Advertisment

ଅଗ୍ନିକାଣ୍ଡରେ ମହିଳା ଜୀବନ୍ତ ଦଗ୍ଧ

କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ କରଞ୍ଜୀ ପଞ୍ଚାୟତର ହରଧାପାଳ ଗ୍ରାମରେ ଆଜି ଅପରାହ୍ନରେ ଏହି ଦୁଃଖଦ ଘଟଣା ଘଟିଛି।

Woman burnt

Woman burnt

Advertisment

ଅଗ୍ନିକାଣ୍ଡରେ ମହିଳା ଜୀବନ୍ତ ଦଗ୍ଧ। କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ କରଞ୍ଜୀ ପଞ୍ଚାୟତର ହରଧାପାଳ ଗ୍ରାମରେ ଆଜି ଅପରାହ୍ନରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଜଣକ ଏହି ଗ୍ରାମର ରଞ୍ଜନ ମହାନ୍ତଙ୍କ ପତ୍ନୀ ପୁଷ୍ପଲତା ମହାନ୍ତ(୨୮)।

Advertisment

ସୂଚନା ମୁତାବକ, ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ରଞ୍ଜନ ଓ ତାଙ୍କ ଭାଇଙ୍କ ପ୍ରାୟ ୮ ବଖରା ଘର ଜଳି ଯାଇଛି।ଅଗ୍ନିକାଣ୍ଡ ବେଳେ ଚାଳ ଘର ଭିତରେ ରହି ଯାଇଥିବା ରଞ୍ଜନଙ୍କ ପତ୍ନୀ ପୁଷ୍ପଲତା ବାହାରକୁ ବାହାରି ଆସି ପାରି ନ ଥିଲେ। ଘର ଭିତରେ ହିଁ ସେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପରିବାର ଲୋକେ ମଧ୍ୟ ପୁଷ୍ପଲତାଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ଓ ଚୌଦ୍ୱାର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି। ବିଦ୍ୟୁତ୍ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଆଶଙ୍କା କରାଯାଉଛି।

Advertisment
Unnatural Death Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe