀ ଯୋଗାଇଥିବା ଅଭିଯୋଗ ହୋଇଛି। ହାଇଦର ଫେରାର ମାମଲାରେ ସେ ପୁଲିସକୁ ସହଯୋଗ କରିବ ବୋଲି କହିଛି।  ଗତ ଶନିବାର ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ହାଇଦର ଫେରାର ହୋଇଯାଇଥିଲା।  ତାକୁ ଧରିବାକୁ ଓଡିଶା ପୁଲିସର ‘ଅପରେସନ […]

author-image
Tapas Behera
ଅଦ୍ୟତନ ହୋଇଛି
ହାଇଦରକୁ ବିରିୟାନୀ ଦେଇଥିବା ୟାକୁବ ସହ ସମ୍ପର୍କ କ’ଣ ?

gbnm

କଟକ(ଓଡ଼ିଶା ରିପୋର୍ଟର):ଗ୍ୟାଙ୍ଗଷ୍ଟର ହାଇଦରର ଫେରାର ମାମଲାରେ ଟ୍ୱିଷ୍ଟ୍ ଆସିଛି। ପୁଲିସ ନିକଟରେ ଆତ୍ମସମର୍ପଣ କରିଛି ହାଇଦରର ପୁରୁଣା ସହଯୋଗୀ ୟାକୁବ ଓରଫ ସଲ୍ଲୁ।। ଆଜି କଟକ ଚାଉଳିଆଗଞ୍ଜ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି  ୟାକୁବ । ସେ ଏସ୍‌ସିବିରେ ହାଇଦରକୁ ବିରିୟାନୀ ଯୋଗାଇଥିବା ଅଭିଯୋଗ ହୋଇଛି। ହାଇଦର ଫେରାର ମାମଲାରେ ସେ ପୁଲିସକୁ ସହଯୋଗ କରିବ ବୋଲି କହିଛି।  ଗତ ଶନିବାର ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ହାଇଦର ଫେରାର ହୋଇଯାଇଥିଲା।  ତାକୁ ଧରିବାକୁ ଓଡିଶା ପୁଲିସର ‘ଅପରେସନ ହାଇଦର’ ଜାରି ରହିଛି। ତେବେ କିଏ ଏହି ୟାକୁବ ? ଇଏ ହେଉଛି

Advertisment

ହାଇଦରର ପୁରୁଣା ସହଯୋଗୀ। ହାଇଦରର ଦୀର୍ଘ ଦିନର ସହଯୋଗୀ ୟାକୁବ ହାଇଦର ଫେରାର ହେବା ଦିନ ତାକୁ ବିରିୟାନୀ ଦେଇଥିଲା। ମହାନଦୀବିହାରର ୟାକୁବ ଏକାଧିକ ଥର ହାଇଦରକୁ ଭେଟିଥିଲା । ଏସ୍‌ସିବିରେ ଭେଟି ବିଭିନ୍ନ କାମ ପାଇଁ ସହଯୋଗ ମାଗିଥିବା ସୂଚନା ମିଳିଛି । ଏକ ବୋମାମାଡ ଘଟଣାରେ ୟାକୁବ ଜେଲ୍ ଯାଇଥିଲା । ସେଠାରେ ହାଇଦରର ପୁଅ ସହ ଦେଖା ଦୋଇଥିଲା । ୟାକୁବ ସେହିଦିନ ଠାରୁ ସେ ହାଇଦର ସଂପର୍କରେ ଆସିଥିଲା । ସେହିଦିନ ଠାରୁ ହାଇଦର ଗ୍ୟାଙ୍ଗରେ ବି ସାମିଲ ହୋଇଥିଲା । ହାଇଦରର ଅପରାଧିକ କାର୍ଯ୍ୟକଳାପକୁ ବୁଝୁଥିଲା ୟାକୁବ। ୟାକୁବ ନାଁରେ କଟକର ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା। ଦାଦାବଟି, ଡକାୟତି ଭଳି ଅନେକ ମାମଲା ୟାକୁବ ନାଁରେ ରହିଛି।  ତେବେ ହାଇଦର ସହିତ କେତେ ଦିନ ଧରି ଯୋଗାଯୋଗରେ ଥିଲା ୟାକୁବ, ହାଇଦର ସହ ମିଶି କେତେଦିନ ହେଲା କଟକରେ କ୍ରାଇମ ନେଟ୍ଓ୍ୱର୍କ ଚଳାଇଥିଲା ତାକୁ ତଦନ୍ତ ପରିସରଭୁକ୍ତ କରିଛି ପୁଲିସ।

ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଗତ ଶନିବାର କଟକ ବଡ଼ ମେଡିକାଲରୁ ହାଇଦର ଚମ୍ପଟ ମାରିଥିଲା। ସେ ଫେରାର ମାରିବାକୁ ୩୬ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପୁଲିସ୍ ତା’ର ପତ୍ତା ପାଉନି। ସେପଟେ ତାଙ୍କୁ ଧରିବା ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପୁଲିସ ସହ ଯୋଗାଯୋଗରେ ଅଛି ଓଡ଼ିଶା ପୁଲିସ। ଏହାଛଡ଼ା ରେଳ ଷ୍ଟେସନରେ ଯାତ୍ରୀଙ୍କୁ ହାଇଦର ଫଟୋ ଦେଖାଇ ଅବଗତ କରାଯାଇଛି। ୨୦୦୫ ମସିହାରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ନିକଟରେ ଗ୍ୟାଙ୍ଗଷ୍ଟର ସେକ୍‌ ସୁଲେମାନର ଭାଇ ସେକ୍‌ ଚୁନା ଓରଫ ମାଲିକ ହନନ୍‌କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ହାଇଦର ସମେତ ଅନ୍ୟ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ସେମାନଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ୨୦୧୪ ମସିହାରେ ହାଇଦର ପାରୋଲରେ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଖଣି ମାଲିକ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ହାଇଦର‌ର ସମ୍ପୃକ୍ତି ଥିବା ସାମ୍ନାକୁ ଆସିଲା। ଏହା ପରେ ପୁଲିସ ତାକୁ ଗିରଫ କରିଥିଲା।

Advertisment

୨୦୧୫ରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟ ଏହି ୨ଟି ମାମଲାରେ ହାଇଦରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେ ଝାରପଡା ଜେଲ୍‌ରେ ସଜା କାଟୁଥିଲା। ପରେ ୨୦୧୭ରେ ହାଇଦରକୁ ସମ୍ବଲପୁର ସର୍କଲ ଜେଲ୍‌କୁ ପଠାଇ ଦିଆଯାଇଥିଲା। ତେବେ କିଛି ଦିନ ପୂର୍ବେ ସେ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ତାକୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଭଲ ‌ନହେବାରୁ ତାକୁ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେ ପୁଲିସକୁ ଚକ୍‌ମା ଦେଇ ଚମ୍ପଟ ମାରିଛି। ଏବେ ତାକୁ ଧରିବା ପାଇଁ ସୀମା ସିଲ୍‌ କରି ଖୋଜୁଛି।