Advertisment

ଅସ୍ଥାୟୀ ପୋଲ ଦେଇ ପାର୍ ହେଉଥିବା ବେଳେ ଖସି ପଡ଼ିଲେ ନାବାଳିକା, ଲୁହା ପାଇପ୍‌ ଭିତରେ ଚାପି ହୋଇଗଲେ

କଟକରେ ପୁଣି ଅଘଟଣ। କେଶରପୁରରେ ବକ୍ସ ଡ୍ରେନ୍ କାମ ଚାଲୁଥିବା ବେଳେ ଘଟିଛି ଅଘଟଣ।

author-image
Niranjan Mishra
ଅଦ୍ୟତନ ହୋଇଛି
the girl fell and got trapped inside the iron pipe

the girl fell and got trapped inside the iron pipe

କଟକରେ ପୁଣି ଅଘଟଣ। କେଶରପୁରରେ ବକ୍ସ ଡ୍ରେନ୍ କାମ ଚାଲୁଥିବା ବେଳେ ଘଟିଛି ଅଘଟଣ। ଏକ ଅସ୍ଥାୟୀ ଲୁହା ପୋଲ ଦେଇ ପାର ହେଉଥିବାବେଳେ ନାବାଳିକା ଜଣକ ଖସି ପଡିବା ପରେ ଦୁଇ ଲୁହା ପାଇପ ମଧ୍ୟରେ ଚାପି ହୋଇ ରହିଯାଇଥିଲେ। ଏହାପରେ ନାବାଳିକା ଜଣଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ। ଲୋକେ ନାବାଳିକାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବାବେଳେ ଅସ୍ଥାୟୀ ଲୁହା ପୋଲଟି ଭୁଶୁଡି ପଡିଥିଲା। ନାବାଳିକା ଜଣଙ୍କୁ ଶେଷରେ ଏକ ଜେସିବି ସହାୟତାରେ ପାଇପକୁ ଉଠାଇ ନାବାଳିକା ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ନାବାଳିକାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କାରାଯାଇଛି।

Advertisment

ଏଥିପାଇଁ ଲୋକେ ପ୍ରଶାସନିକ ଦାୟିତ୍ୱହୀନତାକୁ ଦୋଷ ଦେଇଛନ୍ତି।

ସୂଚନା ଥାଉକି, ଗତକାଲି କଟକ ମଧୁପାଟଣା ତାଳତଣ୍ଡା କେନାଲକୁ କାର୍ ଖସି ପଡ଼ିବାରୁ ଏଥିରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଯେତେବେଳେ କି ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ।

ଗତକାଲିର ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ସେ କହିଛନ୍ତି, ଅସାବଧାନତା ଯୋଗୁଁ ଏହି ଅଘଟଣ ହୋଇଥିଲା । ଆର୍ ଆଣ୍ଡ ବି ର ଅଧୀକ୍ଷଣ ଯନ୍ତ୍ରୀ ଓ କଟକ ସଦର ଉପଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ତଦନ୍ତ ସାରି ସେମାନେ ରିପୋର୍ଟ ଦେବେ ବୋଲି କହିଛନ୍ତି ଭବାନୀ ଶଙ୍କର ଚୟନି। 

Advertisment

୨ ବର୍ଷ ହେଲା ତାଳଦଣ୍ଡା କେନାଲ କାମ ଚାଲିଥିବା ବେଳେ କୌଣସି ବ୍ୟାରିକେଡ୍ ଦିଆଯାଇନାହିଁ କି ରାସ୍ତାକୁ ବନ୍ଦ କରାଯାଇନଥିବାରୁ ଏଥିପାଇଁ ପ୍ରଶାସନକୁ ଦାୟୀ କରିଥିଲେ ସ୍ଥାନୀୟ ଲୋକେ। ତା’ ଛଡ଼ା ସେହି ସ୍ଥାନରେ କୌଣସି ସତର୍କ ସୂଚନା କି ଗାର୍ଡ ୱାଲ ବି ଲଗାଯାଇଥିବାରୁ ଦୁର୍ଘଟଣା ଘଟିଥିଲା ବୋଲି କୁହାଯାଉଛି।

Cuttack Trapped In Bore Well