Advertisment

କଟକରେ ଲାଗିଲା ବିଜେଡି ନେତା ପ୍ରଭାତ ବିଶ୍ୱାଳଙ୍କ ବିକୃତ ପୋଷ୍ଟର

ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଫଟୋରେ ଦାଢ଼ି କରାଯାଇଛି। ଆଉ ସେହି ପୋଷ୍ଟରରେ ଲେଖାଯାଇଛି, ‘ଚିଟ୍‌ଫଣ୍ଡ ଚୋର ପ୍ରଭାତ ବିଶ୍ୱାଳ ଦେଖ’।

BJD

BJD

Advertisment

କଟକ ସହରରେ ଲାଗିଛି ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଫଟୋ। ଯେଉଁ ଫଟୋକୁ ବିକୃତ କରାଯାଇଛି। ଫଟୋରେ ଦାଢ଼ି କରାଯାଇଛି। ଆଉ ସେହି ପୋଷ୍ଟରରେ ଲେଖାଯାଇଛି, ‘ଚିଟ୍‌ଫଣ୍ଡ ଚୋର ପ୍ରଭାତ ବିଶ୍ୱାଳ ଦେଖ’। ତେବେ ଏହି ପୋଷ୍ଟର କିଏ ମାରିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଏହାକୁ ନେଇ ଶ୍ରୀ ବିଶ୍ୱାଳ ଆଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Advertisment

ପ୍ରଭାତ ରଞ୍ଜନ ବିଶ୍ୱାଳ ହେଉଛନ୍ତି କଟକ-ଚୌଦ୍ୱାରର ପୂର୍ବତନ ବିଜେଡି ବିଧାୟକ। ସେ ଚିଟ୍‌ଫଣ୍ଡ ମାମଲାରେ ଫସିଥିବା ବେଳେ ତାଙ୍କ ନାଁରେ ଥିବା ମାମଲା ବିଚାରଧୀନ ରହିଛି। ଏହାରି ଭିତରେ କଟକ ସହର ଗଳିକନ୍ଦିରେ ଲାଗିଛି ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ନାଁରେ ପୋଷ୍ଟର। କାନ୍ଥ ବାଡ଼ରେ ଲାଗିଥିବା ପୋଷ୍ଟରକୁ ନେଇ ଶ୍ରୀ ବିଶ୍ଵାଳ କହିଛନ୍ତି, କିଛି ବ୍ୟକ୍ତି ଅସହିଷ୍ଣୁ ହୋଇ ଏଭଳି ଭାବେ କାର୍ଯ୍ୟ କରିଛନ୍ତି। ଚିଟ୍‌ଫଣ୍ଡ ମାମଲା ବର୍ତ୍ତମାନ ନ୍ୟାୟପାଳିକାରେ ବିଚାରାଧୀନ ରହିଛି। ମୋ’ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି ବୋଲି ସେ କହିଛନ୍ତି।

ଶ୍ରୀ ବିଶ୍ୱାଳ ଆହୁରି କହିଛନ୍ତି, ଚାରି ଚାରି ଥର ଲୋକେ ମତେ ସମର୍ଥନ ଦେଇଛନ୍ତି। ସେଥିପାଇଁ ସେମାନେ ଅସହିଷ୍ଣୁ ହୋଇ ପଡ଼ିଛନ୍ତି। ପୋଷ୍ଟର ଲଗେଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି। କିଛି ଦିନ ତଳେ ମୋତେ ଓ ମୋ’ ପୁଅକୁ ସଫା କରି ଦେବା ପାଇଁ ବାର୍ତ୍ତାଳାପ ହେବାର ଏକ ଭିଡିଓ ଶାସାଲ ମିଡିଆରେ ଭାଇରାଲ ହେଉଛି। ଏ ନେଇ ସଂପୃକ୍ତ ବ୍ୟକ୍ତିଙ୍କ ନାଁରେ ଚାଉଳିଆଗଞ୍ଜ ଥାନାରେ ମଧ୍ୟ ଏତଲା ଦେଇଛି। ପୋଷ୍ଟର ଲଗାଇବା ଘଟଣାରେ ପଛପଟରେ ଥିବା ବ୍ୟକ୍ତି ହିଁ ଏଭଳି କାର୍ଯ୍ୟ କରିଛନ୍ତି। ଏଥିରେ କିଛି ଆମ ଦଳ ଲୋକ ଅଛନ୍ତି। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୂର୍ବତନ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ।

Advertisment
BjD Cuttack Cuttack Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe